ETV Bharat / sukhibhava

ଚା' ସହ ବିସ୍କୁଟ ଖାଉଥିଲେ ସାବଧାନ ! - Chai

ଥକ୍କାପଣ ଏବଂ ଚାପ ଦୂର କରିବା ପାଇଁ ଚା' ପିଇବାକୁ ବେଶ ଭଲ ପାଆନ୍ତି ସମସ୍ତେ । ଅଧିକାଂଶ ଲୋକ ଖାଲି ଚା' ପିଇବା ପରିବର୍ତ୍ତେ ଏହାସହ ବିସ୍କୁଟ ଖାଇବାକୁ ପସନ୍ଦ କରନ୍ତି । ତେବେ ଚା' ଏବଂ ବିସ୍କୁଟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଜାଣନ୍ତୁ, ଏହା କେତେ ଅସ୍ୱାସ୍ଥ୍ୟକର ? ଏବଂ ଏହି କାରଣରୁ କେଉଁ ରୋଗର ଶିକାର ହେବେ ? ପଢ଼ନ୍ତୁ

ଚା' ଏବଂ ବିସ୍କୁଟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

author img

By

Published : May 18, 2023, 6:30 PM IST

Updated : May 18, 2023, 6:52 PM IST

ହାଇଦ୍ରାବାଦ: ଲୋକେ ଚା'ରୁ ନିଜ ଦିନ ଆରମ୍ଭ କରିଥାନ୍ତି । ଚାହା ପିଇଲେ ଥକ୍କାପଣ ଏବଂ ଚାପ ଦୂର ହୋଇଥାଏ । ତେବେ ଅଧିକାଂଶ ଲୋକ ଚା' ସହ ବିସ୍କୁଟ ଖାଇବା ପସନ୍ଦ କରିଥାନ୍ତି । ସବୁ ବର୍ଗର ଲୋକମାନଙ୍କ ପ୍ରିୟ ଏହି ଚା'-ବିସ୍କୁଟ୍ । କପେ ଚା' ସହ ବିସ୍କୁଟ ମିଳିଗଲେ ଆଉ କିଛି ଆବଶ୍ୟକ ନଥାଏ । କିନ୍ତୁ ଖାଲି ପେଟରେ ଏହାକୁ ଖାଇବା ଏକ ଖରାପ ଅଭ୍ୟାସ । ଦୈନନ୍ଦିନ ଚା' ବିସ୍କୁଟ ଖାଇବା ଦ୍ବାରା ଏହାର ମିଶ୍ରଣ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଏହି ଖାଦ୍ୟ ମିଶ୍ରଣ ଦ୍ୱାରା ଇନସୁଲିନ୍ ପ୍ରତିରୋଧ, ପେଟର ଚର୍ବି, ଅମ୍ଳତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ବି ଆଶଙ୍କା ଥାଏ।

ଚା' ଏବଂ ବିସ୍କୁଟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ଚା' ଏବଂ ବିସ୍କୁଟର ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଡାଏଟିସିଆନ୍ ମନପ୍ରୀତ କାଲ୍ରାଙ୍କ ଅନୁଯାୟୀ ବିସ୍କୁଟଗୁଡିକରେ ପ୍ରିଜେରଭେଟିଭ ହୋଇଥାଏ । ଏଥିରେ BHA (Butylated Hydroxyanisole) ଏବଂ BHT (Butylated Hydroxytoluene) ପରି ପ୍ରିଜେରଭେଟିଭ ରହିଥାଏ, ଯାହା DNAକୁ ନଷ୍ଟ କରିବାକୁ କାମ କରେ ।

ବିସ୍କୁଟ୍‌ରେ ହାଇଡ୍ରୋଜେନେଟେଡ୍ ଉଦ୍ଭିଦ ତେଲ ଥାଏ, ଯାହା ହରମୋନ୍ ଅସନ୍ତୁଳନ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ସୃଷ୍ଟି କରିଥାଏ । ଏହା ହେଉଛି ବିସ୍କୁଟ୍‌ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ ।

ଅଧିକାଂଶ ବିସ୍କୁଟରେ ଚିନି ଅଧିକ ମାତ୍ରାରେ ଥାଏ, ଯାହା ଇନସୁଲିନ୍ ପାଇଁ ବ୍ୟାଘାତ ସୃଷ୍ଟି କରିଥାଏ ଏବଂ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଗୁରୁତର ରୋଗର ଆଶଙ୍କା ବଢାଇଥାଏ ।

ବିସ୍କୁଟରେ ବିଶୋଧିତ ମଇଦା ମଧ୍ୟ ରହିଥାଏ, ଯାହା ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ ଏବଂ ଅନ୍ତନଳୀରେ ବି ସମସ୍ୟା ସୃଷ୍ଟି କରିଥାଏ । କେବଳ ଏତିକି ନୁହେଁ, ଏଥିରେ ଥିବା ସୋଡିୟମର ପରିମାଣ ମଧ୍ୟ ଅଧିକ । ଏହି କାରଣରୁ ସେଗୁଡିକ ଖାଇବା ଦ୍ୱାରା ରକ୍ତଚାପ ବଢିପାରେ । ଏଣୁ ଚା' ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ ।

ଚା' ସହ ଭଜା ଚଣା ଖାଆନ୍ତୁ, ଏହା ସ୍ବାସ୍ଥ୍ୟ ପାଇଁ ହିତକାରକ

ଚା' ସହ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ଭଜା ଚଣା ଖାଆନ୍ତୁ । କାରଣ ଏହା ଇନସୁଲିନ୍ ନିୟନ୍ତ୍ରଣ କରି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ଭଜା ଚଣାରେ ବି-କମ୍ପ୍ଲେକ୍ସ ଭିଟାମିନ୍ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ବ୍ୟତୀତ ଫାଇବରର ଉପସ୍ଥିତି ହେତୁ ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ଭଜା ଚଣାରେ ଭଲ ପରିମାଣର କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ରହିଥାଏ, ଯାହା ହାଡର ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିଥାଏ ।

(ପରାମର୍ଶ କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ)

Last Updated : May 18, 2023, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.