ETV Bharat / sukhibhava

Best Oils For Healthy Hair: କେଶ ଝଡିବାକୁ ନେଇ ଚିନ୍ତିତ କି ? ଲଗାନ୍ତୁ ଏହି ତେଲ - ଚୁଟି ଝଡିବାକୁ ନେଇ ଚିନ୍ତିତ

ଚୁଟି ଝଡିବାକୁ ନେଇ ଚିନ୍ତିତ କି ? କେମିକାଲଯୁକ୍ତ ତେଲ ଏବଂ ସାମ୍ପୁ ବଦଳରେ ପ୍ରୟୋଗ କରନ୍ତୁ ଏହି ଘରୋଇ ତେଲ ।

Best Oils For Healthy Hair
Best Oils For Healthy Hair
author img

By

Published : Aug 11, 2023, 1:51 PM IST

ହାଇଦ୍ରାବାଦ: ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଶରୀର ଉପରେ ଅନେକ ପ୍ରଭାବ ପଡୁଛି । କେଶର ଯତ୍ନ ନେବା ପାଇଁ ସମୟ ମିଳୁନଥିବାରୁ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଛି । କେଶର ଘନତ୍ବକୁ ବୃଦ୍ଧି କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ ତେଲ ଏବଂ ସାମ୍ପୁ ବ୍ୟବହାର କରିଥାଆନ୍ତି । ଯାହା ଦ୍ବାରା କି ଚୁଟି ବଢିବା ପରିବର୍ତ୍ତେ ଅଧିକ ଝଡିଥାଏ । ତେବେ ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି କି । ତେବେ ଆପଣାନ୍ତୁ ଏହି ଘରୋଇ ଉପାୟରେ ପ୍ରସ୍ତୁତ ତେଲ । ବଢିବ ଚୁଟିର ଘନତ୍ବ ।

ଆମଲା(ଅଁଳା ତେଲ): ଏକ ଲିଟର ପାଣିରେ ଏକ କପ୍ ଆମଲା ପାଉଡର, କିଛି ଗୋଲାପ ପାଖୁଡା ଏବଂ ଏକ କପ୍ ମେଥି ମିଶାଇ ଫୁଟାନ୍ତୁ । ଏକ ଲିଟର ପାଣିରୁ ଅଧଲିଟର ପାଣି ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଥଣ୍ଡା କରି ଏକ ବୋତଲରେ ରଖନ୍ତୁ । ଏହାପରେ ଏହାକୁ କେଶରେ ମାଲିସ କରି ଅଧଘଣ୍ଟା ପରେ ଚୁଟି ସଫା କରନ୍ତୁ । ଏହାକୁ ନିୟମିତ କିଛି ଦିନ ବ୍ୟବହାର କରିବା ଦ୍ବାରା ସୁଫଳ ମିଳିଥାଏ। ଅଁଳା, ଗୋଲାପ, ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଫ୍ଲାଭୋନାଏଡରେ ଭିଟାମିନ୍ ସି ଏବଂ ଏ ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମକୁ ମଧ୍ୟ ସୁସ୍ଥ ରଖିଥାଏ ।

ଏହା ମଧ୍ୟ ପଢନ୍ତୁ: Hair Tips: କେଶ ଫାଟିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ରାଶି ତେଲ: କେଶକୁ ପୋଷଣ ଯୋଗାଇବାରେ ରାଶି ତେଲ ଠାରୁ ଆଉ କିଛି ଭଲ ନୁହେଁ । କାରଣ ଏଥିରେ ଭିଟାମିନ B1, କ୍ୟାଲସିୟମ, କପର, ଫସଫରସ, ମ୍ୟାଗ୍ନେସିୟମ, ମାଙ୍ଗାନିଜ ଏବଂ ଜିଙ୍କ ରହିଛି । ଯାହାକି କେଶକୁ ଘନ କରିବା ସହିତ ଲମ୍ବା କରିବାରେ ସହାୟକ ହୋଇଥାଏ । ବିଶେଷକରି ଫ୍ୟାଟି ଏସିଡ କେଶକୁ ଶୁଷ୍କ ହେବାରୁ ରକ୍ଷା କରିବା ସହିତ ଶକ୍ତ ରହିଥାଏ । ମୁଖତଃ ରୁପି ସମସ୍ୟା ହୋଇନଥାଏ । ଏହାକୁ ସିଧାସଳଖ ଚୁଟିରେ ବ୍ୟବହାର କରିପାରିବେ ନଚେତ ନଡିଆ ତେଲ ସହିତ ମିଶାଇ ମଧ୍ୟ ଲଗାଇପାରିବେ । ଏହି ତେଲର ବ୍ୟବହାର ଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ନାହିଁ।

ଏହା ମଧ୍ୟ ପଢନ୍ତୁ: କଣ ପ୍ରତିଦିନ ମୁଣ୍ଡ ଧୋଇବା ଉଚିତ କି? କଣ କହୁଛନ୍ତି ବିଶେଷଜ୍ଞ

ଜଡା ତେଲ: କେଶ ଦୁର୍ବଳ, ଶୁଷ୍କ ଏବଂ ଫାଟି ଯାଇଥିଲେ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ । ସମାନ ପରିମାଣର ଜଡା ତେଲ ଏବଂ ନଡ଼ିଆ ତେଲ ନିଅନ୍ତୁ । ଏଥରେ ଏକ ଚାମଚ ଫ୍ଲାକ ସିଡ, ମେଥି ଏବଂ ଗୋଲାପ ପାଖୁଡା ନେଇ ଫୁଟାନ୍ତୁ । ଏହାକୁ ଥଣ୍ଡା କରିବାକୁ ଛାଡିଦେଇ ଏକ ବୋତଲରେ ରଖନ୍ତୁ । ଏହାକୁ ଗଧୋଇବାର ଏକ ଘଣ୍ଟା ପୂର୍ବରୁ ଲଗାନ୍ତୁ । ସପ୍ତାହରେ ଥରେ ଏହାକୁ ଲଗାଇବା ଦ୍ବାରା କେଶ ଘନ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.