ETV Bharat / sukhibhava

ସାବଧାନ ! ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି ? ମାଡି ବସିବ ଏସବୁ ରୋଗ - ନିମ୍ନ ରକ୍ତଚାପ

ଶରୀର ହାଇଡ୍ରେଟ୍ ରହିବା ପାଇଁ ଜଳର ଆବଶ୍ୟକତା ନିହାତି ରହିଛି । ସେହିପରି ଶରୀର ହାଇଡ୍ରେଟ୍ ରହିଲେ ହିଁ ସାମଗ୍ରୀକ ସ୍ବାସ୍ଥ୍ୟ ବଜାୟ ରହେ । ମାତ୍ର ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିପାରେ । ଅଧିକ ପଢନ୍ତୁ

drinking excessive water
drinking excessive water
author img

By

Published : Apr 14, 2023, 12:33 PM IST

ହାଇଦ୍ରାବାଦ: ମାନବ ଶରୀରର ଅଧା ଭାଗ ଜଳରେ ଗଠିତ । ଏହି କାରଣରୁ ଆମେ ଶୋଷିଲା ଅନୁଭବ କରନ୍ତି । ପାଣି ପିଇବା ଦ୍ୱାରା ଆମ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ ଏବଂ ଡିହାଇଡ୍ରେସନରେ କୌଣସି ଅସୁବିଧା ହୁଏନାହିଁ । ଡାଏଟିସିଆନ୍ କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ଦିନସାରେ ତିନି ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି । ପାଣି ପିଇବା ଭଲ, ହେଲେ ମାତ୍ରାଧିକ ଉଚିତ୍ ନୁହେଁ । କାରଣ ଏହା ମଧ୍ୟ ଏକ ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ । ଶୋଷ ନ ଲାଗୁଥିଲେ ବି ପାଣି ପିଇଲେ କି କି କ୍ଷତି ଘଟିପାରେ, ଜାଣନ୍ତୁ

ବର୍ତ୍ତମାନ ସବୁଠୁ ବଡ ସମସ୍ୟା ହେଉଛି କେତେ ପାଣି ପିଇବା ଯାହା ଦ୍ବାରା ଶରୀରକୁ କୌଣସି କ୍ଷତି ପହଞ୍ଚିବ ନାହିଁ, ବରଂ ଉପକୃତ ହେବେ । ଡାଏଟିସିଆନଙ୍କ କହିବା ଅନୁସାରେ, ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ ଶରୀରକୁ କ୍ଷତି ପହଞ୍ଚିପାରେ । ଆମ ମସ୍ତିଷ୍କରେ ଏକ ଥ୍ରଷ୍ଟ ସେଣ୍ଟର ଅଛି । ଯାହା ଶରୀରରେ ଜଳର ଅଭାବ ଥିବାବେଳେ ଏକ ସଙ୍କେତ ଦେଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଶୋଷିଲା ଅନୁଭବ କରନ୍ତି, ସେତେବେଳେ ପେପ୍‌ଟାଇଡ୍ କ୍ଷରଣ ହୋଇଥାଏ, ଯାହା ଥ୍ରଷ୍ଟ ସେଣ୍ଟରକୁ ସଙ୍କେତ ଦେଇଥାଏ ଯେ ବର୍ତ୍ତମାନ ପାଣି ପିଇବାର ଆବଶ୍ୟକତା ଅଛି ।

ଶୋଷ ଲାଗୁଥିବା ସମୟରେ ପାଣି ପିଇବାର ଆବଶ୍ୟକତା ରହିଛି । କିନ୍ତୁ ଯଦି ଶୋଷ ନ ଥାଇ ମଧ୍ୟ ପାଣି ପିଅନ୍ତି, ତେବେ ଏହା ସାଇକୋଜେନିକ୍ ପଲିଡିପିସିଆ ପରି ଏକ ଗୁରୁତର ରୋଗକୁ ସୂଚିତ କରେ । ଏହି କାରଣରୁ ଶରୀରରେ ତରଳ ସ୍ତର ବଢିଥାଏ । ଏହା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ । ସେହିପରି ଅଧିକ ପାଣି ପିଇଲେ ଶରୀରରେ ସୋଡିୟମର ପରିମାଣ କମିବା ଆରମ୍ଭ କରେ । ଟିସୁରେ ଜଳର ପରିମାଣ ବୃଦ୍ଧି ପାଏ । ଏହାକୁ ହାଇପୋନାଟ୍ରେମିଆ କୁହାଯାଏ । ଏହା ମସ୍ତିଷ୍କକୁ ବହୁତ କ୍ଷତି ପହଞ୍ଚାଇଥାଏ ।

ଏହା ମଧ୍ୟ ପଢନ୍ତୁ:- Low BP: ନିମ୍ନ ରକ୍ତଚାପକୁ କିପରି ନିୟନ୍ତ୍ରଣ କରିବେ, ଜାଣନ୍ତୁ

ହାଇପୋନାଟ୍ରେମିଆର ଲକ୍ଷଣ

ମୁଣ୍ଡବିନ୍ଧା

କ୍ଳାନ୍ତି

ଶକ୍ତିର ଅଭାବ

ବାନ୍ତି ଲାଗିବା ପରି ଅନୁଭବ

ବାନ୍ତି ହେବା

ନିମ୍ନ ରକ୍ତଚାପ

ମାଂସପେଶୀ ଯନ୍ତ୍ରଣା

ଅସ୍ଥିରତା

କ୍ରୋଧ କିମ୍ବା ଚିଡ୍‌ଚିଡା ସ୍ବଭାବ

ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି କୋମାକୁ ମଧ୍ୟ ଯାଇପାରନ୍ତି

ଗୋଟିଏ ଦିନରେ କେତେ ପାଣି ପିଇବେ

ଡାଏଟିସିଆନ୍‌ଙ୍କ ଅନୁଯାୟୀ, ଦିନରେ 8-10 ଗ୍ଲାସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଯଦି ଏହାଠାରୁ ଅଧିକ ପାଣି ପିଅନ୍ତି, ତେବେ ଶରୀର ପାଇଁ ବିପଜ୍ଜନକ । ଏହି ଅଭ୍ୟାସ ସାମଗ୍ରୀକ ସ୍ବାସ୍ଥ୍ୟକୁ ମଧ୍ୟ ବିଗାଡିପାରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.