ETV Bharat / sukhibhava

ଚଳିତ ମାସ ବଜାରରେ ଉପଲବ୍ଧ ହେବ ଦେଶର ପ୍ରଥମ କ୍ୟାନସର ବିରୋଧୀ ଟିକା Cervavac - କାହିଁକି ହୁଏ ଗର୍ଭାଶୟ କର୍କଟ

ଏହି ମାସରୁ ବଜାରରେ ଉପଲବ୍ଧ ହେବ ଦେଶର ପ୍ରଥମ କ୍ୟାନସର ବିରୋଧୀ ଟିକା । ଅଧିକ ପଢନ୍ତୁ

cervical cancer vaccine
cervical cancer vaccine
author img

By

Published : Feb 10, 2023, 1:22 PM IST

ହାଇଦ୍ରାବାଦ: ଚଳିତ ମାସ ବଜାରରେ ଉପଲବ୍ଧ ହେବ ସ୍ବଦେଶୀ କ୍ୟାନସର ଟିକା । ମହିଳାଙ୍କ ଠାରେ ବୃଦ୍ଧି ପାଉଥିବା ସର୍ଭାଇକଲ ବା ଗର୍ଭାଶୟ କର୍କଟ ବିରୋଧୀ ଟିକା ସର୍ଭାଭାକ୍ ଏହି ମାସରୁ ବଜାରରେ ଉପଲବ୍ଧ ହେବା ନେଇ ସୂଚନା ମିଳିଛି । ଟିକାର ଦୁଇଟି ଡୋଜ୍‌ର ମୂଲ୍ୟ 2000 ଟଙ୍କା ରହିବ । ଉଦ୍‌ବେଗଜନକ ଭାବେ ଦେଶରେ ଗର୍ଭାଶୟ କର୍କଟ ବୃଦ୍ଧି ପାଇବା ପରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଏହି ଟିକା ପ୍ରସ୍ତୁତ କରିଛି ।

ଏହା ମଧ୍ୟ ପଢନ୍ତୁ:- ଗର୍ଭାଶୟ କର୍କଟ ରୋକିବାରେ କେତେ ସହାୟକ ହେବ HPV ଟିକା, ଜାଣନ୍ତୁ

ଏହି ହ୍ୟୁମାନ୍ ପାପିଲୋମାଭାଇରସ୍ ବା ଏଚ୍‌ପିଭି ଟିକା ଭାରତର ପ୍ରଥମ ସ୍ବଦେଶୀ କ୍ୟାନସର ଟିକା । ଗତ ଜାନୁଆରୀ 24ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସେରମ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ଏହାର ଗଭର୍ନମେଣ୍ଟ ଆଣ୍ଡ ରେଗୁଲେଟୋରି ଆଫାୟାର୍ସର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ଟିକା ଉନ୍ମୋଚନ କରିଥିଲେ । ତେବେ ପୂର୍ବରୁ ଏହି ଟିକା ପାଇଁ ବିଦେଶୀ ସଂସ୍ଥାନ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ବର୍ତ୍ତମାନ ଟିକାର ଉପଲବ୍ଧତା ନିଶ୍ଚିତ ରୂପେ ଗର୍ଭାଶୟ କର୍କଟକୁ ରୋକିବାରେ ସୟାହକ ହେବ ।

ଏହା ମଧ୍ୟ ପଢନ୍ତୁ:- ଲିଭ୍-ଇନ୍ ସମ୍ପର୍କ ପାଇଁ ବୃଢୁଛି ସର୍ଭାଇକଲ କର୍କଟ ! ଚିକିତ୍ସା ବାଟ ବତାଇଲେ ଡାକ୍ତର

ତେବେ କହି ରଖୁଛୁ ଯେ, ଆମ ଦେଶରେ ଦ୍ରୁତଗତିରେ ବୃଦ୍ଧି ପାଉଛି ସର୍ଭାଇକଲ କ୍ୟାନ୍ସର ବା ଗର୍ଭାଶୟ କର୍କଟ । ଏହାକୁ ଜରାୟୁ କର୍କଟ ବୋଲି ମଧ୍ୟ କୁହାଯାଏ । ଏହି କାରଣରୁ ପ୍ରତିବର୍ଷ ଲକ୍ଷାଧିକ ମହିଳାଙ୍କ ଜୀବନ ଯାଉଛି । ମଲ୍ଟିପଲ-ରିଲେସନସିପ୍ ବା ଏକାଧିକ ପାର୍ଟନରଙ୍କ ସହ ଯୌନ ସମ୍ପର୍କ ରଖିବା କାରଣରୁ ଏହି ରୋଗ ହୋଇଥାଏ । ବିଶେଷ କରି ବର୍ତ୍ତମାନ ସମୟରେ ଲିଭ୍-ଇନ୍ ରିଲେସନସିପ୍ ଟ୍ରେଣ୍ଡ୍ ଚାଲିଥିବାରୁ ଏହି ରୋଗ ଶିଖର ଛୁଇଁବାରେ ଲାଗିଛି । ଭାରତରେ ବିପଜ୍ଜନକ ଭାବେ ଏହି କ୍ୟାନ୍ସର ଦ୍ବିତୀୟରେ ରହିଛି ।

ଏହାକୁ ମାତ୍ ଦେବା ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ HPV ଟିକା ପ୍ରସ୍ତୁତ କରିଥିଲା । ଏହି ଟିକାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ମଧ୍ୟ ଅନୁମୋଦନ ଦେଇଛି । କେବଳ ଏତିକି ନୁହେଁ, ସରକାରୀ ପରାମର୍ଶଦାତା ପ୍ୟାନେଲ୍ NTAGI ମଧ୍ୟ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଟିକାର ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛନ୍ତି । ଟିକାକୁ ଅନୁମୋଦନ ପରେ ଟୀକାକରଣ ନେଇ ସବୁ ଦ୍ବନ୍ଦ୍ବକୁ ଦୂର କରିଥିଲେ କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.