ETV Bharat / sukhibhava

ଶିଶୁଙ୍କୁ ଅସୁସ୍ଥତାରୁ ରକ୍ଷା କରେ ସ୍ତନ୍ୟପାନ

ପ୍ରତିବର୍ଷ ଅଗଷ୍ଟ ମାସ ପହିଲାରୁ ୭ ତାରିଖ ଯାଏଁ ପାଳନ କରାଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ । ଏ ବର୍ଷର ଥିମ୍ ରହିଛି ‘ସୁସ୍ଥ ପୃଥିବୀ ପାଇଁ ସ୍ତନ୍ୟପାନକୁ ସମର୍ଥନ’ । ମାଆ କ୍ଷୀର ହିଁ ଛୁଆ ପାଇଁ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jul 31, 2020, 10:49 PM IST

ଛୁଆଙ୍କୁ ଅସୁସ୍ଥତାରୁ ରକ୍ଷା କରେ ସ୍ତନ୍ୟପାନ
ଛୁଆଙ୍କୁ ଅସୁସ୍ଥତାରୁ ରକ୍ଷା କରେ ସ୍ତନ୍ୟପାନ

ପ୍ରତିବର୍ଷ ଅଗଷ୍ଟ ମାସ ପହିଲାରୁ ୭ ତାରିଖ ଯାଏଁ ପାଳନ କରାଯାଏ ବିଶ୍ୱ ସ୍ତନ୍ୟପାନ ସପ୍ତାହ । ଏ ବର୍ଷର ଥିମ୍ ରହିଛି ‘ସୁସ୍ଥ ପୃଥିବୀ ପାଇଁ ସ୍ତନ୍ୟପାନକୁ ସମର୍ଥନ’ । ମାଆ କ୍ଷୀର ହିଁ ଛୁଆ ପାଇଁ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ । ସେଥିପାଇଁ ତ ମାଆକ୍ଷୀରକୁ ଛୁଆ ପାଇଁ ଅମୃତ ବୋଲି ବି କୁହାଯାଏ । ଇଟିଭି ଭାରତ ସୁଖିଭବଃ ପକ୍ଷରୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ରାଜଶ୍ରୀ କାଟକେଙ୍କ ସହ ସ୍ତନ୍ୟପାନର ଗୁରୁତ୍ୱ ଓ ଏହାର ଉପକାରିତା ସଂପର୍କରେ ଆଲୋଚନା କରାଯାଇଥିଲା ।

ସ୍ତନ୍ୟପାନର ଉପକାରିତା ମାଆକ୍ଷୀର ନବଜାତ ଛୁଆ ପାଇଁ ସଂପୂର୍ଣ୍ଣ ଖାଦ୍ୟ ଭଳିଆ ହୋଇଥାଏ । ମାଆକ୍ଷୀରରେ ଇମ୍ୟୁନୋଗ୍ଲୋବଲିନ ଭଳି ଉପାଦାନ ରହିଥାଏ, ଯାହା କି ଛୁଆଙ୍କ ରେସପିଟରେଟରି ସଂକ୍ରମଣ ପରି ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଛୁଆଙ୍କୁ ନିମୋନିଆ ସଂକ୍ରମଣ ବି ହୁଏ ନାହିଁ । ତେଣୁ ମାଆକ୍ଷୀର ଶିଶୁପାଇଁ ଅମୃତ ହୋଇଥାଏ ବୋଲି କୁହାଯାଏ ।

ମାଆକ୍ଷୀର ଛୁଆଙ୍କ ପାଇଁ ପୋଷଣରେ ଭରପୂର ଥାଏ । ଏଥିରେ ୱଟର କାର୍ବୋହାଇଡ୍ରେଟସ୍ ପ୍ରୋଟିନ୍ ଓ ହଜମ ହୋଇପାରୁଥିବା ଭଳି ଫ୍ୟାଟ୍ ଥାଏ । ଏହାଛଡା ମିନେରାଲ୍‌,କାଲସିୟମ ଓ ଲୌହସାରରେ ବି ଭରପୂର ଥାଏ ମାଆକ୍ଷୀର । ମାଆକ୍ଷୀର ଖାଇଲେ ଛୁଆଙ୍କ ଦ୍ରୁତ ଅଭିବୃଦ୍ଧି ହୁଏ ।

ଛୁଆ ପାଇଁ କିପରି ଉପକାରୀ ହୋଇଥାଏ ମାଆ କ୍ଷୀର ?

୧. ମାଆ-ଛୁଆ ସଂପର୍କର ଭାବପ୍ରବଣତାକୁ ଗଭୀର ଓ ନିବିଡ କରେ ।

୨. ମାଆ କ୍ଷୀର ଖାଇଲେ ଛୁଆର ଧୀଶକ୍ତିରେ ବୃଦ୍ଧି ଘଟେ ।

୩. ମାଆ କ୍ଷୀର ଛୁଆର ଓଜନ ସ୍ୱାଭାବିକ ଭାବେ ବୃଦ୍ଧି କରେ ।

୪. ମାଆ କ୍ଷୀର ଖାଉଥିବା ଛୁଆମାନେ ସାଧାରଣତଃ କୋଷ୍ଠକାଠିନ୍ୟରେ ପୀଡିତ ହୋଇ ନଥାନ୍ତି ।

୫. ଶ୍ୱାସଜନିତ ସଂକ୍ରମଣ, ଡାଇରିଆ ଓ କାନ ସଂକ୍ରମଣରୁ ଛୁଆକୁ ସୁରକ୍ଷା ଦେଇଥାଏ ମାଆ କ୍ଷୀର । ଏହା ଆଲର୍ଜିରୁ ବି ସୁରକ୍ଷା ଦେଇଥାଏ ।

କେତେଥର ଛୁଆକୁ ସ୍ତନ୍ୟପାନ କରାଇବା ଉଚିତ ?

ଯେତେବେଳେ ଛୁଆଙ୍କୁ ଭୋକ ଲାଗେ, ସେତେବେଳେ ତି ନିହାତି ତାକୁ ସ୍ତନ୍ୟପାନ କରାଇବା ଜରୁରୀ । ଏହାକୁ ‘ଡିମାଣ୍ଡ ଫିଡିଂ’ ବୋଲି କୁହାଯାଏ । ପ୍ରତି ଦେଢ ବା ତିନି ଘଂଟା ମଧରେ ଛୁଆକୁ ଡିମାଣ୍ଡ ଫିଡିଂ ଦେବାକୁ ହୁଏ । ତେବେ, ଛୁଆକୁ ସ୍ତନ୍ୟପାନ ପାଇଁ ବାଧ୍ୟ କରାଯିବା ଉଚିତ ନୁହେଁ ।

୬ ମାସ ଯାଏଁ ଛୁଆକୁ ମାଆ କ୍ଷୀର ଦେବା ପରେ ଅତିରିକ୍ତ ପାଣି ବା ଗ୍ରିପ୍‌ ୱାଟର ଦେବା ଉଚିତ ନୁହେଁ । ଛୁଆ ପାଇଁ କେବଳ ମାଆ କ୍ଷୀର ହିଁ ଯଥେଷ୍ଟ । ଆଉ ଏଥିରେ ଯଥେଷ୍ଟ ଜଳୀୟ ଅଂଶ ରହିଥାଏ । ତେଣୁ ଛୁଆକୁ କ୍ଷୀର ଖୁଆଇଲା ପରେ ଅତିରିକ୍ତ ପାଣି ପିଆଇବା ଦରକାର ନାହିଁ । ସ୍ତନ୍ୟପାନରେ ୬ ମାସ ଯାଏଁ ଠିକ୍‌ ଭାବେ ପରିଷ୍କାର ପରିଚ୍ଛନ୍ନତା ନ ରଖିଲେ ସଂକ୍ରମଣର ଆଶଙ୍କା ରହିଥାଏ ।

ମାଆ କ୍ଷୀର ଖାଇଲା ପରେ ଛୁଆ ଶାନ୍ତ ହୋଇ ଶୋଇପଡେ । କିନ୍ତୁ କ୍ଷୀର ଖାଇଲା ପରେ ମଧ୍ୟ ଛୁଆ ଯଦି କାନ୍ଦିବା ଜାରି ରଖେ, ତାହା ହେଲେ ଉପଯୁକ୍ତ କ୍ଷୀର ସ୍ରାବ ହେଉନାହିଁ ବୋଲି ଜାଣିବାକୁ ପଡିବ ।

ମାଆ କୋରୋନା ପଜିଟିଭ ହେଲେ ଛୁଆଙ୍କ ସ୍ତନ୍ୟପାନ କିପରି ହେବ ?

ବର୍ତମାନର କୋରୋନା ମହାମାରୀ ସମୟରେ ଯଦି ମାଆ ପଜିଟିଭ ହୁଏ, ତେବେ ବି ଛୁଆକୁ ସେ ସ୍ତନ୍ୟପାନ କରିପାରିବ । କିନ୍ତୁ ଏଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ହେବ । ଉପଯୁକ୍ତ ଗାଉନ୍ ଓ ମାସ୍କ ପିନ୍ଧି ଛୁଆକୁ ସ୍ତନ୍ୟପାନ କରିପାରିବ ମାଆ ।

ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

. ଛୁଆକୁ ଜ୍ୱର ଓ ଡାଏରିଆ ହେଲେ ବି ସ୍ତନପାନ ଜାରି ରଖିବା ଉଚିତ ।

. ନିପ୍ପଲ ଓ ଆରିଓଲା ପାଖାପାଖି ଛୁଆର ପାଟି ଯେଭଳି ରହିବ,ତାହା ନିଶ୍ଚିତ କରନ୍ତୁ ।

. କ୍ରେଡଲ୍ ପୋଜିସନ ହିଁ ଛୁଆମାନଙ୍କ ପାଇଁ ଭଲ ।

. ଯଦି ମାଆ ସିଜାରିଆନ୍ ସେକ୍ସନରେ ପ୍ରସବ କରିଥାନ୍ତି , ତାହା ହେଲେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଜଣେ ସଂପର୍କୀୟଙ୍କ ଦ୍ୱାରା ଛୁଆର ସ୍ତନ୍ୟପାନର ବ୍ୟବସ୍ଥା କରନ୍ତୁ । ଛୁଆ ଯେମିତ ଶୀଘ୍ର ସ୍ତନ୍ୟପାନ ଆରମ୍ଭ କରିବ, ତାହା ନିଶ୍ଚିତ କରନ୍ତୁ ।

ସ୍ତନ୍ୟପାନ ସମୟରେ ଆହାର ଓ ପୋଷଣ :

. ରକ୍ତହୀନତାରେ ପୀଡିତ ମାଆମାନେ ସେମାନଙ୍କ ଛୁଆକୁ ସ୍ତନ୍ୟପାନ କରାଇପାରିବେ । କିନ୍ତୁ ସେମାନଙ୍କ ଉପଯୁକ୍ତ ଲୌହସାର ଓ କ୍ୟାଲସିୟମ ସପ୍ଲିମେଣ୍ଟ ନେବାକୁ ପଡିବ । ଏହାଛଡା ଭଲ ଆହାର ବି ଖାଇବାକୁ ହେବ, ଯାହା ଦ୍ୱାରା କି ଉଭୟ ମାଆ ଓ ଛୁଆଙ୍କଠାରେ ପୋଷଣର ଅଭାବ ରହିବ ନାହିଁ ।

. କ୍ୟାଲସିୟମ ସପ୍ଲିମେଂଟ୍ ସ୍ତନ୍ୟପାନ କରାଉଥିବା ମାଆଙ୍କ ମଧ୍ୟରେ ଗଣ୍ଠି ଯନ୍ତ୍ରଣା ଦୂର କରେ । ହରଡ ଡାଲି ଓ ବିରିରେ ପ୍ରସ୍ତୁତ ଖାଦ୍ୟ ଗଣ୍ଠି ଯନ୍ତ୍ରଣା ଦୂର କରିବାରେ ସହାୟକ ହୁଏ ।

. ମେଥି ଓ ମାଣ୍ଡିଆରେ ପ୍ରସ୍ତୁତ ଖେଚୁଡି,ଦଲିଆ ବା ହାଲୁଆ ଖାଇଲେ ମାଆ କ୍ଷୀରରେ ବୃଦ୍ଧି ହୋଇଥାଏ ।

. ମାଆମାନଙ୍କ ପାଇଁ ଘର ରନ୍ଧା ଓ ସନ୍ତୁଳିତ ଖାଦ୍ୟ ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.