ହାଇଦ୍ରାବାଦ: ଟମାଟୋ ପ୍ରତ୍ୟେକ ଭାରତୀୟ ରୋଷେଇ ଘରର ଏକ ଅତ୍ୟାବଶ୍ୟକ ଅଂଶ। ତରକାରି ଠାରୁ ଆରମ୍ଭ କରି ସାଲାଡ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ଟମାଟୋ ବିନା ଅସମ୍ପୂର୍ଣ୍ଣ ଅଟେ। ଭାରତରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପ୍ରତି 100-120 ଟଙ୍କା ଉପରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଯେଉଁମାନେ ଟମାଟୋ ଖାଇବାକୁ ପସନ୍ଦ କରନ୍ତି, ସୋମାନେ ଟମାଟେ କିଣିବା ବେଳେ ପକେଟକୁ ଭାରି ପଡୁଛି । ଯଦି ଆପଣ ମଧ୍ୟ ଟମାଟୋ ଖାଇବା ପାଇଁ ପସନ୍ଦ କରୁଛନ୍ତି କିନ୍ତୁ ଅଧିକ ଟଙ୍କା ପାଇଁ କିଣୁନାହାନ୍ତି ତେବେ ପଢନ୍ତୁ ଏହି ଖବର । ଟମାଟୋ ଲଭରଙ୍କ ପାଇଁ ଜଣାଶୁଣା ସେଫ୍ ସଞ୍ଜୀବ କପୁର ଟମାଟୋର ବିକଳ୍ପକୁ ନେଇ କିଛି ଟିପ୍ସ ଦେଇଛନ୍ତି । ଯାହାକୁ ଆପଣ ଟମାଟୋ ବଦଳରେ ରାନ୍ଧିବାରେ ଅନ୍ତର୍ଭୁକ୍ତ କରିପାରିବେ ।
ଏହା ମଧ୍ୟ ପଢନ୍ତୁ: Body Dysmorphia: ଶାରୀରିକ ଗଠନକୁ ନେଇ ଚିନ୍ତିତ ରହୁଛନ୍ତି କି ? ହୋଇପାରେ ଏହି ରୋଗ
କଖାରୁ: ଅନେକ ଲୋକ କଖାରୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଏଥିରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି । କଖାରୁରେ ବିଟା କେରୋଟିନ୍ ବ୍ୟତୀତ ଭିଟାମିନ୍ ସି, ଭିଟାମିନ୍ ଇ, ଆଇରନ୍ ଏବଂ ଫୋଲେଟ୍ ମଧ୍ୟ ମିଳିଥାଏ । ଏସବୁ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ସେଫ ସଞ୍ଜିବ କପୁରଙ୍କ ମତରେ ଟମାଟୋ ବଦଳରେ କଖାରୁ ହେଉଛି ସର୍ବୋତ୍ତମ ବିକଳ୍ପ। ଏହାକୁ ପ୍ୟୁରି ବା ପେଷ୍ଟ ଆକାରରେ ମଧ୍ୟ ବ୍ୟବହାର କରାଯାଇପାରିବ। ପ୍ରଥମେ କଖାରୁକୁ ଛୋଟ ଖଣ୍ଡ କାଟି ଭାଜନ୍ତୁ ଏବଂ ତା’ପରେ ଭିନେଗାର ଏବଂ ନାଲି କ୍ୟାପସିକମ୍ ମିଶାଇ ଏହାକୁ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁଷ ଲାଲ ରଙ୍ଗର କ୍ୟାପ୍ସିକମ ବ୍ୟବହାର କରିବା ଦ୍ବାରା ଏହା ରଙ୍ଗ ମଧ୍ୟ ଲାଲ ହୋଇଯାଇଥାଏ । ଏହାକୁ ଟମାଟୋର ବିକଳ୍ପ ଭାବେ ବ୍ୟବହାର କରିପାରିବେ ।
ତେନ୍ତୁଳି: ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମର ଏକ ଉତ୍ତମ ଉତ୍ସ ଅଟେ ତେନ୍ତୁଳି । ଏହି ଦୁଇଟି ଖଣିଜ ପଦାର୍ଥର ମିଶ୍ରଣ ଅଷ୍ଟିଓପୋରୋସିସ୍ ଏବଂ ହାଡକୁ ସୁରକ୍ଷା ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ଭିଟାମିନ ଡି'ର ଆବଶ୍ୟକତା ରହିଥାଏ । ଯାହା ସୂର୍ଯ୍ୟକିରଣରୁ ମିଳିଥାଏ । ତେବେ ଟମାଟୋ ବଦଳରେ ଆପଣ ତେନ୍ତୁଳି ବ୍ୟବହାର କରିପାରିବେ । ତେନ୍ତୁଳିକୁ କୌଣସି ଖାଦ୍ୟରେ ଖଟା ସ୍ବାଦ ଆଣିବା ପାଇଁ ଟମାଟୋ ବଦଳରେ ବ୍ୟବହାର କରିପାରିବେ । ଡାଲି ଏବଂ ତରକାରୀରେ ଖଟା ସ୍ବାଦ ଆଣିବା ପାଇଁ ତେନ୍ତୁଳିକୁ ଗରମ ପାଟିରେ ଚକଟି ଗୋଟିଏ ଚାମଚ ବ୍ୟବହାର କରିପାରିବେ ।
ଏହା ମଧ୍ୟ ପଢନ୍ତୁ: ପକେଟ ଜାଳୁଛି ପରିବା ଦର: ଟମାଟୋ 180, ଗାଜର 150
ଦହି: ଦୈନିକ ଦହି ଖାଇବା ଦ୍ବାରା କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାସହ ଉଚ୍ଚ ରକ୍ତଚାପ ଏବଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରୋ-ବାୟୋଟିକ୍ସ ପାଇଁ ଏହା ହେଉଛି ସର୍ବୋତ୍ତମ ବିକଳ୍ପ। ଯଦି ଆପଣ ଟମାଟୋ ବଦଳରେ ତରକାରୀ କିମ୍ବା ପନିପରିବାରେ ଦହି ବ୍ୟବହାର କରନ୍ତି, ତେବେ ଆପଣ ଟମାଟୋର ଅଭାବ ଅନୁଭବ କରିବେ ନାହିଁ। କିନ୍ତୁ ଗୋଟିଏ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଖାଦ୍ୟ ତିଆରି ହେବାର ଶେଷ ସମୟରେ ହିଁ ଦହିକୁ ଭଲ ଭାବେ ଫେଣ୍ଟି ବ୍ୟବହାର କରିବା ଉଚିତ । ତାହେଲେ ଦହି ଫାଟିବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ