ETV Bharat / sukhibhava

Cinnamon oil benefits: କେଶ ଝଡିବାକୁ ରୋକିବ ଡାଲଚିନି ତେଲ, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ - ଚାଲଚିନି ତେଲ କେଶ ଉପରେ କେଉଁ ପ୍ରଭାବ ପକାଇଥାଏ

କେଶ ଝଡିବାକୁ ରୋକେ ଡାଲଚିନି ତେଲ । ଘରୋଇ ଉପଚାର ବ୍ୟବହାର କଲେ କେଶ ଝଡିବା ପରବର୍ତ୍ତେ ଘନ ଏବଂ ମୋଟା ହେବ। ଅଧିକ ପଢନ୍ତୁ

Cinnamon oil benefits
Cinnamon oil benefits
author img

By

Published : Jun 9, 2023, 4:58 PM IST

ହାଇଦ୍ରାବାଦ: ଆଜିକାଲି କେଶ ଝଡିବା ଏକ ପ୍ରମୁଖ ସମସ୍ୟା ପାଲଟିଛି । ବ୍ୟସ୍ତବହୁଳ ଜୀବନ ଭିତରେ ଲୋକଙ୍କ ପାଖରେ ନିଜ କେଶର ଯତ୍ନ ନେବା ପାଇଁ ସମୟ ନଥାଏ । ଫଳରେ କେଶ ଝଡିବା ଯୋଗୁଁ ଅନେକ ଔଷଧ ଖାଇବା ସହ କେମିକାଲ ଜନିତ ସାମ୍ପୁ ଏବଂ ତେଲ ବ୍ୟବହାର କରିଥାଆନ୍ତି । ଯଦି ଆପଣ ଏହା ପରିବର୍ତ୍ତେ ଘରୋଇ ଉପଚାର ବ୍ୟବହାର କରିବେ ତେବେ କେଶ ଝଡିବା ପରବର୍ତ୍ତେ ଘନ ଏବଂ ମୋଟା ହେବ। ଏହାସହ କୌଣସି ପ୍ରକାର କ୍ଷତି ଘଟିବ ନାହିଁ। ଉଦାହରଣ ସ୍ୱରୂପ, ଡାଲଚିନି ତେଲ କେଶ ପାଇଁ ଉତ୍ତମ ହୋଇଥାଏ । ଏହାକୁ ଘରେ ତିଆରି କରିବା ମଧ୍ୟ ସହଜ ଅଟେ । ତେବେ ଜାଣନ୍ତୁ କିପରି ଘରେ ତିଆରି କରିବେ ଡାଲଚିନି ତେଲ ।

କିପରି ପ୍ରସ୍ତୁତ କରିବେ ଡାଲଚିନି ତେଲ: ପ୍ରଥମେ ଡାଲଚିନିକୁ ନେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ସେଥିରେ ଅଲିଭ୍ ତେଲ ମିଶାନ୍ତୁ ଏବଂ 3-4 ମିନିଟ୍ ପାଇଁ ଗରମ କରନ୍ତୁ। ଗରମ କରିବା ପରେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ମୁଣ୍ଡରେ ଲଗାନ୍ତୁ ।

ଚାଲଚିନି ତେଲ କେଶ ଉପରେ କେଉଁ ପ୍ରଭାବ ପକାଇଥାଏ ?

କେଶ ଝଡିବା ବନ୍ଦ କରେ: ସଠିକ ଭାବେ ରକ୍ତ ସଞ୍ଚାଳନ ନହେବା ଏବଂ କେଶର ଠିକ ଭାବେ ଯତ୍ନ ନନେବା କାରଣରୁ କେଶ ଦୁର୍ବଳ ହୋଇଯାଇଥାଏ । କେଶର ମୂଳ ଦୁର୍ବଳ ହେବା କାରଣରୁ ଝଡ଼ିବା ଆରମ୍ଭ ହୋଇଥାଏ । ଡାଲଚିନି ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କେଶ ମୂଳକୁ ମଜଭୁତ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Mango Overeating: ସ୍ବାଦ ଲୋଭରେ ଖାଆନ୍ତୁ ନାହିଁ ଅଧିକ ଆମ୍ବ, ଏହି ସମୟରେ ଖାଇବା ଆବଶ୍ୟକ

କେଶ କଅଁଳିବାରେ ସାହାଯ୍ୟ କରେ: କେଶ ଶୀଘ୍ର ଫାଟିଯିବା ମହିଳାମାନଙ୍କ କେଶର ଏକ ମୁଖ୍ୟ ସମସ୍ୟା ଅଟେ । ଡାଲଚିନି ତେଲ ଏହି ସମସ୍ୟା ପାଇଁ ବହୁତ ସାହାଯ୍ୟକାରୀ । ହେୟାର ମାସ୍କ ତିଆରି କରିବା ପାଇଁ ଡାଲଚିନି ପାଉଡର ଏବଂ ଅଣ୍ଡା ମିଶାଇ ଲଗାନ୍ତୁ । ଏହାଦ୍ବାରା କେଶ ଝଡିବା ବନ୍ଦ ହେବା ସହ ଲମ୍ବା ହୋଇଥାଏ ।

କେଶର ରଙ୍ଗ ପରିବର୍ତ୍ତନରେ ସାହାଯ୍ୟ କରେ: ଯଦି ଆପଣ ନିଜ କେଶର ରଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଡାଲଚିନି ବ୍ୟବହାର କରିପାରିବେ । 1 ଚାମଚ ଡାଲଚିନି ପାଉଡରକୁ ହେୟାର କଣ୍ଡିସନର ସହିତ ମିଶାଇ ରାତିସାରା କେଶରେ ଲଗାନ୍ତୁ । ସକାଳେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ କେଶର ରଙ୍ଗ ପରିବର୍ତ୍ତନ ହୋଇଯିବ ।

ପ୍ରକାଶଥାଉକି, ଡାଲଚିନି ଖାଇବା ଦ୍ବାରା ମଧୁମେହ, କୋଲେଷ୍ଟ୍ରୋଲ, ବ୍ରଣ, ମୁଖଗହ୍ବର, ମାଇଗ୍ରେନ ଇତ୍ୟାଦି ସମସ୍ୟା ଦୂର ହୋଇଥାଏ । ମାଇଗ୍ରେନ୍ ଥିବା ବ୍ଯକ୍ତି ଡାଲଚିନିକୁ ପେଷ୍ଟ୍ କରି ମୁଣ୍ଡରେ ଲଗାଇ ପାରିବେ । ନିୟମିତ ଭାବେ ଏପରି କରିବା ଦ୍ବାରା ମୁଣ୍ଡବିନ୍ଧା କମିଯଇଥାଏ । ଏହା ବ୍ୟତୀତ ଡାଲଚିନି ପାଉଡରକୁ ପ୍ରତିଦିନ ଥଣ୍ଡା ପାଣିରେ ମିଶାଇ 3ରୁ 4 ଥର ପିଇପାରିବେ ।

ଏହା ମଧ୍ୟ ପଢନ୍ତୁ: Six Pack Abs: ସିକ୍ସ ପ୍ୟାକ ଥିବା ବ୍ୟକ୍ତି ସୁସ୍ଥ ବୋଲି ଭାବୁଛନ୍ତି କି ? ଏହି ଅଙ୍ଗପ୍ରତି ରହିଛି ବିପଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.