ETV Bharat / sukhibhava

ଶୀତଦିନେ ପିଆଜର ଉପକାରିତା

ଶରୀରର ସୌନ୍ଦର୍ଯ୍ୟ ପାଇଁ ବି ପିଆଜର ଆବଶ୍ୟକତା ରହିଛି । ବିଶେଷକରି ଶୀତଦିନେ ପିଆଜ ବେଶ ସହାୟକ ହୋଇଥାଏ । ଶୀତଦିନେ ଦୈନିକ ପିଆଜ ଖାଇଲେ ଖାଦ୍ୟ ସହଜରେ ଜୀର୍ଣ୍ଣ ହୋଇଥାଏ । ମଧୁମେହ, ବିଭିନ୍ନ ଆଲର୍ଜି ଓ ଭାଇରାଲ ସଂକ୍ରମଣକୁ ଦୂରରେ ରଖିଥାଏ ପିଆଜ । ପିଆଜର ଆଉ କିଛି ଫାଇଦା ଓ ଏଥିରେ ଥିବା ନ୍ୟୁଟ୍ରିଏଂଟ୍ ସଂପର୍କରେ କିଛି ତଥ୍ୟ ନିମ୍ନରେ ଦିଆଗଲା।

author img

By

Published : Jan 29, 2021, 3:57 PM IST

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟରେ ପିଆଜର ଉପକାରିତା
ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟରେ ପିଆଜର ଉପକାରିତା

ପିଆଜ ବିନା ତ ଭାରତୀୟ ରୋଷେଇ ଘର ଅସଂପୂର୍ଣ୍ଣ । ବିନା ପିଆଜରେ ରୋଷେଇ କଥା ଚିନ୍ତା କରାଯାଇ ନପାରେ । ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ପିଆଜର ଆବଶ୍ୟକତା ରହିଛି । ପିଆଜ ରସ ପ୍ରଲେପ କଲେ ମୁଣ୍ଡରେ ବାଳ ବଢିଥାଏ । ଅନ୍ୟପକ୍ଷରେ ପିଆଜ ଖାଇଲେ ମଧୁମେହ, ଆଲର୍ଜି ଓ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ପିଆଜର କ’ଣ ସବୁ ଗୁଣ ରହିଛି । ବିଶେଷ କରି ଶୀତଦିନେ ପିଆଜ ଦ୍ବାରା ଆମର କି ଉପକାର ହେବ ।

ପିଆଜର ତୀବ୍ର ସ୍ବାଦ ଓ ବାସ୍ନାକୁ ହୁଏ ତ କିଛି ପସନ୍ଦ କରି ନପାରନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା ବୋଧହୁଏ ବହୁତ କମ୍ । କିନ୍ତୁ ଅନ୍ୟମାନଙ୍କ ପାଇଁ ପିଆଜ ନଥିଲେ ଚଳେ । କଞ୍ଚା ପିଆଜ ସାଲାଡ, ଗ୍ରେଭି ଓ ସୁପ୍‌ରେ ପକାଯାଏ । ଖାଦ୍ୟର ସୁଗନ୍ଧ ଓ ସ୍ବାଦ ବଢାଇଥାଏ ପିଆଜ । ପ୍ରାୟ ସବୁ ସୁଗନ୍ଧିତ ଖାଦ୍ୟରେ ପିଆଜ ପଡିଥାଏ । କେବଳ ଯେ, ଖାଦ୍ୟର ସ୍ବାଦ ପାଇଁ ପିଆଜର ଦରକାର ହୁଏ ନାହିଁ , ବଂର ରୋଷେଇ ଘରର ଅନ୍ୟ ପନିପରିବା ଓ ଫଳମୂଳ ଭଳି ପିଆଜର ବି ଅନେକ ସ୍ବାସ୍ଥ୍ୟଗତ ଫାଇଦା ରହିଛି ।

ଶରୀରର ସୌନ୍ଦର୍ଯ୍ୟ ପାଇଁ ବି ପିଆଜର ଆବଶ୍ୟକତା ରହିଛି । ବିଶେଷକରି ଶୀତଦିନେ ପିଆଜ ବେଶ ସହାୟକ ହୋଇଥାଏ । ଶୀତଦିନେ ଦୈନିକ ପିଆଜ ଖାଇଲେ ଖାଦ୍ୟ ସହଜରେ ଜୀର୍ଣ୍ଣ ହୋଇଥାଏ । ମଧୁମେହ, ବିଭିନ୍ନ ଆଲର୍ଜି ଓ ଭାଇରାଲ ସଂକ୍ରମଣକୁ ଦୂରରେ ରଖିଥାଏ ପିଆଜ । ପିଆଜର ଆଉ କିଛି ଫାଇଦା ଓ ଏଥିରେ ଥିବା ନ୍ୟୁଟ୍ରିଏଂଟ୍ ସଂପର୍କରେ କିଛି ତଥ୍ୟ ନିମ୍ନରେ ଦିଆଗଲା।

ପିଆଜରେ ପୁଷ୍ଟିକର ଓ ସ୍ବାସ୍ଥ୍ୟକର ଉପାଦାନ

ପିଆଜରେ କମ୍ କ୍ୟାଲୋରୀ ଥାଏ । ଭିଟାମିନ ସି ଓ ବି୬, ମିନେରାଲ ଓ ମାଙ୍ଗାନିଜ, ଫାଇବର, ଫୋଲେଟ୍ ଫସଫରସ ଓ ପ୍ରୋଟିନର ବି ସମୃଦ୍ଧ ପିଆଜ । କ୍ବରସେଟିନ ନାମକ ଏକ ଆଣ୍ଟିଅକ୍ସିଡାଟ ବି ପିଆଜରେ ବହୁମାତ୍ରାରେ ଥାଏ, ଯାହା କି ବିଭିନ୍ନ ରୋଗ ଓ ଆଲର୍ଜିରୁ ସୁରକ୍ଷା ଦେଇଥାଏ । ଏଥିସହ ପ୍ରୋଷ୍ଟେଟ୍ ଓ ୟୁରିନ ବ୍ୟାଗକୁ ଆଶ୍ବସ୍ତି ଦେଇଥାଏ କ୍ବରସେଟିନ । କ୍ବରସେଟିନରେ ଥିବା ଫ୍ଲେଭରଏଡ ଓ ଫାଇଟୋ କେମିକାଲ ଶୀତଦିନେ ସ୍କିନ ଆଲର୍ଜିରୁ ସୁରକ୍ଷା ଦେଇଥାଏ । ଫଳରେ ଶରୀରରେ ପ୍ରଦାହ ସମସ୍ୟା ଦୂର ହୋଇଥାଏ। ଏହାଛଡା ପିଆଜରେ ଫଲିଫିନୋଲ ମଧ୍ୟ ବହୁ ପରିମାଣରେ ଥାଏ । ଏହା ମଧୁମେହ, କ୍ୟାନସର ଓ ହୃଦରୋଗକୁ ରୋକିଥାଏ । କେବଳ ପିଆଜ ନୁହେଁ, ଏହାର ମଞ୍ଜିର ମଧ୍ୟ ବହୁ ଔଷଧୀୟ ଗୁଣ ରହିଛି । ଏହି ଔଷଧୀୟ ଗୁଣ ଯୋଗୁଁ ପିଆଜ ମଞ୍ଜି ଆଚାରରେ ବ୍ୟବହାର କରାଯାଏ ।

ଶୀତଦିନେ ପିଆଜର ଉପକାରିତା

୧. ସୁନିଦ୍ରାରେ ସହାୟକ ହୁଏ

ପିଆଜରେ ଥିବା ପୋଷକ ଶରୀରରେ ସେରୋଟେନିନ ଓ ଡୋପାମାଇନ ଭଳି ନିର୍ଦ୍ଦିଷ୍ଟ ହରମୋନ ସ୍ତର ବଜାୟ ରଖିବାରେ ସହାୟକ ହୁଏ । ସେରୋଟୋନିନ ଓ ଡୋପାମାଇନ ଭଲ ମିଜାଜ ଓ ସୁନିଦ୍ରା ପାଇଁ ଜରୁରୀ ।

୨. ସଂକ୍ରମଣରୁ ସୁରକ୍ଷା ଦିଏ

ପିଆଜ ପ୍ରଦାହ ନିରୋଧୀ ଭାବେ ଜଣାଶୁଣା । ଏଥିରେ ଆଣ୍ଟିସେପଟିକ ଓ ଆଣ୍ଟି ବ୍ୟାକଟେରିଆଲ ଉପାଦାନ ଥାଏ । ତେଣୁ ଶୀତିଦିନେ ପିଆଜ ଖାଇଲେ କଫ, କାନଟଣା, ଜର ଓ ଅନ୍ୟାନ୍ୟ ରୋଗରୁ ଆଶ୍ବସ୍ତି ମିଳେ ।

୩. ଶରୀରକୁ ଉଷ୍ମ ରଖେ

ପିଆଜକୁ ଶକ୍ତିର ଉତ୍ସ ବୋଲି କୁହାଯାଏ । ଶୀତଦିନେ ଏହା ଆମକୁ ଉଷ୍ମ ରଖିବାରେ ସହାୟକ ହୋଇଥାଏ ପିଆଜ । ତେଣୁ ଶୀତଦିନର ଦୈନନ୍ଦିନ ଆହାରରେ ପିଆଜ ଖାଇବା ଜରୁରୀ ।

୪. କେଶ ଓ ତ୍ବଚାର ଯତ୍ନ ନିଏ

ପିଆଜରେ ଭିଟାମିନ-ସି ବହୁ ପରିମାଣରେ ଥାଏ । ଭିଟାମିନ-ସି ଦ୍ବାରା କୋଲାଜେନ ସୃଷ୍ଟି ହୋଇଥାଏ, ଯାହା ଉପରେ ତ୍ବଚାର ସ୍ବାସ୍ଥ୍ୟ ନିର୍ଭରଶୀଳ ଥାଏ । ଏହାଛଡା ପିଆଜ ରସ ବୋଳିଲେ କେଶ ଝଡିବା ବନ୍ଦ ହୋଇଯାଏ । ଅସମୟରେ କେଶ ପାଚେନାହିଁ । ଉକୁଣି ବି ହୁଏ ନାହିଁ । ତେଣୁ ଅନେକ ହେୟାର କେୟାର ପ୍ରଡକ୍ଟ ପିଆଜକୁ ସେମାନଙ୍କର ଆକ୍ଟିଭ ଇନଗ୍ରେଡିଏଂଟସ ଭାବେ ରଖନ୍ତି ।

୫. ବ୍ଲଡ୍ ସୁଗର ନିୟନ୍ତ୍ରଣ କରେ

ବ୍ଲଡ୍ ସୁଗର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ପିଆଜ । ସେଥିପାଇଁ ମଧୁମେହ ରୋଗୀମାନେ ସେମାନଙ୍କ ଦୈନନ୍ଦିନ ଆହାରରେ ପିଆଜ ବାଧ୍ୟତାମୂଳକ ଭାବେ ଖାଇବା ଦରକାର ।

୬. ପାଚନ କ୍ଷମତା ବିକଶିତ କରେ

ପିଆଜରେ ଫାଇବର ଓ ପ୍ରୋବାୟୋଟିକ୍ସ ଅଧିକ ପରିମାଣରେ ଥାଏ , ଯାହା କି ଅନ୍ତଃସ୍ବାସ୍ଥ୍ୟ ପାଇଁ ବେଶ ସହାୟକ ହୋଇଥାଏ । ଏହାଛଡା ପ୍ରୋବାୟୋଟିକସ ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିବା ସହ ଅସ୍ଥିଶଲ୍ୟ ମଜବୁତ କରିବାରେ ସହାୟକ ହୋଇଥାଏ ।

କେବଳ ଶୀତଦିନ ନୁହେଁ, ସବୁ ଋତୁରେ ପିଆଜ ଓ ଏହାର ରସର ଚାହିଦା ରହିଛି । ପିଆଜ ଖାଇଲେ ଯୌନ କ୍ଷମତା ବଢିଥାଏ । ସ୍ମରଣ ଶକ୍ତି ପ୍ରଖର ହୋଇଥାଏ । ଷ୍ଟୋନସ, ଜଏଣ୍ଟ ପେନ୍‌, ଇନସେକ୍ଟ ବାଇଟ୍ସରୁ ବି ମୁକ୍ତି ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.