ହାଇଦ୍ରାବାଦ: ଅନ୍ୟ ପନିପରିବା ପରି ପତ୍ରକୋବି ମଧ୍ୟ ଅନେକ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଅନେକ ଲୋକ ଜାଣନ୍ତି ନାହିଁ ଯେ କୋବି ରସ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ସାଧାରଣତଃ ବଜାରରେ କୋବି ସବୁଜରୁ ନାଲି ଏବଂ ବାଇଗଣୀ ରଙ୍ଗରେ ଏଭଳି ଭିନ୍ନ ରଙ୍ଗର ମିଳିଥାଏ । ଏବଂ ଏହାର ପତ୍ରଗୁଡିକ ଚିକ୍କଣ କିମ୍ବା କ୍ରଙ୍କଲ୍ ହୋଇଥାଏ । ଅନେକ ରୋଗର ପ୍ରଭାବକୁ ହ୍ରାସ କରିପାରେ ପତ୍ରକୋବି । ତେବେ ଏଥିରେ କି କି ସ୍ବାସ୍ଥ୍ୟ ଉପାଦେୟତା ଅଛି... ଜାଣନ୍ତୁ,
ଉପକାରିତା: ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କୋବିରେ ଭିଟାମିନ୍, ଫାଇବର, ପୋଟାସିୟମ୍, ଆଇରନ୍, ତମ୍ବା, ଜିଙ୍କ୍, ଫସଫରସ୍, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍ସ, ଥିଏମାଇନ୍ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଥାଏ । ଏହି ପୋଷକ ତତ୍ତ୍ୱ ଏକାଠି କାମ କରେ ଏବଂ ମଧୁମେହ, ମେଦବହୁଳତା, ହୃଦ ରୋଗ ଏବଂ ସାମଗ୍ରିକ ମୃତ୍ୟୁହାରକୁ ହ୍ରାସ କରିଥାଏ ।
ରେଡିଏସନ ଥେରାପିରୁ ସୁରକ୍ଷା ଦିଏ ପତ୍ରକୋବି
ଜର୍ଜେଟାଉନ୍ ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ରେଡିଏସନର କ୍ଷତିକାରକ ପ୍ରଭାବରୁ କୋବିରୁ ଉତ୍ପନ୍ନ ଏକ ଯୌଗିକ 3,3′-ଜିନ୍ଡେୋଲିମିଥାଏନ(DIM) ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ବାରା ଶରୀରରେ ଲାଲ ଏବଂ ଧଳା ରକ୍ତ କଣିକା ଏବଂ ରକ୍ତ ପ୍ଲାଲେଟ୍ ଅଧିକ ହୋଇଥାଏ । ଯାହା ରେଡିଏସନର କ୍ଷମତାକୁ ହ୍ରାସ କରିବାରେ ସାହାଯ୍ୟ କରେ ।
କର୍କଟ ରୋଗକୁ ପ୍ରତିରୋଧ କରେ ପତ୍ରକୋବି
ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, କର୍କଟ କୋଷର ପ୍ରଗତିରେ ଜଡିତ ଥିବା କ୍ଷତିକାରକ ଏନଜାଇମ୍ ହିଷ୍ଟୋନ୍ ଡିସିଟାଇଲେସ୍ (HDAC)କୁ ପ୍ରତିରୋଧ କରିବାର ଶକ୍ତି ଅଛି । HDAC ଏନଜାଇମକୁ ବନ୍ଦ କରିବାର କ୍ଷମତା କୋବିରେ ରହିଛି । ଫଳରେ ଏହା ଖାଇବା ଦ୍ବାରା କର୍କଟ ରୋଗରୁ ରକ୍ଷା ପାଇବାରେ ସାହାଯ୍ୟ ହୋଇଥାଏ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏଥିରେ ଥିବା ଅନ୍ୟ ଏକ ରସାୟନ ଆପିଜିନ୍ ସ୍ତନ କର୍କଟ ରୋଗରୁ ରକ୍ଷା କରିଥାଏ । ସେହିପରି ଲାଲ୍ କୋବିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟୋସିୟାନିନ୍ ଥାଏ, ଯାହା କର୍କଟ କୋଷର ବିସ୍ତାରକୁ ମନ୍ଥର କରିବା, ପୂର୍ବରୁ ସୃଷ୍ଟି ହୋଇଥିବା କର୍କଟ କୋଷ ଗୁଡ଼ିକୁ ମାରିବା ଏବଂ ନୂତନ ଟ୍ୟୁମର ବୃଦ୍ଧି ବନ୍ଦ କରିଥାଏ ବୋଲି ଦର୍ଶାଯାଇଛି ।
ପତ୍ରକୋବି ହୃଦରୋଗର ବିପଦକୁ ହ୍ରାସ କରେ
ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ପୁଷ୍ଟିକର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଫ୍ଲାଭୋନାଏଡ୍ ସମୃଦ୍ଧ ଖାଦ୍ୟ ଗ୍ରହଣ ହୃଦ୍ରୋଗରେ ମୃତ୍ୟୁ ହେବାର କମ୍ ଆଶଙ୍କା ରହିଛି । କୋବିରେ ଥିବା ପଲିଫେନୋଲର ହୃଦରୋଗ ଆଶଙ୍କା ମଧ୍ୟ ହ୍ରାସ କରିଥାଏ।
ହଜମ କରାଏ ପତ୍ରକୋବି
କୋବିରେ ଫାଇବରରେ ଭରପୂର ମାତ୍ରାରେ ରହିଥାଏ, ଯାହା ପେଟକୁ ସଫା ରଖିବାରେ ସାହାଯ୍ୟ କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ବ୍ୟାଘାତ କରେ ନାହିଁ । କୋବି ରସ ପିଇବା ହଜମ ପ୍ରକ୍ରିୟାକୁ ମଜବୁତ ହୋଇଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏବଂ କେଶକୁ ମଜବୁତ ରଖେ ପତ୍ରକୋବି
ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ କୋବି ରସ ପିଇବା ଉଚିତ୍, କାରଣ ଏହି ରସ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କୋବି ରସ ପିଇଲେ ଅଧିକ କୋଲେଷ୍ଟ୍ରଲ ହେବାର ଆଶଙ୍କା କମିଯାଏ । ଏହି ରସ ଖରାପ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହୋଇଥିବା ରୋଗକୁ ଭଲ କରିଥାଏ ଏବଂ ହୃଦୟକୁ ଦୃଢ ଏବଂ ସୁସ୍ଥ ରଖେ । ଏହାକୁ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମିଯାଏ ।
ଏହି ରସକୁ କେଶର ଶକ୍ତି ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ । କୋବି ରସ ପିଇବା ଦ୍ବାରା ତ୍ୱଚା ଏବଂ କେଶକୁ ମଜବୁତ କରିଥାଏ । ପ୍ରତିଦିନ ଏହି ରସ ଖାଇବା ଦ୍ୱାରା କେଶ ସମସ୍ୟା ଦୂର ହୋଇପାରେ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ