ETV Bharat / sukhibhava

Heart Hole: ଛାତିରେ ଛିଦ୍ର ଚିହ୍ନଟ କରିବ AI - ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି

ଏଣିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ସହାୟତାରେ ଏଣିକି ଇସିଜି ସାହାଯ୍ୟରେ ଛାତିରେ ରହିଥିବା ଛିଦ୍ରକୁ ଜାଣିହେବ। ଅଧିକ ପଢନ୍ତୁ

Heart Hole
Heart Hole
author img

By

Published : Aug 22, 2023, 5:23 PM IST

ହାଇଦ୍ରାବାଦ: ଆପଣ ଶୁଣିଥିବେ ଛୋଟ ଛୁଆଙ୍କ ଛାତିରେ ଛିଦ୍ର ରହିବା ବିଷୟରେ। ଛୋଟ ଛିଦ୍ର ଆପେଆପେ ଭଲ ହେଇଯାଉଥିବା ବେଳେ ଛିଦ୍ରର ଆକାର ବଡ ହୋଇଥିଲେ ସର୍ଜରୀ କରିବାକୁ ପଡିଥାଏ। ହାର୍ଟ ସମସ୍ୟାକୁ ଇଲେକ୍ଟ୍ରୋକାର୍ଡିଓଗ୍ରାମ(ଇସିଜି) ସାହାଯ୍ୟରେ ଚିହ୍ନଟ କରାଯାଇଥାଏ। ତେବେ ଏଭଳି ସ୍ଥଳେ ପ୍ରଶ୍ନ ଉଠେ ଇସିଜି ସାହାଯ୍ୟରେ ଛାତିର ଛିଦ୍ରକୁ ଚିହ୍ନଟ କରାଯାଇପାରିବ କି? ଜାପାନର ବ୍ରିଗମ୍, ଓ୍ବିମେନ୍ସ ହସ୍ପିଟାଲ ଏବଂ କିଓ ବିଶ୍ୱବିଦ୍ୟାଳୟ ଛାତିର ଛିଦ୍ରକୁ ନେଇ ଏକ ଅଭିନବ ଉପାୟ ବାହାର କରିଛି। ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ସହାୟତାରେ ଏଣିକି ଇସିଜି ସାହାଯ୍ୟରେ ଛାତିରେ ରହିଥିବା ଛିଦ୍ରକୁ ଜାଣିହେବ।

ଯେତେବେଳେ ହୃଦୟର ଛିଦ୍ର ବିଷୟରେ ଶୁଣାଯାଏ ସେତେବେଳେ ଛୁଆଙ୍କ କଥା ମନକୁ ଆସେ। କାରଣ ଏହି ସମସ୍ୟା ଜନ୍ମ ସମୟରେ ହିଁ ହୋଇଥାଏ। କେତେକ କ୍ଷେତ୍ରରେ ଏହା ଅଳ୍ପ ବୟସରେ ଦେଖାଯାଇଥାଏ। ତେବେ କିଛି ଲୋକ ବୟସ୍କ ହେବା ଯାଏଁ ମଧ୍ୟ ଛାତିରେ ଛିଦ୍ର ଅଛି କି ନାହିଁ ଜାଣିପାରନ୍ତି ନାହିଁ। ଏହାର ଲକ୍ଷଣ ଜଟିଳ ହୋଇନଥିବାରୁ ରୋଗ ଚିହ୍ନଟ ହୁଏ ନାହିଁ। ଫଳରେ ଏହି ଛିଦ୍ର ଛାତି ଭିତରେ ରହି ଅନେକ ସମସ୍ୟା ସୃଷ୍ଟି କରିଥାଏ। ତେବେ ଏହା ଦ୍ବାରା ହୃଦରୋଗ, ଷ୍ଟ୍ରୋକ, ହୃଦଘାତ, ଫୁସଫୁସରେ ସମସ୍ୟା ଏବଂ ଉଚ୍ଚରକ୍ତଚାପ ଦେଖାଦେଇଥାଏ।

ଏହା ମଧ୍ୟ ପଢନ୍ତୁ: ବିପାଶା ବାସୁଙ୍କ ଝିଅର ହାର୍ଟରେ ଥିଲା ଛିଦ୍ର, ଜାଣନ୍ତୁ ଏହାର କାରଣ

ତଥ୍ୟ ଅନୁସାରେ, ଯଦି ଛୋଟ ଛୁଆ ସମୟରେ ଛାତିରେ ଛିଦ୍ର ବିଷୟରେ ଜଣାପଡେ ତାହାଲେ ଏହାର ଚିକିତ୍ସା ସମ୍ଭବ ହୋଇଥାଏ। ଏକ ଛୋଟ ସର୍ଜରୀ ଦ୍ବାରା ଏହି ଛିଦ୍ରକୁ ପୂର୍ଣ୍ଣ କରାଯାଇଥାଏ। ଛୋଟ ବୟସରୁ ଚିକିତ୍ସା କରିବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ନଥିବା ବେଳେ ଜୀବନ ପ୍ରତି ବିପଦ ମଧ୍ୟ ନଥାଏ। ଅଧିକାଂଶ କ୍ଷେତ୍ରରେ, ଡାକ୍ତରମାନେ ଷ୍ଟେଥୋସ୍କୋପ୍ ସହିତ ହୃଦସ୍ପନ୍ଦନ ଶୁଣି ପର୍ଫୋରେସନ ବା ଛାତିର ନିର୍ଣ୍ଣୟ କରିଥାଆନ୍ତି। କିନ୍ତୁ କେବଳ 30% ଲୋକଙ୍କ ପାଖରେ ଏହି ସମସ୍ୟା ରହିଛି। ଇକୋକାର୍ଡିଓଗ୍ରାମ ସାହାଯ୍ୟରେ ମଧ୍ୟ ସମସ୍ୟା ଚିହ୍ନଟ କରାଯାଉଥିବା ବେଳେ ଏହି ପ୍ରକ୍ରିୟା ପାଇଁ ଅଧିକା ସମୟ ଲାଗିଥାଏ। ତେଣୁ ପ୍ରାରମ୍ଭିକ ପରୀକ୍ଷା (ସ୍କ୍ରିନିଂ) ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ନୁହେଁ। ଅନ୍ୟ ଏକ ପଦ୍ଧତି ହେଉଛି ECG। ଏହା ଏକ ପରୀକ୍ଷା ଯାହା ମାତ୍ର ଏକ ମିନିଟରେ ସମାପ୍ତ ହୋଇପାରିବ। ତେଣୁ ଏହାକୁ ସ୍କ୍ରିନିଂ ପାଇଁ ବ୍ୟବହାର କରାଯାଇପାରିବ। କିନ୍ତୁ ହୃଦୟ ସମ୍ବନ୍ଧୀୟ ରୋଗକୁ ଇସିଜି ସାହାଯ୍ୟରେ ଚିହ୍ନଟ କରିବାରେ ସମ୍ଭବ ହୋଇପାରେ ନାହିଁ। ତେବେ ଏପରି ସ୍ଥଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହିଁ ECG କୁ ବିଶ୍ଳେଷଣ କରିବା ସହିତ ଶୀଘ୍ର ହୃଦୟର ଛିଦ୍ରକୁ ଚିହ୍ନଟ କରିପାରିବ ବୋଲି ବୈଜ୍ଞାନିକମାନେ ମତ ପୋଷଣ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.