ETV Bharat / sukhibhava

କୋଭିଡ଼-୧୯ ବିରୋଧରେ ଲଢେଇ କରିପାରିବ କି Vitamin D ?

author img

By

Published : Feb 12, 2022, 5:44 PM IST

କୋଭିଡ଼-୧୯ ଭାଇରସ ବିରୋଧରେ ଭିଟାମିନ ଡି ପ୍ରଭାବକୁ ନେଇ ଗବେଷଣା ହୋଇଥିଲା । ଏହି ଭିଟାମିନ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ମହାମାରୀ ଠାରୁ ଶରୀରକୁ ରକ୍ଷା କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

କୋଭିଡ଼-୧୯ ବିରୋଧରେ ଲଢେଇ କରିପାରିବ କି Vitamin D ?
କୋଭିଡ଼-୧୯ ବିରୋଧରେ ଲଢେଇ କରିପାରିବ କି Vitamin D ?

ହାଇଦ୍ରାବାଦ: ଆମେରିକାର ପରଡ୍ୟୁ ବିଶ୍ବବିଦ୍ୟାଳୟ କୋଭିଡ଼ ମହାମାରୀ ବିରୋଧରେ ଭିଟାମିନ Dର ପ୍ରଭାବକୁ ନେଇ ଗବେଷଣା କରିଛି । ଭିଟାମିନ ଡି ରୋଗ ପ୍ରତିରୋଧକ କୋଷ ଉପରେ ପ୍ରଭାବ ପକାଇଥାଏ । ମହାମାରୀ ସମୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ନିହାତି ଆବଶ୍ୟକ ହୋଇଥିବାରୁ ଏହା ଉପରେ ଗବେଷଣା କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ ଭିଟାମିନ ଡି ଶରୀର ପାଇଁ ନିହାତି ଆବଶ୍ୟକ । ଏହାର ଅଭାବରେ ଶରୀରରେ ଟିକାର ପ୍ରଭାବ ମଧ୍ୟ କମ ରହିବା ସହିତ କୋଭିଡ଼ ମହାମାରୀର ଭୟାବହତା ବୃଦ୍ଧି ପାଇଥାଏ ବୋଲି ଜଣାପଡ଼ିଛି ।

ମହାମାରୀ ବିଶେଷ ଭାବରେ ବୟସ୍କଠାରେ ଅଧିକ ସମସ୍ୟା ସୃଷ୍ଟି କରୁଛି । ଯେଉଁ ଲୋକଙ୍କ ଶରୀରରେ ମେଦ ବହୁଳତା ଓ ରକ୍ତଚାପ ରହିବା ସହିତ ଭିଟାମିନ ଡିର ପରିମାଣ କମ ରହିଛି ସେମାନଙ୍କୁ ଭାଇରସ ଅଧିକ ସଂକ୍ରମିତ କରିବା ସହିତ ଆକ୍ରାନ୍ତ ବ୍ୟକ୍ତି ଅଧିକ ଗୁରୁତର ହେଉଛନ୍ତି । Bar-Ilan ୟୁନିଭିର୍ସିଟିର ଗବେଷଣା ଅନୁସାରେ ଭିଟାମିନ ଡି କମ ରହିବା ଫଳରେ ଆକ୍ରାନ୍ତ ବ୍ୟକ୍ତି ଅଧିକ ମୃତ୍ୟୁବରଣ କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କ ଶରୀରରେ ଭିଟାମିନ ଡି( 20 ng/mLରୁ କମ) ଅଭାବ ରହିଛି ସେମାନେ ଭିଟାମିନ ଡିର ପରିମାଣ(40 ng/mL)ଙ୍କ ଠାରୁ ୧୪ ଗୁଣା ଅଧିକ ଗୁରୁତର ହେଉଛନ୍ତି ।

ଏହା ବି ପଢନ୍ତୁ: COVID Infection Effect: ବର୍ଷେ ପରେ ଦେଖାଯାଉଛି ହୃତପିଣ୍ଡ ଜନିତ ସମସ୍ୟା

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (CDC) କହିଛି ଯେ କୋଭିଡ଼ କାରଣରୁ ମୃତ୍ୟୁବରଣ କରୁଥିବା 75% ରୁ ଅଧିକ ଲୋକଙ୍କର ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ, ମଧୁମେହ, ବୃକକ ରୋଗ ଏବଂ ମେଦବହୁଳତା ଭଳି ରୋଗ ରହିଛି । କମ ଭିଟାମିନ୍ ଡି ସ୍ତର ବୟସ୍କ ଏବଂ ପିଲାମାନଙ୍କଠାରେ ନିମୋନିଆ ହେବାର ଆଶଙ୍କା ବୃଦ୍ଧି ପାଇଛି । ନିୟମିତ ଭାବରେ ଭିଟାମିନ ଡି ଯୁକ୍ତ ଖାଦ୍ୟ ଗ୍ରହଣ କଲେ ଏହା ମହାମାରୀଠାରୁ ଶରୀରକୁ ରକ୍ଷା କରିବାରେ ସହାୟକ ହେବ ବୋଲି ଗବେଷକ କହିଛନ୍ତି ।

ଉତ୍ତମ ହାଡ଼ର ସୁସ୍ଥ ପାଇଁ ମଧ୍ୟ ଏହା ସାହାଯ୍ୟ କରେ । ଏହାସହିତ ହୃତପିଣ୍ଡର ସୁସ୍ଥତା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଜୀବାଣୁ ସଂକ୍ରମଣରୁ ରକ୍ଷା କରିଥାଏ । ସେପଟେ ବୟସ୍କଙ୍କ ଠାରୁ ଯୁବପିଢିଙ୍କ ଠାରେ ଭିଟାମିନ ଡି ର ଅଭାବ ୪ ଗୁଣ ଅଧିକ ଦେଖିବାକୁ ମିଳିଛି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଭିଟାମିନ ଡିର ପରିମାଣ ଅଧିକ ରହିବା ଆବଶ୍ୟକ । ଏଣୁ ବ୍ୟାୟାମ ସହିତ ଭିଟାମିନ ଡି ଥିବା ଖାଦ୍ୟ ଖାଇବା ପାଇଁ ଗବେଷକ ପରାମର୍ଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.