ETV Bharat / sukhibhava

ଦୂର ହେବ ଭୁଲା ରୋଗ ଆଲଜାଇମର୍ ! ଏହି ଉପାୟ ଆବିଷ୍କାର କଲେ ବୈଜ୍ଞାନିକ - ଆଲଜାଇମର୍ ଚିକିତ୍ସା ଉପାୟ

ବ୍ୟାୟାମ ମାଧ୍ୟମରେ ଆଲଜାଇମର୍‌କୁ ମାତ୍ ଦେବାର ଉପାୟ ବାହାର କଲେ ବୈଜ୍ଞାନିକ । ଜାଣନ୍ତୁ କେମିତି କରିବେ ବ୍ୟାୟାମ । ଅଧିକ ପଢନ୍ତୁ

Breathing exercises
Breathing exercises
author img

By

Published : May 3, 2023, 8:24 AM IST

ନ୍ୟୁୟର୍କ: ଏକ ସରଳ ଶ୍ବାସକ୍ରିୟା ବ୍ୟାୟାମ ମାଧ୍ୟମରେ ଆଲଜାଇମର ରୋଗ ଆଶଙ୍କାକୁ ହ୍ରାସ କରାଯାଇପାରେ । ଏକଥା ଆମେ କହୁନୁ, ନିକଟରେ କରାଯାଇଥିବା ଏକ ଅନୁସନ୍ଧାନ ପରେ ଏହି ଦାବି କରିଛନ୍ତି ବୈଜ୍ଞାନିକ । ଯଦି ଜଣେ ବ୍ୟକ୍ତି ନିୟମିତ ଏହି ବ୍ୟାୟାମ କରନ୍ତି ତେବେ ତାଙ୍କର ଭୁଲା ରୋଗ ଆଲଜାଇମର ବିପଦ ହ୍ରାସ ହୋଇପାରେ । ସାଉଥ୍ କାଲିଫର୍ଣ୍ଣିଆ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଏହି ରହସ୍ୟ ଜାଣିବାକୁ ପାଇଛନ୍ତି ।

ସେମାନେ ଦର୍ଶାଇଛନ୍ତି ଯେ, ଏକ ସଂକ୍ଷିପ୍ତ ନିଶ୍ୱାସ ଅଧିବେଶନ(Breathing Session)- ପାଞ୍ଚ ଥର ଗଣି ନିଶ୍ୱାସ ନେବା ଏବଂ ପାଞ୍ଚ ଥର ଗଣି ନିଶ୍ବାସ ଛାଡିବା ପ୍ରତିଦିନ ଏହିପରି ଦୁଇ ଥର 20 ମିନିଟ୍ ପର୍ଯ୍ୟନ୍ତ ଗୋଟିଏ ମାସ କରିବା ଫଳରେ ଆଲଜାଇମର୍ ବିପଦ ହ୍ରାସ ପାଇପାରେ । ଅନୁସନ୍ଧାନ ସମୟରେ ପ୍ରତ୍ୟେକ ବ୍ୟାୟାମ ସମୟରେ ଅଂଶଗ୍ରହଣକାରୀଙ୍କର ହୃଦସ୍ପନ୍ଦନ ପରିବର୍ତ୍ତନଶୀଳତା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏଥିସହ ପରୀକ୍ଷଣର ଚାରି ସପ୍ତାହ ମଧ୍ୟରେ ସେମାନଙ୍କ ରକ୍ତରେ ଆମିଲଏଡ୍-ବିଟା ପେପ୍ଟିଡ୍ସର ସ୍ତର କମି ଯାଇଥିବା ଦର୍ଶାଇଛନ୍ତି ବୈଜ୍ଞାନିକ ।

ଏହା ମଧ୍ୟ ପଢନ୍ତୁ:- ବୈଜ୍ଞାନିକଙ୍କ କମାଲ୍, ସନ୍ତାନ ପ୍ରାପ୍ତିରେ ସହାୟକ ହୋଇପାରିବ ରୋବଟ୍

ସାଇଣ୍ଟିଫିକ୍ ରିପୋର୍ଟ ପତ୍ରିକାରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ, ବୟସ୍କଙ୍କ ମସ୍ତିଷ୍କରେ ଆମିଲଏଡ୍ ବିଟା ସ୍ତରକୁ ହ୍ରାସ କରିପାରିବାର ଉପାୟ ଜାଣିବାରେ ଏହି ଅନୁସନ୍ଧାନ ପ୍ରଥମ ହୋଇପାଏ । ବ୍ରିଦି୍‌ ଏକ୍ସରସାଇଜ୍ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ । ଏହାର କାରଣ ହେଉଛି ଯେ, ଆମେ ନିଶ୍ୱାସ ପ୍ରଶ୍ୱାସ ନେବା ଦ୍ୱାରା ଆମର ହୃଦସ୍ପନ୍ଦନ ପ୍ରଭାବିତ ହୁଏ, ଯାହା ପରବର୍ତ୍ତୀ ସମୟରେ ଆମର ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇଥାଏ ଏବଂ ଆମର ମସ୍ତିଷ୍କ ପ୍ରୋଟିନ୍ ଉତ୍ପାଦନ କରିଥାଏ ।

ଅନୁସନ୍ଧାନକାରୀ ଟିମ୍ ଏହି ଅନୁସନ୍ଧାନ ପାଇଁ 108 ଅଂଶଗ୍ରହଣକାରୀଙ୍କୁ ନେଇ ଏହି ତର୍ଜମା କରିଛନ୍ତି । ଏଥିରେ 18 ରୁ 30 ବର୍ଷ ଏବଂ 55 ରୁ 80 ବର୍ଷ ବୟସର ବ୍ୟକ୍ତି ସାମିଲ୍ ହୋଇଥିଲେ । ଏଥିରୁ ଜଣାଗଲା ଯେ, 4 ସପ୍ତାହ ପର୍ଯ୍ୟନ୍ତ ଯଦି ଜଣେ ବ୍ୟକ୍ତି ବ୍ରିଦିଂ ଏକ୍ସରସାଇଜ୍ କରନ୍ତି, ତେବେ ତାଙ୍କର ଆଲଜାଇମର୍ ବିପଦ ହ୍ରାସ ପାଇପାରିବ । କହି ରଖୁଛୁ ଯେ, ଆଲଜାଇମର୍ ହେଉଛି ଏକ ଭୁଲା ରୋଗ । ବୟସ ବୃଦ୍ଧି ହେଲେ ଏହି ରୋଗ ଦେଖିବାକୁ ମିଳିଥାଏ । ଏହାର କୌଣସି ଉପଶମ ନାହିଁ ।

ରୋଗ ଲକ୍ଷଣ ଆଧାରରେ ପରିଚାଳିତ ହୁଏ । ରୋଗର ବୃଦ୍ଧିକୁ ରୋକିବା ପାଇଁ ଡାକ୍ତରମାନେ ଔଷଧ ଦିଅନ୍ତି । ଏହା ବ୍ୟତୀତ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ପ୍ରତି ଧ୍ୟାନ ଦେଲେ ଗମ୍ଭୀରତାକୁ ରୋକା ଯାଇପାରେ । ବର୍ତ୍ତମାନ ବୈଜ୍ଞାନିକଙ୍କ ଏହି ଅନୁସନ୍ଧାନ ନିଶ୍ଚିତ ରୂପେ ରୋଗକୁ ମାତ୍ ଦେବାରେ ସହାୟକ ହୋଇପାରିବ ବୋଲି ଆଶା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.