ETV Bharat / sukhibhava

ଜ୍ବର ସମୟରେ ସ୍ନାନ କରିବା ଉଚିତ କି ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଜ୍ୱର ହେବା ଦ୍ବାରା ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ କିଛି ଲୋକ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଜାଣନ୍ତୁ ଜ୍ବର ହେବା ସମୟରେ ଗାଧୋଇବା ଉଚିତ କି ନୁହେଁ

bathing in fever
bathing in fever
author img

By

Published : Aug 14, 2023, 12:12 PM IST

Updated : Aug 14, 2023, 12:40 PM IST

ହାଇଦ୍ରାବାଦ: ଆଜିକାଲି ପ୍ରାୟ ସବୁ ଋତୁରେ ଜ୍ବର ହୋଇଥାଏ। ଜ୍ବର ହେବା ମାତ୍ରେ ଲୋକମାନେ ଗୋଧୋଇବା ବନ୍ଦ କରି ଦେଇଥାଆନ୍ତି । ଜ୍ବର ସମୟରେ ଗୋଧାଇବା କ୍ଷତିକାରକ ବୋଲି ଅନେକ ଲୋକ ଭାବି ଥାଆନ୍ତି । ଗୋଧୋଇବା ଦ୍ବାରା ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଥାଏ ବୋଲି କୁହାଯାଇଥାଏ । ଅନ୍ୟପଟେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଜ୍ବରରେ ମଧ୍ୟ ଗାଧୋଇବା ପସନ୍ଦ କରିଥାଆନ୍ତି । ତେବେ ଅନେକ ଆଜି ଯାଏଁ ମଧ୍ୟ ଜାଣିନାହାନ୍ତି ଯେ, ଜ୍ବର ହେଲେ ଗୋଧୋଇବା ଉଚିତ କି ନୁହେଁ ।

ଡାକ୍ତରଙ୍କ କହିବା ଅନୁସାରେ ଜ୍ୱରରେ ଗାଧୋଇବାରେ କୌଣସି ଅସୁବିଧା ନଥାଏ । ଜ୍ୱର ଆସିବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଶରୀରରେ ଯନ୍ତ୍ରଣା ଆରମ୍ଭ ହେବା ସହିତ ଦୁର୍ବଳ ଲାଗିଥାଏ । ଏଭଳି ପରିସ୍ଥିତିରେ ଲୋକେ ଗାଧୋଇବା ପାଇଁ ପସନ୍ଦ କରିନଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଉଷୁମ ପାଣିରେ ଗାଧୋଇବା ଲାଭଦାୟକ ହୋଇପାରେ । ସ୍ନାନ କରିବା ଦ୍ୱାରା ଜ୍ୱରର ପ୍ରଭାବ କମିଯିବାର ସମ୍ଭାବନା ରହିଥାଏ । ଏହା ମାଂସପେଶୀକୁ ଆରାମ ଦେଇଥାଏ । ଯଦି ଆପଣ ଉଷୁମ ପାଣିରେ ସ୍ନାନ କରନ୍ତି, ତେବେ ଆପଣ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇପାରିବ। କିନ୍ତୁ ଶରୀରର ତାପମାତ୍ରା ଅଧିକ ରହିଥିଲେ ସ୍ନାନଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି ।

ଭାଇରାଲ ଜ୍ବରରେ ଗାଧୋଇବା ଉଚିତ କି ନୁହେଁ ?

  • ଜ୍ୱର ହେଲେ ଜଣେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ପାଣି ବଦଳରେ ଉଷୁମ ପାଣିରେ ଗାଧୋଇବା ଉଚିତ । ଏହା ଦ୍ବାରା ଯନ୍ତ୍ରଣା ଦୂର ହେବା ସହିତ ଶରୀରକୁ ଆରାମ ମିଳିଥାଏ ।
  • ଯଦି ଆପଣ ଜ୍ୱରରେ ଗାଧୋଇବାକୁ ଚାହୁଁଛନ୍ତି ତେବେ କମ ସମୟ ପାଇଁ ସ୍ନାନ କରିବା ଉଚିତ । ଦୀର୍ଘ ସମୟ ପାଣିରେ ରହିବା ଦ୍ବାରା ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ପାରେ ।
  • ହାଲୁକା ଭାବେ ସାବୁନକୁ ଶରୀରରେ ଲଗାନ୍ତୁ । ଝାଳ ହେଉଥିବା ଜାଗାକୁ ଭଲ ଭାବେ ସଫା କରିବା ଉଚିତ । ଯାହା ଦ୍ବାରା କି ବ୍ୟାକ୍ଟେରିଆ ବା ଫଙ୍ଗସ୍‌ ସଂକ୍ରମଣକୁ ଦୂରେଇ ପାରିବା ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ଥଣ୍ଡା, ଜ୍ବର ସମୟରେ ରେଡ୍ ୱାଇନ୍ ସମେତ ଏହି ସବୁ ଖାଦ୍ୟର ପାଖ ମାଡନ୍ତୁନି

ଭାଇରାଲ ଜ୍ବରରେ ଏହା ନକରିବା ଉଚିତ:

  • ଜ୍ୱରରେ ଥଣ୍ଡା ପାଣିରେ ସ୍ନାନ କରିବା ଉଚିତ ନୁହେଁ। କାରଣ ଏହା ଦ୍ବାରା ରକ୍ତବାହିକା ସଙ୍କୁଚିତ ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ବ୍ୟତୀତ କମ୍ପନ ସୃଷ୍ଟି କରିବା ସହିତ ଶରୀରରୁ ଶକ୍ତି କମ୍‌ ହୋଇଥାଏ ।
  • ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଧୋଇବାଠାରୁ ଦୂରେଇ ରୁହନ୍ତୁ
  • ଅତ୍ୟଧିକ ଗରମ ପାଣିରେ ସ୍ନାନ କରିବା ଦ୍ବାରା ରକ୍ତବାହିକା ଅଧିକ ବିସ୍ତାର ହୋଇପାରେ । ଯାହା ରକ୍ତଚାପକୁ କମ କରିବା ସହିତ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଯାଇଥାଏ ।
  • ଜ୍ବର ସମୟରେ ଅଧିକ ଘଷି ହୋଇ ଗାଧୋଇବା ଉଚିତ ନୁହେଁ । ଏହା ଶରୀରକୁ ଅତ୍ୟଧିକ ଉତ୍ତେଜିତ କରିବା ସହିତ ଥକ୍କାପଣ ବୃଦ୍ଧି କରିପାରେ।
  • ଯଦି ଶରୀରର ତାପମାତ୍ରା ଅଧିକ ରହିଥିବ ତାହେଲେ ସ୍ନାନ କରିବା ଉଚିତ ନୁହେଁ। ଟାଓ୍ବାଲକୁ ଓଦା କରି ପୋଛିହେବା ଉଚିତ ।

ବିଦ୍ର: ଏହା ଏକ ରିପୋର୍ଟ ଉପରେ ଆଧାରିତ ଖବର। ଏହି ଟିପ୍ସ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2023, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.