ETV Bharat / sukhibhava

ଅଳେଇଚ: ସୁଗନ୍ଧ, ସ୍ୱାଦ ଓ ସ୍ୱାସ୍ଥ୍ୟର ଖଜଣା - ବଡ ମାଟିଆ ଅଳେଇଚ

ଭାରତରେ ଅଳେଇଚର ବେଶ ଚାହିଦା ରହିଛି । ପ୍ରାୟସବୁ ଭାରତୀୟ ରୋଷେଇରେ ଏହାର ସ୍ଥାନ ସ୍ୱତନ୍ତ୍ର । ବିଶେଷକରି ବିଭିନ୍ନ ମିଠା ଖାଦ୍ୟରେ ଏହାର ବ୍ୟବହାର ଜରୁରୀ ହୋଇଥାଏ । ହାଲୁଆ ହେଉ ବା ଖିରି , ସୁଗନ୍ଧ ପାଇଁ ଅଳେଇଚ ନ ପକାଇଲେ ସବୁ ବେକାର । ଅଧିକ ପଢନ୍ତୁ...

ଅଳେଇଚ : ସୁଗନ୍ଧ, ସ୍ୱାଦ ଓ ସ୍ୱାସ୍ଥ୍ୟର ଖଜଣା
ଅଳେଇଚ : ସୁଗନ୍ଧ, ସ୍ୱାଦ ଓ ସ୍ୱାସ୍ଥ୍ୟର ଖଜଣା
author img

By

Published : Jan 8, 2021, 1:35 PM IST

ଭାରତୀୟ ରୋଷେଇରେ ବିଭିନ୍ନ ମସାଲା ବ୍ୟବହାର ବେଶ ପ୍ରାଚୀନ । ସବୁ ମସାଲାର କିଛି ନା କିଛି ଔଷଧୀୟ ଗୁଣ ରହିଥାଏ । ତେଣୁ ଭାରତୀୟ ମସାଲାର ଗୁଣବତା ବିଦେଶରେ ମଧ୍ୟ ସ୍ୱୀକୃତ । ଡାକ୍ତର ଓ ଗବେଷକମାନେ ଭାରତୀୟ ମସାଲାର ଗୁରୁତ୍ୱ ନେଇ ଏକମତ ରଖନ୍ତି । ଭାରତରେ ବହୁଳ ଭାବେ ବ୍ୟବହାର ହେଉଥିବା ମସାଲା ମଧ୍ୟରୁ ଗୋଟିଏ ହେଲା ଅଳେଇଚ । ଭାରତର ସବୁ ରୋଷେଇ ଘରେ ଅଳେଇଚର ସ୍ଥାନ ସ୍ୱତନ୍ତ୍ର ରହିଥାଏ । ଏହା ବେଶ୍ ସୁଗନ୍ଧ ଯୁକ୍ତ । ବିଭିନ୍ନ ରୋଷେଇରେ ପକାଇଲେ ଏହା ସ୍ୱାଦ ବଢାଇଥାଏ । ସ୍ୱାସ୍ଥ୍ୟ ପାଇଁ ବି ଅଳେଇଚ ବେଶ ଉପକାରୀ ।

ଭାରତରେ ଅଳେଇଚର ବେଶ ଚାହିଦା ରହିଛି । ପ୍ରାୟସବୁ ଭାରତୀୟ ରୋଷେଇରେ ଏହାର ସ୍ଥାନ ସ୍ୱତନ୍ତ୍ର । ବିଶେଷକରି ବିଭିନ୍ନ ମିଠା ଖାଦ୍ୟରେ ଏହାର ବ୍ୟବହାର ଜରୁରୀ ହୋଇଥାଏ । ହାଲୁଆ ହେଉ ବା କ୍ଷୀରି , ସୁଗନ୍ଧ ପାଇଁ ଅଳେଇଚ ନ ପକାଇଲେ ସବୁ ବେକାର । ଚା’ ଓ ବିରିୟାନୀରେ ବି ଅଳେଇଚ ପଡେ । ଅଳେଇଚ ଦୁଇ ପ୍ରକାରର। କ୍ଷୁଦ୍ର ଓ ସବୁଜ ଅଳେଇଚ ସ୍ୱାଦ ବୃଦ୍ଧି ପାଇଁ ଚା’ ଓ ମିଷ୍ଟାନ୍ନରେ ପକାଯାଇଥାଏ । ଆଉ ଟିକେ ବଡ, ମାଟିଆ ରଂଗର ଅଳେଇଚ ବି ରହିଛି, ଯାହା କି ଔଷଧୀୟ ଦୃଷ୍ଟିରୁ ଗୁରୁତ୍ୱ ବହନ କରେ । ଏହି ଦୁଇ ପ୍ରକାରର ଅଳେଇଚ ଆକାର, ରଙ୍ଗ ଓ ସ୍ୱାଦ ଦୃୃଷ୍ଟିରୁ ଭିନ୍ନ ଭିନ୍ନ । କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ମସାଲା ହୋଇଥିବାରୁ ଦୁଇ ପ୍ରକାରର ଅଳେଇଚରେ ନିର୍ଦ୍ଦିଷ୍ଟ କିଛି ନ୍ୟୁଟ୍ରିଏଂଟ୍ , ଫାଇବର ଓ ତୈଳ ଥାଏ, ଯାହା କି ବିଭିନ୍ନ ରୋଗ ଭଲ କରିବାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ।

ଅଳେଇଚ ନ୍ୟୁଟ୍ରିଏଂଟ ଉଭୟ କ୍ଷୁଦ୍ର ଓ ବଡ ଅଳେଇଚରେ ଭିନ୍ନ ଭିନ୍ନ ଉପାଦାନ ରହିଥାଏ । ଗ୍ରୀନ ଅଳେଇଚକୁ ମିଠା ଓ ଅନ୍ୟାନ୍ୟ ଖାଦ୍ୟର ସୁଗନ୍ଧ ଓ ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ । ଏହାଛଡା ନିଶ୍ୱାସପ୍ରଶ୍ୱାସ ନେଲା ବେଳେ ଦୁର୍ଗନ୍ଧ ହେଉଥିଲେ ବି ଅଳେଇଚ ବ୍ୟବହାର କରାଯାଏ । ବ୍ରାଉନ ଅଳେଇଚ କେବଳ ମସାଲା ଭାବେ ବ୍ୟବହାର ହୁଏ ।

ଅଳେଇଚ : ସୁଗନ୍ଧ, ସ୍ୱାଦ ଓ ସ୍ୱାସ୍ଥ୍ୟର ଖଜଣା
ଅଳେଇଚ : ସୁଗନ୍ଧ, ସ୍ୱାଦ ଓ ସ୍ୱାସ୍ଥ୍ୟର ଖଜଣା

୧. ଗ୍ରୀନ ଅଳେଇଚରେ ନ୍ୟୁଟ୍ରିଏଂଟ୍ ଏଥିରେ ଆଂଟି ଅକ୍ସିଡାଂଟସ, କାର୍ବୋହାଇଡ୍ରେଟ, ଡିଏଟାରୀ ଫାଇବର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ, ଫସଫରସ, ଭିଟାମିନ ସି ଓ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ ।

୨. ବ୍ରାଉନ ଅଳେଇଚରେ ନ୍ୟୁଟ୍ରିଏଂଟ ଆଂଟି ଅକ୍ସିଡାଂଟ୍‌, ଭିଟାମିନ ସି ଓ ପୋଟାସିୟମ ଏହି ଅଳେଇଚରେ ପ୍ରଚୁର ପରିମାଣରେ ଥାଏ ।

ଏସବୁ ଅଳେଇଚ କେତେ ଉପକାରୀ ?

କ୍ଷୁଦ୍ର ଗ୍ରୀନ ଅଳେଇଚ

. ଗ୍ରୀନ ଅଳେଇଚରେ ଅନେକ ନ୍ୟୁଟ୍ରିଏଂଟ ଥାଏ, ଯାହା କି ହଜମ ବ୍ୟବସ୍ଥାକୁ ସୁସ୍ଥ ରଖେ ଓ ପେଟ ଗୋଳମାଳ ହ୍ରାସ କରିଥାଏ । ଏସିଡିଟି ଓ ଅଜୀର୍ଣ୍ଣତାରୁ ଆଶ୍ୱସ୍ତି ଦେଇଥାଏ ଗ୍ରୀନ ଅଳେଇଚ ।

. ଗ୍ରୀନ ଅଳେଇଚ ଖାଇଲେ କଫ ଓ ବସିଯାଇଥିବା ଗଳାରୁ ଆଶ୍ୱସ୍ତି ମିଳେ ।

. ଏହା ରକ୍ତଚାର ହ୍ରାସ କରେ । ଆସ୍ଥମା ରୋଗୀଙ୍କ ପାଇଁ ଏହି ଅଳେଇଚ ହିତକର ।

. ଗ୍ରୀନ ଅଳେଇଚ ଗଟ୍ ହେଲ୍‌ଥ ବଜାୟ ରଖିବାରେ ସହାୟକ ହୋଇଥାଏ । ତେଣୁ ଶରୀରର ମେଟାବଲିଜିମ ବୃଦ୍ଧି କରି ଭୋକ ବଢାଇଥାଏ ।

. ଗ୍ରୀନ ଅଳେଇଚକୁ ମାଉଥ ଫ୍ରେସନେର ଭାବେ ବ୍ୟବହାର କରାଯାଏ ।

. ଅସୁସ୍ଥତା ଓ ବାନ୍ତି ଭଳି ସମସ୍ୟାରୁ ଆଶ୍ୱସ୍ତି ଦେଇଥାଏ ଛୋଟ ଅଳେଇଚ ।

. ଅଳେଇଚ ଚା’ ପିଇଲେ ପେଟ ଓ ଶ୍ୱାସଜନିତ ସମସ୍ୟା ଦୂର ହୋଇଥାଏ । ମିଜାଜରେ ବି ପରିବର୍ତ୍ତନ ଆଣିଥାଏ ।

ବଡ ମାଟିଆ ଅଳେଇଚ

. ବ୍ରାଉନ ଅଳେଇଚ ଦ୍ୱାରା ହାର୍ଟ ରେଟ୍ ନିୟନ୍ତ୍ରଣ ହୁଏ । ଫଳରେ ରକ୍ତଚାପ ବି ନିୟନ୍ତ୍ରଣ ହୋଇଥାଏ । ଏହି ଅଳେଇଚ ଖାଇବା ଦ୍ୱାରା ରକ୍ତ ଜମାଟ ବି ନିୟନ୍ତ୍ରଣ ହୋଇଥାଏ ।

. ପାଟି ସଂକ୍ରମଣରୁ ରକ୍ଷା କରିଥାଏ ବଡ ଅଳେଇଚ । ଦାନ୍ତ ବିନ୍ଧାରୁ ବି ଆଶ୍ୱସ୍ତି ଦେଇଥାଏ ।

. ଘାଆ ଶୁଖାଇବା ପାଇଁ ବି ଏହି ଅଳେଇଚ କାମ ଦିଏ ।

. ପରିସ୍ରାଗତ ରୋଗର ଉପଚାରରେ ବି ବ୍ରାଉନ ଅଳେଇଚ ସହାୟକ ହୋଇଥାଏ । ଏହା କିଡନୀ ରୋଗର ଉପଚାରରରେ ବି କାମ ଦିଏ ।

. ଶ୍ୱାସଜନିତ ରୋଗର ନିରାକରଣ ସହ ଥଣ୍ଡା ଓ କଫ ଦୂର କରିଥାଏ ବଡ ଅଳେଇଚ ।

. ଶରୀରରୁ ମଇଳା ହଟାଇବାରେ ସହାୟକ ହୁଏ ଏହି ଅଳେଇଚ ।

. ବ୍ରାଉନ ଅଳେଇଚ ତେଲ ମାଲିସ କଲେ ମୁଣ୍ଡବ୍ୟଥାରୁ ଆଶ୍ୱସ୍ତି ମିଳେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.