ETV Bharat / sukhibhava

Li-Fraumeni Syndrome Disease: ଲି' ଫ୍ରୋମେନି ସିଣ୍ଡ୍ରୋମ୍‌ କାରଣରୁ ଗୋଟିଏ ପରିବାରର 4ମୃତ, ଜାଣନ୍ତୁ କଣ ଏହି ରୋଗ

ଲି' ଫ୍ରୋମେନି ସିଣ୍ଡ୍ରୋମ କାରଣରୁ ଗୋଟିଏ ପରିବାରର 4ମୃତ । ଜାଣନ୍ତୁ କଣ ଏହି ରୋଗର କାରଣ ଏବଂ ଲକ୍ଷଣ

author img

By

Published : Aug 18, 2023, 3:22 PM IST

Li Fraumeni Syndrome Disease
Li Fraumeni Syndrome Disease

ହାଇଦ୍ରାବାଦ: ବ୍ରାଜିଲ୍‌ରୁ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏକ ମାରାତ୍ମକ ରୋଗ ଯୋଗୁଁ ଗୋଟିଏ ପରିବାରର ମୁଖ୍ୟଙ୍କ ସହିତ 3ଜଣଙ୍କ ମୃତ୍ୟୁ ହୋଇଛି । 3ଜଣ ଛୁଆଙ୍କ ମୃତ୍ୟୁ ପରେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । 53 ବର୍ଷୀୟ ରେଗିସ୍ ଫିଟୋସା ମୋଟା ଏକ ରୋଗରେ ପୀଡିତ ଥିଲେ ଯାହାକି ଏକ ବଂଶଗତ ରୋଗ ଅଟେ । ରେଗିସ ଜନ୍ମରୁ ହିଁ ଏହି ରୋଗରେ ପୀଡ଼ିତ ଥିଲେ । ଏହି ରୋଗ ହେଲେ କର୍କଟ ରୋଗ ହେବାର ସମ୍ଭାବନା ବହୁତ ଅଧିକା ରହିଥିଲା । ଏକ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ମାରାତ୍ମକ ରୋଗ ହେତୁ 2018ରୁ 2022 ମଧ୍ୟରେ ତିନି ପିଲାଙ୍କର ମୃତ୍ୟୁ ହୋଇଥିଲା । ନିକଟରେ ପିତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରେଜିସ୍‌ଙ୍କୁ ଜନ୍ମ ସମୟରୁ ହିଁ ଲି' ଫ୍ରୋମେନି ସିଣ୍ଡ୍ରୋମ୍‌ ରୋଗ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଏହା ଏକ ବିରଳ ରୋଗ । ଏହି ରୋଗ ହେବା ଦ୍ବାରା ମହିଳାମାନଙ୍କଠାରେ କ୍ୟାନ୍ସର ଟ୍ୟୁମର ହେବାର ସମ୍ଭାବନା 90 ପ୍ରତିଶତ ଏହଂ ପୁରୁଷମାନଙ୍କଠାରେ 70 ପ୍ରତିଶତ ବୃଦ୍ଧି ପାଇଥାଏ । ଏହି ବିରଳ ରୋଗ ହେତୁ ପ୍ରଭାବିତ ବ୍ୟକ୍ତିଙ୍କୁ ତାଙ୍କ ସାରା ଜୀବନରେ ଏକ ବା ଏକାଧିକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏହି ରୋଗ ବଂଶାନୁଗତ ହୋଇଥିବାରୁ ପରିବାରର ଅନ୍ୟ ସମସ୍ତଙ୍କୁ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଥାଏ । ଏହି ରୋଗ ପ୍ରଥମେ 1969ରେ ଚିହ୍ନଟ ହୋଇଥିଲା। ଡାକ୍ତର ଫ୍ରେଡେରିକ୍ ଲି' ଏବଂ ଡାକ୍ତର ଜୋସେଫ୍ ଫ୍ରୁମେନି ଏହି ରୋଗ ଆବିଷ୍କାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କ୍ୟାନ୍ସର କେତେ ପ୍ରକାରର, ଜାଣନ୍ତୁ କାରଣ ଏବଂ ଲକ୍ଷଣ

କେଉଁ ବ୍ୟକ୍ତିଙ୍କୁ ଏହି ରୋଗର ଆଶଙ୍କା ଅଧିକ ରହିଥାଏ: ଏହି ବିରଳ ରୋଗ ହେତୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ଲି' ଫ୍ରୋମେନି ସିଣ୍ଡ୍ରୋମ୍‌ କାରଣରୁ ସ୍ତନ କର୍କଟ, ବୋନ ସାର୍କୋମା, ଆଡ୍ରେନୋକର୍ଟିକାଲ୍ କର୍ସିନୋମା, ବ୍ରେନ୍‌ ଟ୍ୟୁମର ଏବଂ ଆକ୍ୟୁଟ୍‌ ଲ୍ୟୁକେମିଆ ହେବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ, ଏହି ବିରଳ ଅବସ୍ଥା ଦ୍ୱାରା ପ୍ରଭାବିତ ଲୋକମାନେ ଫୁସ୍‌ଫୁସ୍‌, ଥାଇରଏଡ, କିଡନୀରେ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । କହିବାକୁ ଗଲେ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଏକାଧିକ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ସୂଚନା ଅନୁଯାୟୀ, ରେଗିସ୍ ଫିଟୋସା ମୋଟାଙ୍କ ସବୁଠାରୁ ସାନପୁଅଙ୍କ ମୃତ୍ୟୁ 2018 ମସିହାରେ ହୋଇଥିଲା । ସେତେବେଳେ ତାଙ୍କୁ 10 ବର୍ଷ ହୋଇଥିଲା । ତାଙ୍କର 22 ବର୍ଷର ଦ୍ୱିତୀୟ ପୁଅ ଏବଂ 25 ବର୍ଷର ଝିଅର ମଧ୍ୟ ମସ୍ତିଷ୍କ ଟ୍ୟୁମର ହେତୁ ମୃତ୍ୟୁ ହୋଇଥିଲା । ଉଭୟ ଛୁଆ ଲ୍ୟୁକେମିଆ ରୋଗକୁ ପରାସ୍ତ କରିଥିଲେ । କିନ୍ତୁ ପରେ ବ୍ରେନ ଟ୍ୟୁମର କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା । 53 ବର୍ଷୀୟ ରେଗିସ୍ ଫିଟୋସା ମୋଟା ଏକାଧିକ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.