ETV Bharat / sukhibhava

ସାବଧାନ ! ଉଚ୍ଚ ଶବ୍ଦ ଯୋଗୁଁ ଆପଣ ହରାଇ ପାରନ୍ତି ଶ୍ରବଣ ଶକ୍ତି - କାନର ଉପଯୁକ୍ତ ଯତ୍ନ

ଆଜି ବିଶ୍ବ ଶ୍ରବଣ ଦିବସ ୨୦୨୧ ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ ନୀତି ନିର୍ଦ୍ଧାରକ ଓ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇଛି । ଏ ବର୍ଷର ଥିମ ରହିଛି–‘‘ହିୟରିଂ କେୟାର ଫର୍ ଅଲ୍ ! ସ୍କ୍ରିନ, ରିହ୍ୟାବିଲେଟ, କମ୍ୟୁନିକେଟ’’ ।

ଉଚ୍ଚ ଶବ୍ଦ ପାଇଁ ଯାଇପାରେ ଶ୍ରବଣ ଶକ୍ତି
ଉଚ୍ଚ ଶବ୍ଦ ପାଇଁ ଯାଇପାରେ ଶ୍ରବଣ ଶକ୍ତି
author img

By

Published : Mar 3, 2021, 6:50 PM IST

ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖରେ ପାଳନ ହୁଏ ବିଶ୍ବ ଶ୍ରବଣ ଦିବସ । ବଧିରାପଣ ବିରୋଧରେ ସଚେତନତା ସୃଷ୍ଟି କରି ଶ୍ରବଣ ଶକ୍ତି ହ୍ରାସକୁ ରୋକିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ଏ ବର୍ଷର ଥିମ ରହିଛି–‘‘ହିୟରିଂ କେୟାର ଫର୍ ଅଲ୍ ! ସ୍କ୍ରିନ, ରିହ୍ୟାବିଲେଟ, କମ୍ୟୁନିକେଟ’’ । ପରିସଂଖ୍ୟନ କହେ ଯେ, ବିଶ୍ବବ୍ୟାପୀ ୪୬୬ ମିଲିଅନ ଲୋକ ବଧିର ହୋଇ ଜୀବନଯାପନ କରନ୍ତି । ଏହି ସଂଖ୍ୟା ବିଶ୍ବ ଜନସଂଖ୍ୟାର ୬ ଦଶମିକ ୧ପ୍ରତିଶତ ।

ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ ଅନୁସାରେ, ୨୦୫୦ ସୁଦ୍ଧା ବିଶ୍ବର ୯୦୦ ମିଲିଅନରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇଥିବେ । ଏହାଛଡା ୧ ଦଶମିକ ୧ ବିଲିଅନ ଯୁବକ ( ୧୨ରୁ ୩୫ ବର୍ଷ ବୟସ୍କ ) ଶବ୍ଦ କୋଳାହଳ ଯୋଗୁଁ ଶ୍ରବଣ ଶକ୍ତି ହରାଇବା ଆଶଙ୍କା ଦେଖାଦେଇଛି ।ମୁଖ୍ୟ ସନ୍ଦେଶ ବିଶ୍ବ ଶ୍ରବଣ ଦିବସ ୨୦୨୧ ଅବସରରେ ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ ନୀତି ନିର୍ଦ୍ଧାରକ ଓ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇଛି ।

ନୀତି ନିର୍ଦ୍ଧାରକଙ୍କ ପାଇଁ ବାର୍ତ୍ତା-

. ଶ୍ରବଣ ଶକ୍ତି ହରାଇଥିବା ଓ କାନ ରୋଗ ଥିବା ଲୋକଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନାହିଁ । ଏହି ସ୍ଥିତି ଗ୍ରହଣୀୟ ନୁହେଁ ।

. ଜଣେ ଯେମିତି ଆଜୀବନ ଶ୍ରବଣ ଶକ୍ତି ନହରାଏ, ସେଥିପ୍ରତି ଦୃଷ୍ଟି ଦେଇ ସମୟୋଚିତ ପ୍ରତିକାର ହେବା ଦରକାର ।

. ସୁଲଭ ଖର୍ଚ୍ଚରେ ଶ୍ରବଣ ଶକ୍ତି ଦୋଷ ଥିବା ଲୋକଙ୍କ ଚିକିତ୍ସା କରାଯାଇପାରିବ ।

. ସାର୍ବଜନୀନ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ହିୟରିଂ କେୟାର ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର ।

ସର୍ବସାଧାରଣଙ୍କ ପାଇଁ ବାର୍ତ୍ତା-

. ସୁଶ୍ରବଣ ଶକ୍ତି ଓ ଯୋଗାଯୋଗ ଜୀବନର ସବୁ ପର୍ଯ୍ୟାୟରେ ଗୁରୁତ୍ବପୂର୍ଣ୍ଣ ।

. ପ୍ରତିକାରମୂଳକ ପଦକ୍ଷେପ ଦ୍ବାରା ଶ୍ରବଣ ଶକ୍ତି ହ୍ରାସ ଏଡାଇ ଦେଇ ହେବ । ଉଚ୍ଚ ଶବ୍ଦ ବିରୋଧୀ ସୁରକ୍ଷା, କାନର ଉପଯୁକ୍ତ ଯତ୍ନ ଓ ଟିକାକରଣ ଦ୍ବାରା ଏହା ସମ୍ଭବ ।

. ହିୟରିଂ ଲସ୍ ଓ ଏ ସଂପର୍କିତ କାନ ରୋଗର ଉପଚାର କରାଯାଇପାରିବ । ଠିକ୍ ସମୟରେ ଏହି ସମସ୍ୟା ଚିହ୍ନଟ କରି ଚିକିତ୍ସା କରିବା ଦରକାର ।

. ହିୟରିଂ ଲସ୍‌ର ଆଶଙ୍କା ଥିବା ଲୋକେ ନିୟମିତ ଶ୍ରବଣ ଶକ୍ତିର ପରୀକ୍ଷା କରିବା ଆବଶ୍ୟକ

ଶ୍ରବଣଶକ୍ତି ହାନି ବନାମ ବଧୀରତା

ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନ ଅନୁସାରେ ହାର୍ଡ ଅଫ ହିୟରିଂ ବା କଷ୍ଟ ଭାବେ ଶୁଣିପାରୁଥିବା ଲୋକଙ୍କ ସାମାନ୍ୟରୁ ତୀବ୍ର ଶ୍ରବଣ ହାନି ହୋଇଥାଏ । ଯେଉଁମାନଙ୍କ ଶ୍ରବଣ ଶକ୍ତି ହାନି ହୁଏ, ସେମାନେ ସାଧାରତଃ ସାଙ୍କେତିକ ଭାଷା ଦ୍ବାରା ଯୋଗାଯୋଗ କରନ୍ତି । ଶ୍ରବଣ ଉପକରଣ, କୋଚଲିୟର ଇଂପ୍ଲାଂଟ୍ ଓ ଅନ୍ୟ ସହାୟକ ଉପକରଣ ଦ୍ବାରା ଶ୍ରବଣ ଶକ୍ତି ହରାଇଥିବା ଲୋକେ ଅନ୍ୟମାନଙ୍କ ସହ ଯୋଗାଯୋଗ କରନ୍ତି । ବଧୀର ଲୋକେ ଜମା ଶୁଣିପାରନ୍ତି ନାହିଁ । ସେମାନେ ପ୍ରାୟତଃ ସାଙ୍କେତିକ ଭାଷା ବ୍ୟବହାର କରନ୍ତି ।

ଶ୍ରବଣ ହାନିର ପ୍ରକାର ଭେଦ

ସେଣ୍ଟର ଫର୍ ଡିଜିଜି କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ-ସିଡିସି ଅନୁସାରେ ଶ୍ରବଣ ହାନି 4 ପ୍ରକାରର ହୋଇଥାଏ ।

୧. କଣ୍ଡକଟିଭ୍ ହିୟରିଂ ଲସ୍ – ଏ ପ୍ରକାର ଶ୍ରବଣ ହାନିରେ ବାହ୍ୟ ଓ ମଧ୍ୟ କର୍ଣ୍ଣ ମଧ୍ୟକୁ ଶବ୍ଦ ପ୍ରବେଶ କରି ନଥାଏ । ଏ ପ୍ରକାର ଶ୍ରବଣ ହାନି ମେଡିସିନ ବା ସର୍ଜରୀ ଦ୍ବାରା ଚିକିତ୍ସା କରାଯାଇପାରେ ।

୨. ସେନସରିନ୍ୟୁରାଲ ହିୟରିଂ ଲସ୍ – ଇନର ଇୟର ବା ହିୟରିଂ ନର୍ଭରେ ଅସୁବିଧା ସୃଷ୍ଟି ହେଲେ, ଏ ପ୍ରକାର ଶ୍ରବଣ ହାନିର ସାମ୍ନା କରିବାକୁ ପଡେ ।

୩. ମିକ୍ସଡ ହିୟରିଂ ଲସ୍ – ସେନସରିନ୍ୟୁରାଲ ଓ କଣ୍ଡକଟିଭ ହିୟରିଂ ଲସରେ ମିଶ୍ରିତ ରୂପ ହେଉଛି ମିକ୍ସଡ ହିୟରିଂ ଲସ୍ ।

୪. ଅଡିଟରି ନ୍ୟୁରୋପାଥି ସ୍ପେକଟ୍ରମ ଡିଜଅର୍ଡର- ଯେତେବେଳେ ଶବ୍ଦ ସ୍ବଭାବିକ ଭାବେ କାନରେ ପ୍ରବେଶ କଲେ ମଧ୍ୟ ଇନର ଇୟର ବା ହିୟରିଂ ନର୍ଭରେ କ୍ଷତିଗ୍ରସ୍ତ ଯୋଗୁଁ ଶ୍ରବଣ ହାନି ହୋଇଥାଏ ।

ଶ୍ରବଣ ହାନି ରୋକିବା ଉପାୟ-

. ମୋଟର ସାଇକେଲ, ମେସିନ, ଡ୍ରିଲ୍ସ , ବାଣ ଆଦିରୁ ସୃଷ୍ଟି ହେଉଥିବା ଶବ୍ଦରୁ ଦୂରେଇ ରହନ୍ତୁ । ଉଚ୍ଚ ଶବ୍ଦ ଯଦି ଏଡାଇ ପାରୁନାହାନ୍ତି,ତାହାହେଲେ ଇୟରପ୍ଲଗ୍ ବା ଇୟରମଫ ପିନ୍ଧନ୍ତୁ ।

. ଇୟରଫୋନ ଓ ହେଡଫୋନ କାନ ପାଇଁ ହାନିକାରକ ହୋଇଥାଏ । ଏଗୁଡିକୁ ସାବଧାନତାର ସହ ବ୍ୟବହାର କରନ୍ତୁ । କମ ଶବ୍ଦରେ ଗୀତ ଶୁଣନ୍ତୁ । ନଏଜ କ୍ୟାନସେଲିଂ ହେଡଫୋନ ବ୍ୟବହାର କରନ୍ତୁ ।

. ଲଗାତର ଘଣ୍ଟା ଘଣ୍ଟାଧରି ଇୟରଫୋନ ବ୍ୟବହାର କରନ୍ତୁ ନାହିଁ । ମଝିରେ ମଝିରେ ବିରତି ନିଅନ୍ତୁ ।

. ସଂଗୀତ ସମାରୋହ ବା ଉତ୍ସବରେ ଲାଉଡ ସ୍ପିକରଠାରୁ ଦୂରେଇ ରହନ୍ତୁ । କୋଳାହଳମୟ ଅଞ୍ଚଳରେ ବେଶୀ ସମୟ ରହନ୍ତୁ ନାହିଁ ।

. ଟିଭି, ରେଡିଓ ଏବଂ ସାଉଣ୍ଡ ସିଷ୍ଟମର ଭଲ୍ୟୁମ କମାନ୍ତୁ ।

. ଯଦି କାନରେ ମଇଳା ଭର୍ତ୍ତି ହୋଇଯାଏ,ତେବେ ଡାକ୍ତରଙ୍କ ପାଖକୁ ଯାଇ ବାହାର କରନ୍ତୁ । ମଇଳା ଜମିବା ବି ଶ୍ରବଣ ଶକ୍ତି ହାନିର ଆଉ ଏକ କାରଣ ।

. କିଛି ସଂକ୍ରମଣ ବି ଶ୍ରବଣ ଶକ୍ତି ହ୍ରାସ କରେ । ତେଣୁ ଛୋଟ ଛୁଆଙ୍କୁ ଟିକା ଦିଅନ୍ତୁ ।

.ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ତୈଳ ବା ତରଳ ପଦାର୍ଥ କାନରେ ପୁରାନ୍ତୁ ନାହିଁ । ଇୟରବଡ ବ୍ୟବହାର କରନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.