ETV Bharat / sukhibhava

ବଢୁଛି ଋତୁଚକ୍ର ଜନିତ ସମସ୍ୟା, ଲଜ୍ଜାଠୁ ଦୂରେଇ ଆପଣାନ୍ତୁ ଏହି ଉପାୟ - ପୋଷ୍ଟମେନୋପାଜାଲର ସମାଧାନ

ବୃଦ୍ଧି ପାଇବାରେ ଲାଗିଛି ମେନୋପୋଜାଲ(Menopausal) ଏବଂ ପୋଷ୍ଟମେନୋପାଜାଲ(Postmenopausal) ମହିଳାଙ୍କ ସଂଖ୍ୟା । 2030 ସୁଦ୍ଧା ଏହି ରୋଗୀଙ୍କ ସଂଖ୍ୟା 1.2 ବିଲିୟନରେ ପହଞ୍ଚି ପାରେ ବୋଲି ଆଶଙ୍କା କରାଯାଉଛି । ତେବେ କିପରି ଏହାର ସମାଧାନ କରିବେ, ଏହି ରୋଗୀଙ୍କୁ କିପରି ସମର୍ଥନ କରିବେ ପଢନ୍ତୁ ଏହି ରିପୋର୍ଟ ।

ଋତୁଚକ୍ର ସମସ୍ୟା ମହିଳାଙ୍କ ସଂଖ୍ୟା ଉଦ୍‌ବେଗଜନକ, ଲଜ୍ଜାଠୁ ଦୂରେଇ ଆପଣାନ୍ତୁ ଏହି ଉପାୟ

author img

By

Published : Aug 17, 2022, 7:29 AM IST

ନୂଆଦିଲ୍ଲୀ: 2030 ସୁଦ୍ଧା ବିଶ୍ବରେ ମେନୋପୋଜାଲ(Menopausal) ଏବଂ ପୋଷ୍ଟମେନୋପାଜାଲ(Postmenopausal) ମହିଳାଙ୍କ ସଂଖ୍ୟା 1.2 ବିଲିୟନରେ ପହଞ୍ଚି ପାରେ ବୋଲି ଆଶଙ୍କା କରାଯାଉଛି । ପ୍ରତିବର୍ଷ 47 ମିଲିୟନ ନୂଆ ସମସ୍ୟା ଯୋଡି ହେଉଥିବା ତଥ୍ୟ କହୁଛି । ତେବେ ମେନୋପୋଜାଲ ହେଉଛି ମହିଳାମାନଙ୍କ ଋତୁଚକ୍ର ସମସ୍ୟା । ପାଖାପାଖି 12 ମାସ ଧରି ମହିଳାଙ୍କର ଋତୁସ୍ରାବ ନହେବା ହିଁ ମେନୋପୋଜାଲ । ସେହିପରି ବୟସ ପୂର୍ବରୁ ଋତୁସ୍ରାବ ବନ୍ଦ ହୋଇଯିବାକୁ ପୋଷ୍ଟମେନୋପୋଜାଲ କୁହାଯାଇଥାଏ । କିଛି ମହିଳା ଲଜ୍ଜାଜନକ ମନେକରି କିମ୍ବା ଭୟକରି କାହାକୁ ନକହିବା ଦ୍ବାରା ଏସବୁ ସମସ୍ୟା ବୃଦ୍ଧି ପାଉଛି । ତେବେ କିପରି ଏହାର ସମାଧାନ କରିହେବ ଆସନ୍ତୁ ସେ ବାବଦରେ ଆଲୋଚନା କରିବା...

ଭାରତରେ, ପାଶ୍ଚାତ୍ୟ ଦେଶଗୁଡିକର 51 ବର୍ଷ ତୁଳନାରେ ମେନୋପୋଜ ସାଧାରଣତଃ 46.2 ବର୍ଷ ବୟସରେ ଘଟିଥାଏ । ଏହି ପରିବର୍ତ୍ତନ ଦ୍ୱାରା ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସାଧାରଣ ଜୀବନଶୈଳୀ ବହୁ ପ୍ରଭାବିତ ହୋଇଥାଏ । 33 ପ୍ରତିଶତ ମହିଳା ମେନୋପୋଜର ଶିକାର ହେଉଛନ୍ତି । ଏହି କାରଣରୁ ମହିଳାମାନେ ମାନସିକ ସମସ୍ୟା ଯେପରିକି, ଦୁଃଖ, ଚିନ୍ତା, ଶୋଇବା, ଥକାପଣ, ମୁଡ଼ରେ ବାରମ୍ବାର ପରିବର୍ତ୍ତନ ଘଟିବା, ରାତିରେ ଝାଳ ବୋହିବା, ସଙ୍ଗେ ସଙ୍ଗେ ଥଣ୍ଡା ଲାଗିବା, ଅଣନିଃଶ୍ୱାସୀ ଲାଗିବା, ଛାତି ଧଡ଼ ଧଡ ହେବା, ମାନସିକ ଭାରସାମ୍ୟ ହରାଇ ବସିବା ଭଳି ସମସ୍ୟା ଦେଖାଦେଇଥାଏ ।

ତେବେ ମେନୋପୋଜକୁ କିପରି କରିବେ ସମ୍ମୁଖୀନ, ନିମ୍ନରେ ଆଲୋଚନା କରାଯାଇଛି....

ନୀରବତାକୁ ଭାଙ୍ଗନ୍ତୁ:-

ମେନୋପଜର ସମ୍ମୁଖୀନ କରୁଥିଲେ ନିରବ ରହନ୍ତୁ ନାହିଁ । ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ଆପଣଙ୍କର ଲକ୍ଷଣ ବିଷୟରେ କହିପାରିବେ, ଯାହାଦ୍ବାରା ଆପଣଙ୍କୁ ବିଳମ୍ବ ପୂର୍ବରୁ ସମସ୍ୟାର ସମାଧାନ ପାଇଁ ସହଯୋଗ କରିଥାଏ । ଏହା ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କ ସହ ବିଶ୍ବାସରେ ରହିବା ଏବଂ ବନ୍ଧୁମାନଙ୍କ ସହ ଅଧିକ ଘନିଷ୍ଠତା ଅନୁଭବ କରିବାରେ ଏବଂ ଆପଣଙ୍କ ମନୋବଳକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ନିରବତା ଭାଙ୍ଗିବା ଦ୍ବାରା ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବା ସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ କରାଇଥାନ୍ତି । ମେନୋପୋଜର ଚିକିତ୍ସାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି, ତେଣୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ କରାଇନିଅନ୍ତୁ ।

ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ:-

ମେନୋପୋଜ ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ଗଭୀର ପ୍ରଭାବ ପକାଇପାରେ, ମନୋବଳ ପରିବର୍ତ୍ତନ, ପ୍ରେରଣା ଅଭାବ, ଚାପ ଏବଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ମେନୋପାଜ୍ ପୂର୍ବରୁ, ମହିଳାମାନଙ୍କ ପାଇଁ ହରମୋନ୍ ପରିବର୍ତ୍ତନ ସାଧାରଣତଃ ସେମାନଙ୍କ 40 ବର୍ଷରେ ଆରମ୍ଭ ହୋଇଥାଏ ଏବଂ ପ୍ରାୟ ଚାରି ବର୍ଷ କିମ୍ବା ଏକ ଦଶନ୍ଧି ପର୍ଯ୍ୟନ୍ତ ରହିଥାଏ । ଏହି ଅବଧି ସମୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏହି ପରିବର୍ତ୍ତନ ସମୟରେ, ଉଦାସୀନତାର ଘଟଣା ଦ୍ୱିଗୁଣିତ ହୁଏ ଏବଂ ମହିଳାମାନେ ଭୟଭୀତ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ମାନସିକ ସ୍ତରରେ ସୁସ୍ଥ ରୁହନ୍ତୁ । ପରିବାରର ସଦସ୍ୟଙ୍କ ସମୟ ବିତାନ୍ତୁ ଏବଂ ସେମାନଙ୍କ ସହ ମାନସିକ ସମସ୍ୟାର ଆଲୋଚନା କରନ୍ତୁ ।

କାର୍ଯ୍ୟରେ କର୍ମଚାରୀଙ୍କ ସହ ବାର୍ତ୍ତାଳାପ କରନ୍ତୁ:-

ଋତୁସ୍ରାବ ସମୟରେ 45 ପ୍ରତିଶତ ମହିଳା ଉତ୍ପାଦନ ହ୍ରାସ ହେତୁ କାର୍ଯ୍ୟ କ୍ଷେତ୍ରରେ ସଂଘର୍ଷ କରନ୍ତି । ଯଦି ଆପଣ ନିଜକୁ ଏକୁଟିଆ, ଅସନ୍ତୁଷ୍ଟ କିମ୍ବା ପ୍ରେରଣା ଅଭାବ ଅନୁଭବ କରୁଛନ୍ତି, ଆପଣ କାର୍ଯ୍ୟ କରୁଥିବା ସମୟରେ ସହକର୍ମୀ ଏବଂ ସାଥୀମାନଙ୍କ ସହିତ କଥାବାର୍ତ୍ତା କରିବା ପ୍ରାଥମିକ ଉପଚାର ହୋଇଥାଏ । ଲକ୍ଷଣଗୁଡ଼ିକ ବାବଦରେ ଲଜ୍ଜା ନକରି ସହକର୍ମୀ କିମ୍ବା ଘନିଷ୍ଠ ବନ୍ଧୁଙ୍କ ସହ ବାର୍ତ୍ତାଳାପ କରିବାକୁ ଚେଷ୍ଟା କରନ୍ତୁ । ଯଦି କୌଣସି ମହିଳା ଏହାର ସମ୍ମୁଖୀନ କରିଥିବେ, ତେବେ ଆପଣଙ୍କୁ ସେମାନେ ଚିକିତ୍ସା ବାବଦରେ ପରାମର୍ଶ ମଧ୍ୟ ଦେଇପାରନ୍ତି ।

ଘନିଷ୍ଠ ବନ୍ଧୁ ବା ଗୋଷ୍ଠୀର ସମର୍ଥନ ନିଅନ୍ତୁ:- ବନ୍ଧୁ ହୁଅନ୍ତୁ, ପରିବାର ହୁଅନ୍ତୁ କିମ୍ବା ଆପଣଙ୍କ ସମ୍ପ୍ରଦାୟର ଅନ୍ୟ ମହିଳା ହୁଅନ୍ତୁ କିମ୍ବା ଆଖପାଖରେ ସମାନ ସମସ୍ୟା ଭୋଗୁଥିବା ମହିଳାଙ୍କ ସହ ଯୋଡି ହୁଅନ୍ତୁ । ମେନୋପୋଜାଲ୍ ସମୟ ମହିଳାମାନଙ୍କ ପାଇଁ ଏକ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ସମୟ ହୋଇପାରେ । ଏବ୍‌ବୋଟ ମେଡିକାଲ ଆଫାୟାର୍ସ ନିର୍ଦ୍ଦେଶକ ଡାକ୍ତର ଜେଜୋଇ କରଣ କୁମାର କହିଛନ୍ତି ଯେ, "ମେନୋପୋଜାଲ ମହିଳାମାନଙ୍କୁ କିପରି ସମର୍ଥନ, ସହଯୋଗ କରିହେବ ତାହା ବିବେଚନା କରିବା ଉତିତ୍ ଏବଂ ସଚେତନତା ଧର୍ମୀ କାର୍ଯ୍ୟକ୍ରମ, ଡାକ୍ତର-ରୋଗୀଙ୍କ ସହ ବାର୍ତ୍ତାଳାପ କରିବା ଦ୍ବାରା ମହିଳାମାନେ ସଶକ୍ତକରଣ ହେବା ସହ ଏହାର ସମ୍ମୁଖୀନ କରିପାରିବେ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.