ETV Bharat / sukhibhava

ବାୟୁ ପ୍ରଦୂଷଣରୁ ହୋଇପାରେ କି କ୍ୟାନ୍ସର? ଏଭଳି କହିଲେ AIIMS ଡାକ୍ତର - ଶରୀର ଉପରେ ବାୟୁ ପ୍ରଦୂଷଣର ପ୍ରଭାବ

ବାୟୁ ପ୍ରଦୂଷଣରୁ କୋରୋନାରୀ ଆଟେରୀ ରୋଗ ହେବାର ସମ୍ଭାବନା ଅଧିକ ବୋଲି କହିଛନ୍ତି AIIMS ଡାକ୍ତର ପ୍ରଫେସର ଡାକ୍ତର ପୀୟୁଷ ରଞ୍ଜନ। ଅଧିକ ପଢନ୍ତୁ

Can air pollution cause cancer
Can air pollution cause cancer
author img

By ETV Bharat Odisha Team

Published : Nov 6, 2023, 12:10 PM IST

ହାଇଦ୍ରାବାଦ: ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଦୀପାବଳି ନଆସୁଣୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜଧାନୀ ସମେତ ଦିଲ୍ଲୀ ଏନ୍‌ସିଆର୍‌ରେ ବିଷାକ୍ତ ହେଲାଣି ପରିବେଶ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଫଳରେ ସ୍ଥାନୀୟ ଲୋକେ ନିଶ୍ବାସ ନେବାରେ ଅସୁବିଧା ଭୋଗିବା ସହିତ, ମୁଣ୍ଡବିନ୍ଧା, ଆଖି ଜ୍ୱଳନ, ଗଳା ଏବଂ ନାକ ଯନ୍ତ୍ରଣା ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀରେ ଟ୍ରକ୍‌ ପ୍ରବେଶ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି । ତେବେ ପ୍ରଦୂଷଣର ପ୍ରଭାବ ଶରୀର ଉପରେ କଣ ରହିବ ସେନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ବାୟୁ ପ୍ରଦୂଷଣ ଯୋଗୁଁ କ୍ୟାନ୍ସର ହୋଇପାରେ ବୋଲି କୁହାଯାଉଥିବା ବେଳେ ନ୍ୟୁଜ୍‌ ଏଜେନ୍ସି ANIକୁ ପ୍ରତିକ୍ରିୟା ଦେଇଛନ୍ତି ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର ଡାକ୍ତର ପୀୟୁଷ ରଞ୍ଜନ । ବାୟୁ ପ୍ରଦୂଷଣ ଏବଂ ବିଭିନ୍ନ ପ୍ରକାର କ୍ୟାନ୍ସର ସହିତ ସମ୍ବନ୍ଧ ରହିଥିବା ନେଇ ବୈଜ୍ଞାନିକ ପ୍ରମାଣ ରହିଥିବା ନେଇ ସେ କହିଛନ୍ତି ।

ଡାକ୍ତର ପୀୟୁଷଙ୍କ କହିବା ଅନୁସାରେ, ପ୍ରଦୂଷଣ ଶ୍ୱାସକ୍ରିୟାକୁ କ୍ଷତି ପହଞ୍ଚାଇବା ବ୍ୟତୀତ ହୃଦଘାତ, ବ୍ରେନ୍‌ ଷ୍ଟ୍ରୋକ୍ ଏବଂ ଆର୍ଥ୍ରାଇଟିସ୍ ଭଳି ଗୁରୁତର ରୋଗ ସହିତ ବାୟୁ ପ୍ରଦୂଷଣର ସିଧାସଳଖ ସମ୍ପର୍କ ରହିଛି । ପ୍ରଦୂଷଣ ଶ୍ବାସରୋଗ ସୃଷ୍ଟି କରିବା ବ୍ୟତୀତ ଶରୀରର ବିଭିନ୍ନ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ । କୋରୋନାରୀ ଧମନୀ ରୋଗ ପାଇଁ ଏହା ଦାୟୀ ବୋଲି କୁହାଯାଇଛି । ଧମନୀରେ, ଚର୍ବି ଏବଂ କୋଲେଷ୍ଟ୍ରଲ୍‌ ଜମାଟ ବ୍ୟାନ୍‌ ଅଧିବାକୁ ଆରମ୍ଭ କରେ, ଯାହା ଷ୍ଟ୍ରୋକର ଆଶଙ୍କା ବଢାଇ ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମୋଟାପଣ ରକ୍ତଚାପ, କୋଲେଷ୍ଟ୍ରଲ୍‌ ଏବଂ ହୃଦ୍‌ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ କ୍ୟାନ୍ସର୍‌ ହେବାର ଆଶଙ୍କା ମଧ୍ୟ ରହିପାରେ ବୋଲି କହିଛନ୍ତି ।

ଗର୍ଭରେ ବଢୁଥିବା ଛୁଆ ପ୍ରତି ମଧ୍ୟ ବିପଦ: ତେବେ ବାୟୁ ପ୍ରଦୂଷଣକୁ ନେଇ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିବା ବେଳେ ଏହା ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି କୁହାଯାଇଛି। ଡାକ୍ତରଙ୍କ କହିବାନୁସାରେ, ବାୟୁ ପ୍ରଦୂଷଣ ମସ୍ତିଷ୍କ ଏବଂ ହୃଦୟକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଯଦି ସତର୍କତା ଅବଲମ୍ବନ କରାନଯାଏ ତେବେ ସମସ୍ତଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ। ସୋମବାର ସକାଳେ କ୍ରମାଗତ ପଞ୍ଚମ ଦିନରେ ମଧ୍ୟ ବାୟୁ ଗୁଣାବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି। ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ଅନୁଯାୟୀ, ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ରବିବାର ଦିନ 410 ରେକର୍ଡ କରାଯାଇଥିଲା । ଶନିବାର ଦିନ ବାୟୁ ଗୁଣାବତ୍ତା 504 ରହିଥିଲା । କିନ୍ତୁ ଆଜି(ସୋମବାର) ସକାଳେ ମଧ୍ୟ ଦିଲ୍ଲୀ ବାୟୁ ଖରାପ ଶ୍ରେଣୀରେ ରହିଥିବା ନେଇ ସୂଚନା ଦିଆଯାଇଥିଲା ।

ଡାକ୍ତରଙ୍କ କହିବା ଅନୁସାରେ, ବାୟୁ ଗୁଣାବତ୍ତା ସୂଚକାଙ୍କ 50ରୁ କମ ରହିବା ଉଚିତ । କିନ୍ତୁ ବର୍ତ୍ତମାନ ସମୟରେ ଏହି ସୂଚକାଙ୍କ 400ରୁ ଅଧିକ ରହୁଛି । ଯାହା ଫୁସଫୁସ ସମ୍ବନ୍ଧୀୟ ରୋଗ ସୃଷ୍ଟି ହେବାର ସମ୍ଭାବନାକୁ ବୃଦ୍ଧି କରିଥାଏ ବୋଲି କୁହାଯାଇଛି । ଏହାସହ ଫୁସ୍‌ଫୁସ୍‌ କ୍ୟାନ୍ସର୍‌ ହେବାର ଆଶଙ୍କା ଅଧିକ ରହିଥିବା ନେଇ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.