ETV Bharat / sukhibhava

ଦୁଇଟି କିଡନୀ ନଷ୍ଟ ପରେ ବି ଜଣେ ବ୍ୟକ୍ତି ଜୀବିତ ରହିପାରିବେ କି ?

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ଗୋଟିଏ କିଡନୀ ନଷ୍ଟ ହୋଇଗଲେ ମଧ୍ୟ ଅନ୍ୟ ଏକ କିଡନୀ ସାହାରରେ ଜୀବିତ ରହିପାରନ୍ତି । ହେଲେ ଉଭୟ କିଡନୀ ନଷ୍ଟ ହୋଇ ଯାଇଥିବା ବ୍ୟକ୍ତି ଜୀବିତ ରହିପାରନ୍ତି କି ନାହିଁ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିହୁଏ । ଏନେଇ ଡାକ୍ତରୀ ଚିକିତ୍ସା କଣ କୁହେ, ଜାଣନ୍ତୁ

kidney
kidney
author img

By

Published : Feb 12, 2023, 7:24 AM IST

ହାଇଦ୍ରାବାଦ: କିଡନୀ ଆମ ଶରୀରର କେତେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଅନ୍ୟତମ । ଶରୀରରେ ଥିବା ଦୂଷିତ ପଦାର୍ଥକୁ ଫିଲ୍ଟର୍ କରି ନିଷ୍କାସନ କରିଥାଏ କିଡନୀ । କିଡନୀ କାର୍ଯ୍ୟ ବନ୍ଦ ହୋଇଗଲେ ନାନା ରୋଗ ମାଡିବସେ । ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କିଡନୀ ରୋଗରେ ପୀଡିତ । କେହି କେହି ଗୋଟିଏ କିଡନୀ ହରାନ୍ତି ତ ଆଉ କାହାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଏ । ତେବେ ଏହାରି ମଧ୍ୟରେ ନିଶ୍ଚିତ ପ୍ରଶ୍ନ ଉଠେ ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲେ ବି ଜୀବନ ସମ୍ଭବପର ହୁଏ କି ? ଜାଣନ୍ତୁ ଏ ବାବଦରେ ଚିକିତ୍ସା ପଦ୍ଧତି କଣ କୁହେ...

ଚିକିତ୍ସା ପ୍ରଣାଳୀ ଅନୁସାରେ, ଯଦି ଜଣେ ବ୍ୟକ୍ତିର ଉଭୟ କିଡନୀ ନଷ୍ଟ ହୋଇଯାଏ, ତଥାପି ସେ ବଞ୍ଚିପାରିବେ । ମାତ୍ର ସେ ଅଧିକ ଦିନ ବଞ୍ଚିପାରିବେ ନାହିଁ । ଏହି ସମୟରେ, ଜଣେ ବ୍ୟକ୍ତି ଅନେକ ଚିକିତ୍ସା, ଔଷଧ, ଖାଦ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ କରନ୍ତି । ଯେ ପର୍ଯ୍ୟନ୍ତ ତାଙ୍କର ଡାଏଲିସିସ୍ ଥାଏ, ସେ ପର୍ଯ୍ୟନ୍ତ କିଡନୀ ବିନା ବଞ୍ଚିପାରିବେ । ଡାଏଲିସିସ୍ ମାଧ୍ୟମରେ ଶରୀରର ସମସ୍ତ ଦୂଷିତ ପଦାର୍ଥ ପରିସ୍ରା ଏବଂ ମଳ ଦ୍ବାରା ନିଷ୍କାସନ କରାଯାଇଥାଏ । ମାତ୍ର ଡାଏଲିସିସ୍ ବିନା ଜଣେ ବ୍ୟକ୍ତି ଦୀର୍ଘ ସମୟ ବଞ୍ଚିପାରିବ ନାହିଁ ।

ଡାଏଲିସିସ୍ ସହିତ କେତେ ଦିନ ବଞ୍ଚିବା ସମ୍ଭବ ?

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ରୋଗୀର କ୍ଷମତା ଉପରେ ଡାଏଲିସିସ୍ ନିର୍ଭର କରେ । ଅନେକ ଥର ଉଭୟ କିଡନୀ ନଷ୍ଟ ହେବା ପରେ ଡାଏଲିସିସ୍ କରୁଥିବା ବ୍ୟକ୍ତି 5 ରୁ 10 ବର୍ଷ ବଞ୍ଚିପାରନ୍ତି ।

ଡାଏଲିସିସ୍ ପ୍ରକାର

ହୋମିଓ ଡାଏଲିସିସ୍: ଏହା ଏକ ପ୍ରକ୍ରିୟା, ଯେଉଁଥିରେ ଶରୀର ରୋଗୀର ରକ୍ତରୁ ବର୍ଜ୍ୟ ଜଳ ଏବଂ ଅତିରିକ୍ତ ତରଳ ପଦାର୍ଥ ବାହାର କରିଥାଏ । ହୋମ୍‌ ଡାଏଲିସିସ୍ ସମୟରେ ଡାକ୍ତର ରୋଗୀର ହାତରେ ଏକ ଛୁଞ୍ଚି ଲଗାନ୍ତି ଏବଂ ଶରୀରରୁ ବର୍ଯ୍ୟବସ୍ତୁ ବାହାର କରିବା ପାଇଁ ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନୁସରଣ କରନ୍ତି । ଏକ ହୋମ୍ ଡାଏଲିସିସ୍ ଅଧିବେଶନ 4 ରୁ 5 ଘଣ୍ଟା ହୋଇଥାଏ । ଏହା ସପ୍ତାହରେ 3 ଥର କରାଯାଏ ।

ପେରିଟୋନିଆଲ୍ ଡାଏଲିସିସ୍: ଏହି ପ୍ରକ୍ରିୟାରେ ରକ୍ତ ମଧ୍ୟ ସଫା କରାଯାଏ । ଏଥିରେ ଡାକ୍ତର ରୋଗୀର ପେଟରେ ପ୍ଲାଷ୍ଟିକ୍ ଟ୍ୟୁବ୍ ଭର୍ତ୍ତି କରି ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିଦିଅନ୍ତି । ପେଟରେ କ୍ୟାଥେର୍ ଭର୍ତ୍ତି କରିବା ପାଇଁ ଡାକ୍ତରମାନେ ଅସ୍ତ୍ରୋପଚାର କରନ୍ତି । କ୍ୟାଥେର୍ ମାଧ୍ୟମରେ ଡାଏଲିସିସ୍ ଫ୍ଲୁଇଡ୍ ପେଟରେ ଇଞ୍ଜେକ୍ସନ ଦିଆଯାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.