ETV Bharat / sukhibhava

Blood Cancer Awareness Month: କେତେ ପ୍ରକାରର ଥାଏ ବ୍ଲଡ କ୍ୟାନ୍ସର, ଏହି ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

author img

By ETV Bharat Odisha Team

Published : Sep 16, 2023, 7:31 PM IST

ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ସାରା ବିଶ୍ୱରେ ରକ୍ତ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ। ତେବେ ଜାଣନ୍ତୁ କେତେ ପ୍ରକାରର ଥାଏ ରକ୍ତ କର୍କଟ

Blood Cancer Awareness Month
Blood Cancer Awareness Month

ହାଇଦ୍ରାବାଦ: କର୍କରର ଅନେକ ପ୍ରକାର ରହିଛି। ସେଥିମଧ୍ୟରୁ ରକ୍ତ କର୍କଟ ଅନ୍ୟତମ। ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ସାରା ବିଶ୍ୱରେ ରକ୍ତ କର୍କଟ ସଚେତନତା ମାସ ଭାବରେ ପାଳନ କରାଯାଏ। ତେବେ ଆଜି ମଧ୍ୟ ଏଭଳି ଅନେକ ଲୋକ ରହିଛନ୍ତି ଯେଉଁମାନେ କି କର୍କଟ ରୋଗ କଣ ତାହା ମଧ୍ୟ ଜଣିପାରନ୍ତି ନାହିଁ। ତେବେ ଏକ ରିପୋର୍ଟ ଅନୁସାରେ, ରକ୍ତ କର୍କଟ ଠିକ ସମୟରେ ଚିହ୍ନଟ ହେବା ଦ୍ବାରା ଚିକିତ୍ସା ଦ୍ବାରା ରୋଗୀକୁ ରକ୍ଷା କରାଯାଇପାରିବ। ତେବେ ଜାଣନ୍ତୁ ରକ୍ତ କର୍କଟ କେତେ ପ୍ରକାରର

ମାଇଲୋଡାଇସପ୍ଲାଷ୍ଟିକ୍ ସିଣ୍ଡ୍ରୋମ(MDS): MDS ହେଉଛି ବିରଳ ରକ୍ତ ବିକୃତିର ଏକ ସମୂହ ଯେଉଁଥିରେ ଅସ୍ଥି ମଜ୍ଜା ଯଥେଷ୍ଟ ସୁସ୍ଥ ରକ୍ତ କଣିକା ଉତ୍ପାଦନ କରେ ନାହିଁ। ଏହା ରକ୍ତହୀନତା, ସଂକ୍ରମଣ ଏବଂ ରକ୍ତସ୍ରାବ ଜନିତ ସମସ୍ୟା ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ MDS ତୀବ୍ର ଲ୍ୟୁକେମିଆରେ ପରିଣତ ହୋଇପାରେ।

ମାଇଲୋପ୍ରୋଲିଫରେଟିଭ୍ ନେୟୋପ୍ଲାଜମ(MPN): MPN ରକ୍ତ କର୍କଟରେ, ଅସ୍ଥି ମଜ୍ଜାରେ ଥିବା ରକ୍ତ କଣିକା ଯଥେଷ୍ଟ ବୃଦ୍ଧି ପାଇଥାଏ। ପଲିସିଥେମିଆ ବେରା, ଏସେନ୍ସିଆଲ ଥ୍ରୋମ୍ବୋସାଇଥେମିଆ ଏବଂ ମାଇଲୋଫାଇବ୍ରୋସିସ୍ ପରି ଅବସ୍ଥା ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ। ଏହା ଜଣେ ବ୍ୟକ୍ତି ଉପରେ ଗଭୀର ପ୍ରଭାବ ପକାଇପାରେ। ଥକାପଣ, ରକ୍ତ ଜମାଟ ବାନ୍ଧିବା ଏବଂ ଲ୍ୟୁକେମିଆ ଭଳି ଲକ୍ଷଣ ଦେଖାଯାଇଥାଏ।

ଏହା ମଧ୍ୟ ପଢନ୍ତୁ: ଅନୁସନ୍ଧାନ: କୋଭିଡ୍ ଟିକା ନେଇଥିବା ରକ୍ତ କର୍କଟ ରୋଗୀଙ୍କର ଦୃଢ ହୋଇଛି ଇମ୍ୟୁନିଟି

ହେୟରୀ ସେଲ ଲ୍ୟୁକୋମିଆ(HCL): HCL ହେଉଛି ଲ୍ୟୁକେମିଆର ଏକ ଗମ୍ଭୀର ରୋଗ ଯାହା କୋଷକୁ ପ୍ରଭାବିତ କରେ। ମାଇକ୍ରୋସ୍କୋପରେ ଦେଖାଗଲେ କର୍କଟ କୋଷର ପୃଷ୍ଠରେ କେଶ ପରି ବୃଦ୍ଧି ଦେଖାଯାଇଥାଏ। ତେଣୁ ଏହାର ଏଭଳି ନାମକରଣ କରାଯାଇଛି। ଏହା ଶରୀରରେ ଶୀଘ୍ର ସ୍ପ୍ରେଡ ହୋଇନଥାଏ। ତଥାପି HCLର ଚିକିତ୍ସା ଏକ ଚ୍ୟାଲେଞ୍ଜ ହୋଇପାରେ।

ୱାଲଡେନଷ୍ଟ୍ରମ୍ ମାକ୍ରୋଗ୍ଲୋବୁଲିନେମିଆ: ଏହା ଏକ ବିରଳ ପ୍ରକାରର ଲିମ୍ଫୋମା ଯାହା ଅସ୍ଥି ମଜ୍ଜା ଏବଂ ରକ୍ତକୁ ପ୍ରଭାବିତ କରିଥାଏ । ଏଥିରେ ଇମ୍ୟୁନୋଗ୍ଲୋବୁଲିନ ଏମ (ଆଇଜିଏମ) ନାମକ ଏକ ପ୍ରୋଟିନର ଅତ୍ୟଧିକ ଉତ୍ପାଦନ ହୋଇଥାଏ। ଯାହା ଥକ୍କା, ରକ୍ତସ୍ରାବ ଏବଂ ସ୍ନାୟୁଗତ ସମସ୍ୟା ଭଳି ଲକ୍ଷଣ ସୃଷ୍ଟି କରିପାରେ।

କ୍ରନିକ୍ ଇଓସିନୋଫିଲିକ୍ ଲ୍ୟୁକେମିଆ (CEL): CEL ହେଉଛି କ୍ରନିକ୍ ମାଇଲୋଏଡ୍ ଲ୍ୟୁକେମିଆର ଏକ ବିରଳ ଉପ ପ୍ରକାର। ଯାହା ମୁଖ୍ୟତଃ ଇଓସିନୋଫିଲ୍କୁ ପ୍ରଭାବିତ କରେ। କହିରଖୁଛୁ କି ଏହା ଏକ ପ୍ରକାର ଶ୍ବେତ ରକ୍ତକଣିକା। ଏହା ଚର୍ମ ଦାଗ, ଥକାପଣ ଏବଂ ଅଙ୍ଗର କ୍ଷତି ସହିତ ବିଭିନ୍ନ ଲକ୍ଷଣ ସୃଷ୍ଟି କରିବାର ସମ୍ଭାବନା ରହିଥାଏ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.