ETV Bharat / sukhibhava

Blueberry Benefits: ଜାମୁକୋଳି ଏକ ଫଳ ନୁହେଁ ଔଷଧ ! ଜାଣନ୍ତୁ କଣ ରହିଛି ଉପକାରୀ ଗୁଣ

ଗ୍ରୀଷ୍ମଋତୁରେ ଆମ୍ବ, ପଣସ ସାଙ୍ଗକୁ ଆଉ ଏକ ସ୍ବାଦିଷ୍ଟ ଫଳ ବ୍ଲୁବେରି ବା ଜାମୁକୋଳି ମିଳିଥାଏ । ଜାଣନ୍ତି କି ଏହି ଜାମୁକୋଳି ଏକ ଔଷଧ ! ଏହାକୁ ଔଷଧ ସହ ତୁଳନା କରିବାର କଣ ରହିଛି କାରଣ, ଜାଣନ୍ତୁ

author img

By

Published : Mar 18, 2023, 2:04 PM IST

Blueberry
Blueberry

ହାଇଦ୍ରାବାଦ: ଆଉ କିଛିଦିନ ପରେ ଆସିବାକୁ ଯାଉଛି ବ୍ଲୁବେରି ବା ଜାମୁକୋଳିର ସିଜିନ୍ । ରାସ୍ତା-ଘାଟ, ବଣ-ଜଙ୍ଗଲ ଏବଂ ଘରବାଡିରେ ଏହି ଫଳର ସୁନ୍ଦର ସୌରଭ ଦେଖିବାକୁ ମିଳିବ । ଜାଣନ୍ତି କି ଏହି ଫଳରେ ଅନେକ ରୋଗ ଉପଶମକାରୀ ଗୁଣ ଭରି ରହିଛି ? ଆଜ୍ଞା ହଁ, ଫଳ ଯେତିକି ସ୍ୱାଦିଷ୍ଟ ତା'ଠୁ ଅଧିକ ଔଷଧୀୟ ଗୁଣରେ ଭରା । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଏହା କେଉଁ ପ୍ରକାରରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ...

Blueberry
Blueberry

ଏହି ଫଳ ଖାଇବାର ଅନେକ ଲାଭ ଅଛି । ଏହି ଫଳ ଓଜନ ହ୍ରାସ ସାଙ୍ଗକୁ ହୃଦୟ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଏବଂ ଏଥିରେ ସାଲିସିଲିକ୍ ଏସିଡ୍ ନାମକ ଏକ ଉପାଦାନଥିବାରୁ, ଏହା ପିମ୍ପଲ୍ ଏବଂ ବ୍ରଣ ଭଳି ସମସ୍ୟାକୁ ଦୂରେଇ ରଖିଥାଏ । ନିମ୍ନରେ ଏ ବାବଦରେ ଅଧିକ ଆଲୋଚନା କରାଯାଇଛି ।

ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟକାରୀ: ଅନେକ ଅଧ୍ୟୟନ ଦାବି କରିଛି ଯେ, ବ୍ଲୁବେରି ଖାଇବା ଦ୍ୱାରା ନିମ୍ନ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । ଯଦି ଏହି ଫଳକୁ ପ୍ରତିଦିନ ସୀମିତ ପରିମାଣରେ ଖାଆନ୍ତି, ତେବେ ଏହା ରକ୍ତ ନଳୀକୁ ଆରାମ ଦେଇ ପ୍ରଦାହକୁ ହ୍ରାସ କରେ । ଯାହାଫଳରେ ହୃଦଘାତ ଆଶଙ୍କା ବହୁ ମାତ୍ରାରେ ଦୂର ହୋଇପାରେ ।

Blueberry
Blueberry

ମସ୍ତିଷ୍କ କାର୍ଯ୍ୟକୁ ବୃଦ୍ଧିକରେ: ବ୍ଲୁବେରି ଫଳଗୁଡ଼ିକ ଫ୍ଲାଭୋନାଏଡରେ ଭରପୂର । ଫ୍ଲାଭୋନାଏଡ୍ ହେଉଛି ଆଣ୍ଟିଅକ୍ସିଡାଣ୍ଟର ଏକ ଗୋଷ୍ଠୀ ଯାହାକି ଜ୍ଞାନଗତ କାର୍ଯ୍ୟରେ ଉନ୍ନତି ଆଣିବା ଏବଂ ମସ୍ତିଷ୍କ କୋଷ ଗୁଡ଼ିକୁ କ୍ଷତିରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ବ୍ଲୁବେରି ଖାଇବା ଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧିପାଏ ।

ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ: ଶରୀରରେ କ୍ରନିକ୍ ପ୍ରଦାହ, ମଧୁମେହ, କର୍କଟ ଏବଂ ହୃଦରୋଗ ଭଳି ଅନେକ ରୋଗର ଆଶଙ୍କା ବଢାଇବା ପାଇଁ ଦାୟୀ । ବ୍ଲୁବେରି ଆଣ୍ଟୋସିୟାନିନରେ ଭରପୂର । ଏହା ଏକ ପ୍ରକାର ଫ୍ଲାଭୋନାଏଡ୍, ଯାହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ତେଣୁ ବ୍ଲୁବେରି ଖାଇବା ଦ୍ୱାରା ପ୍ରଦାହ କମିଯାଏ ଏବଂ କ୍ରନିକ ରୋଗରୁ ରକ୍ଷା ମିଳିଥାଏ ।

ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ: ବ୍ଲୁବେରିରେ କ୍ୟାଲୋରୀ ପରିମାଣ କମ୍ ଏବଂ ଫାଇବରର ପରିମାଣ ଅଧିକ । ଓଜନ ନିୟନ୍ତ୍ରଣରେ ରଖିବାରେ ଏହି ଫଳ ଗୁଡ଼ିକ ବହୁତ ସାହାଯ୍ୟ କରିଥାଏ ।

ଚର୍ମ ପାଇଁ ଲାଭଦାୟକ: ବ୍ଲୁବେରିରେ ଭିଟାମିନ୍ ଏ, ସି ଏବଂ ଇ ଥାଏ, ଯାହା ଚର୍ମକୁ ଅତ୍ୟାବଶ୍ୟକ ପୁଷ୍ଟିକର ଯୋଗାଇଥାଏ । ଏହି ଭିଟାମିନ୍ ପ୍ରଦୂଷଣ ଏବଂ UV(ଅତିବାଇଗଣୀ ରଶ୍ମି) ବିକିରଣରୁ ଚର୍ମକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ । ବ୍ଲୁବେରିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମ ଉପରେ ବାର୍ଦ୍ଧକ୍ୟର ପ୍ରଭାବକୁ ମନ୍ଥର କରିପାରେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.