ETV Bharat / sukhibhava

BABY MASSAGE: ସଠିକ ବିକାଶରେ ହୋଇଥାଏ ସହାୟକ, ଜାଣନ୍ତୁ ମାଲିସର ସଠିକ କୌଶଳ - କିପରି ଶିଶୁଙ୍କୁ କରିବେ ତେଲ ମାଲିସ

ଛୋଟ ପିଲାମାନଙ୍କର ସଠିକ ବିକାଶ ପାଇଁ ସେମାନଙ୍କ ଶରୀରର ସଠିକ୍ ମାଲିସ କରିବା ଆବଶ୍ୟକ । କିନ୍ତୁ ଶିଶୁମାନେ ମସାଜର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ଏ ସମ୍ପର୍କରେ ଜାଣିବା ଦରକାର । ସଠିକ୍ ତେଲ ସହିତ ସଠିକ୍ କୌଶଳ ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ । ଅଧିକ ପଢନ୍ତୁ

BABY MASSAGE: ସଠିକ ବିକାଶରେ ହୋଇଥାଏ ସହାୟକ, ଜାଣନ୍ତୁ ମାଲିସର ସଠିକ କୌଶଳ

author img

By

Published : May 16, 2022, 10:02 PM IST

ହାଇଦ୍ରାବାଦ: ପିଲାମାନଙ୍କର ସଠିକ୍ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଜନ୍ମରୁ ସେମାନଙ୍କ ଶରୀରକୁ ତେଲରେ ମାଲିସ୍ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ବିଶ୍ବାସ କରାଯାଏ ଯେ ଦୈନିକ ତେଲ ସହିତ ସପ୍ତାହରେ କିଛି ଦିନ ସଠିକ୍ ମାଲିସ୍ କରିବା ଦ୍ବାରା କେବଳ ପିଲାମାନଙ୍କର ହାଡ଼ ମଜବୁତ ହୁଏ ନାହିଁ, ବରଂ ହଜମ ପ୍ରକ୍ରିୟାରେ ଉନ୍ନତି ଆସେ । ଏହାସହ ଓଜନ ବଢେ ଏବଂ ସେମାନଙ୍କୁ ଭଲ ନିଦ ହେବାର ଏହା ସହାୟକ ହୋଇଥାଏ ।

କେବଳ ଏତିକି ନୁହେଁ, ସଠିକ୍ ତେଲରେ ମାଲିସ କରିବା ଦ୍ବାରା ସଠିକ୍ ଉପାୟରେ ଶିଶୁର ସାମଗ୍ରିକ ସ୍ବାସ୍ଥ୍ୟର ବିକାଶ ହୋଇଥାଏ । କିନ୍ତୁ ଏହା ଅତ୍ୟନ୍ତ ଜରୁରୀ ଯେ ମସାଜକୁ ସର୍ବଦା ସଠିକ୍ ଉପାୟରେ ଏବଂ ସଠିକ୍ ତେଲ ସହିତ କରିବା ଉଚିତ । ନଚେତ ଏହା ବେଳେବେଳେ କିଛି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଏହା ବ୍ୟତୀତ ଅନ୍ୟାନ୍ୟ ସତର୍କତା ମଧ୍ୟ ଅବଲମ୍ବନ କରିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଯେ ବିଶେଷଜ୍ଞଙ୍କ ମତରେ ପିଲାମାନଙ୍କ ପାଇଁ ତେଲ ମାଲିସ୍‌ କରିବାର ସଠିକ୍ ଉପାୟ, ମସାଜ୍ ସମୟରେ କଣ ସବୁ ସତର୍କତା ଅବଲମ୍ବନ କରିବା ଏବଂ ଉପଯୁକ୍ତ ତେଲ କଣ ହୋଇଥାଏ ?

ତେଲ ମାଲିସର ଫାଇଦା:-

  • ତେଲ ମସାଜ ବିଷୟରେ ଜାଣିବା ପୂର୍ବରୁ ଏହା ଜାଣିବା ମଧ୍ୟ ଜରୁରୀ ଯେ ଏହା ଶିଶୁଙ୍କୁ କିପରି ଲାଭ ଦେଇଥାଏ । ଗାଜିଆବାଦର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶା ରାଠୋର କହିଛନ୍ତି ଯେ ଜନ୍ମ ହେବାର କିଛି ସମୟରୁ ଶିଶୁମାନଙ୍କୁ ସଠିକ୍ ଉପାୟରେ ତେଲ ମାଲିସ୍‌ କରିବା ଦ୍ବାରା ସେମାନଙ୍କୁ ଅନେକ ଲାଭ ମିଳିଥାଏ ।
  • ନିୟମିତ ଭାବରେ ତେଲ ମାଲିସ୍ ପିଲାମାନଙ୍କର ମାଂସପେଶୀ ଏବଂ ହାଡକୁ ଶକ୍ତି ଦେବାରେ ସାହାଯ୍ୟ କରେ । ଯେଉଁଥିପାଇଁ ସେମାନଙ୍କର ବୃଦ୍ଧି ପ୍ରକ୍ରିୟା ତ୍ବରାନ୍ବିତ ହୁଏ ।
  • ପେଟ ଯନ୍ତ୍ରଣା ଓ ଗ୍ୟାଷ୍ଟ୍ରିକ ସମସ୍ୟାରୁ ରକ୍ଷା ମିଳିଥାଏ ।
  • ଭଲ ମସାଜ କରିବା ପରେ ଶିଶୁଙ୍କୁ ବହୁତ ଭଲ ନିଦ ହୋଇଥାଏ । ଯାହା ସେମାନଙ୍କର ଓଜନ ବୃଦ୍ଧି, ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
  • ତେଲ ମାଲିସ୍ ଶିଶୁର ଚର୍ମରେ ଆର୍ଦ୍ରତା ରଖେ ଓ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପ୍ରଦାନ କରେ ।
  • ମୁଣ୍ଡର ଆକୃତି ଭଲ ରହିଥାଏ ଏବଂ କେଶ ପୁଷ୍ଟିକର ହୁଏ । ମସାଜ୍ କ୍ରଡଲ୍ କ୍ୟାପ୍(ଚର୍ମ ସମ୍ବନ୍ଧୀୟ ସମସ୍ୟା) ଏବଂ ଡାଏପର୍ ପିନ୍ଧିବା ଦ୍ବାରା ଚର୍ମ ଲାଲ ପଡ଼ିଯିବା ଭଳି ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

ମାଲିସ୍‌ର ସଠିକ ଉପାୟ:-

ଡ. ଆଶା କହିଛନ୍ତି ଯେ ପିଲାମାନଙ୍କର ଶରୀର ଅତ୍ୟନ୍ତ ନରମ । ଏଣୁ ସଠିକ୍ ଉପାୟରେ ଏବଂ କମ ଚାପରେ ମସାଜ୍ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବେଙ୍ଗାଲୁରୁର ଏକ ଆୟୁର୍ବେଦିକ କେନ୍ଦ୍ରର ନର୍ସ ଶ୍ରୀକାନ୍ତ କହିଛନ୍ତି ଯେ ପାଦରେ ପିଲାମାନଙ୍କର ତେଲ ମାଲିସ୍ କରିବା ଉଚିତ୍। ଏହା ପରେ ଛାତି, ପେଟ, ହାତ, ପିଠି ଏବଂ ତା'ପରେ ମୁହଁ ଏବଂ ମୁଣ୍ଡକୁ ମସାଜ କରାଯିବା ଉଚିତ । ତୀକ୍ଷ୍ଣ ହାତ କିମ୍ବା ଅତ୍ୟଧିକ ଚାପରେ ମସାଜ୍ କରିବା ଉଚିତ ନୁହେଁ । ହାଲୁକା ଚାପ ସହିତ ଉପରୁ ତଳ ପର୍ଯ୍ୟନ୍ତ ମସାଜ କରିବା ଉଚିତ । ପାଦ, ହାତ ଏବଂ ପାଦର ଆଙ୍ଗୁଠି ମଧ୍ୟରେ ତେଲ ଲଗାଇ ମସାଜ୍ କରିବା ଉଚିତ । ବିଶେଷକରି ପେଟ ଏବଂ ଛାତିକୁ ମାଲିସ୍ କରିବା ବେଳେ ମନେରଖନ୍ତୁ ଯେ ଚାପ ଅଧିକ ହେବା ଉଚିତ ନୁହେଁ । ନାହିରେ କିଛି ବୁନ୍ଦା ତେଲ ରଖନ୍ତୁ ଏବଂ ଏହାକୁ ଏକ ବୃତ୍ତାକାର ଗତିରେ ଚଳାଇ ମସାଜ୍ କରିବା ଆବଶ୍ୟକ । ଯେତେବେଳେ ଶିଶୁଟି ବ୍ୟାକ୍ ମସାଜ୍ ପାଇଁ ଓଲଟା ଶୋଇବାକୁ ପ୍ରସ୍ତୁତ କରାଯାଏ, ସେତେବେଳେ ନିଶ୍ଚିତ କରନ୍ତୁ ଯେ ତାଙ୍କ ନାକ ଏବଂ ତଳ ପୃଷ୍ଠ ମଧ୍ୟରେ ଏକ ସ୍ଥାନ ରହିଛି ।

ମାଲିସ୍‌ ସମୟରେ ସାବଧାନତା:-

  • ଶିଶୁକୁ ଖାଇବାକୁ ଦେବା କିମ୍ବା ସ୍ତନ୍ୟପାନ କରାଇବା ପରେ ଅତି କମରେ 45 ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରିବା ଉଚିତ ନୁହେଁ ।
  • ପିଲାକୁ ମସାଜ୍ କରିବାର ସ୍ଥାନ, ତାଙ୍କ ତଳେ ରଖାଯିବାକୁ ଥିବା କପଡା ଏବଂ ମାଲିସ କରୁଥିବା ବ୍ୟକ୍ତିର ହାତ ସଫା ଏବଂ ପରିଷ୍କାର ହେବା ଉଚିତ । ଏହା ବ୍ୟତୀତ ତାଙ୍କ ନଖ ମଧ୍ୟ କାଟି ଦିଆଯିବା ଉଚିତ ।
  • ଯଥାସମ୍ଭବ ମସାଜ୍ କରିବାର ସ୍ଥାନ ଶାନ୍ତ ରହିବା ଉଚିତ ।
  • ମସାଜ୍ କରୁଥିବା ବ୍ୟକ୍ତି ଅଭିଜ୍ଞ ହେବା ଉଚିତ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ସଠିକ୍ ଉପାୟ ଶିଖିବା ପରେ ପିଲାକୁ ମସାଜ୍ କରିବା ଉଚିତ ।
  • ମସାଜ ପାଇଁ ତେଲ ବ୍ୟବହାର କରିବା ପୂର୍ବରୁ, ଯାଞ୍ଚ କରନ୍ତୁ ଯେ ପିଲାଟିକୁ ଉକ୍ତ ତେଲରେ ଆଲର୍ଜି ନାହିଁ ତ ?

ଉପଯୁକ୍ତ ତେଲ:-

ସାଧାରଣତଃ ଲୋକେ ଏହି ସମୟରେ କେଉଁ ତେଲ ଶିଶୁ ମସାଜ ପାଇଁ ଉପଯୁକ୍ତ ହେବ ତାହାକୁ ନେଇ ଚିନ୍ତାରେ ପଡ଼ନ୍ତି । ତେବେ ଶିଶୁ ମସାଜ ପାଇଁ ତେଲ ବାଛିବା ବେଳେ ସମ୍ଭାବ୍ୟ ଆଲର୍ଜି ଏବଂ ତେଲର ପ୍ରଭାବକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ ବୋଲି ତେଲ ଏବଂ ଏସେନ୍ସ ଏକ୍ସପର୍ଟ ତଥା ସିଇଓ ନନ୍ଦିତା କହିଛନ୍ତି। ଉଦାହରଣ ସ୍ବରୂପ, ଗ୍ରୀଷ୍ମ ଋତୁରେ ପିଲାକୁ ଗରମ ତେଲରେ ମାଲିସ୍ କରିବା ଉଚିତ ନୁହେଁ । ସେ କହିଛନ୍ତି ଯେ ବଜାରରେ ଉପଲବ୍ଧ ଶିଶୁ ତେଲ(Baby Oil) ପ୍ରତ୍ୟେକ ଋତୁରେ ମସାଜ ପାଇଁ ଉପଯୁକ୍ତ ହୋଇଥାଏ । କିନ୍ତୁ ସେମାନଙ୍କର ଔଷଧୀୟ ଗୁଣ ଯୋଗୁଁ ଅଲିଭ୍ ତେଲ ଏବଂ ମିଠା ବାଦାମ ତେଲ ଶିଶୁ ମାଲିସ୍ ପାଇଁ ଉପଯୁକ୍ତ ।

ଭିଟାମିନ୍ ଇ, ଭିଟାମିନ୍ ଏ, ବି 2, ବି 6, ଡି, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଓମେଗା -3 ଫ୍ୟାଟି ଏସିଡ୍ ବାଦାମ ତେଲ ଏବଂ ଭିଟାମିନ୍-ଇ, ଭିଟାମିନ୍ କେ, ଆଇରନ୍, ଓମେଗା -3 ଫ୍ୟାଟି ଏସିଡ୍ ମିଳିଥାଏ । ଅଲିଭ୍ ତେଲରେ -3 ଫ୍ୟାଟି ଏସିଡ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ପରି ଅନେକ ପୋଷକ ତତ୍ତ୍ବ ମିଳିଥାଏ । ଯାହା କେବଳ ପିଲାମାନଙ୍କର ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ ନାହିଁ, ବରଂ ସେମାନଙ୍କୁ ଅନେକ ସମସ୍ୟାରୁ ସୁରକ୍ଷିତ ରଖେ । ଏହାସହ ଏଗୁଡିକୁ ପ୍ରତ୍ୟେକ ଋତୁରେ ବ୍ୟବହାର କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.