ETV Bharat / sukhibhava

ବ୍ୟାକ୍ ପେନ୍ ହେଉଥିଲେ କଣ କରିବେ, ଜାଣନ୍ତୁ

author img

By

Published : Mar 29, 2023, 6:35 PM IST

କମ୍ ବୟସରୁ ମଧ୍ୟ ଅନେକ ଲୋକ ପିଠି ଓ ଅଣ୍ଟା ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ଜାଣନ୍ତୁ ସମସ୍ୟାର କରାଣ ଓ କେମିତି କରିବେ ସମାଧାନ...

Etv Bharat
Etv Bharat

ହାଇଦ୍ରାବାଦ: ଖରାପ ଜୀବନଶୈଳୀ କାରଣରୁ ବର୍ତ୍ତମାନ ସମୟରେ ପିଠି ଓ ଅଣ୍ଟା ଯନ୍ତ୍ରଣା ସାଧାରଣ ହୋଇଗଲାଣି । ପ୍ରାୟ ଅଧିକାଂଶ ଲୋକେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଲୋକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟ ବସି ରହନ୍ତି ଏବଂ କୌଣସି ଶାରୀରିକ କାର୍ଯ୍ୟକଳାପ କରନ୍ତି ନାହିଁ, ସେମାନଙ୍କର ପିଠି ଯନ୍ତ୍ରଣାର ଗମ୍ଭୀର ସମସ୍ୟା ଦେଖାଯାଏ । ଏହା ବ୍ୟତୀତ, କ୍ରମାଗତ ଭାବରେ ଭୁଲ୍ ଶୈଳୀରେ ଏକ୍ସରସାଇଜ୍ କରିବା ଏବଂ ଯୋଗକୁ ସଠିକ୍ ନକରିବା ମଧ୍ୟ ପିଠି ଯନ୍ତ୍ରଣା ବା ବ୍ୟାକ୍ ପେନ୍ କରାଏ ।

ଏହି ବ୍ୟାକପେନ୍ ଏବଂ ମସଲ୍ ଷ୍ଟ୍ରେନ୍ ଏତେ ଯନ୍ତ୍ରଣାଦାୟକ ଯେ, ଜଣେ ବ୍ୟକ୍ତିର ଦୈନନ୍ଦିନ ଜୀବନ ସଂପୂର୍ଣ୍ଣ ବିଗିଡିଯାଏ । ଏହା ବ୍ୟତୀତ ଅନ୍ୟାନ୍ୟ କାରଣ ମଧ୍ୟ ବ୍ୟାକ୍ ପେନ୍ କରାଏ, କଣ ସେହିସବୁ କାରଣ ଜାଣନ୍ତୁ

ପିଠି ଯନ୍ତ୍ରଣା ଏବଂ ଷ୍ଟ୍ରେନ୍ କାହିଁକି ହୁଏ: ଏହା ପଛରେ 5 ଟି ମୁଖ୍ୟ କାରଣ ଅଛି । ପ୍ରଥମେ ଲିଗାମେଣ୍ଟରେ କୌଣସି ପ୍ରକାରର ଷ୍ଟ୍ରେନ୍, ଦ୍ୱିତୀୟରେ ହାଡରେ କୌଣସି ପ୍ରକାରର ସଂକ୍ରମଣ, ତୃତୀୟଟି କୌଣସି ପ୍ରକାରର ଟ୍ୟୁମର ସୃଷ୍ଟି, ଚତୁର୍ଥ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା, ପଞ୍ଚମ ସ୍ପାଇନାଲ୍‌କର୍ଡ(ମେରୁଦଣ୍ଡ)ରେ କୌଣସି ପ୍ରକାରର ସମସ୍ୟା ।

ଲକ୍ଷଣଗୁଡ଼ିକ କିପରି ଦେଖାଯାଏ: ଏହି ରୋଗରେ ଯନ୍ତ୍ରଣା ସହିତ ଜ୍ୱର ମଧ୍ୟ ଆସେ । ଖୁବ୍ ଥକା ଲାଗେ । ଯନ୍ତ୍ରଣା ବେକରୁ ହାତ ଏବଂ ପାଦକୁ ବ୍ୟାପେ । ବେକ କିମ୍ବା ପିଠି ଯନ୍ତ୍ରଣା ହେତୁ ଓଜନ ହ୍ରାସ, ଶୋଇବା ସମୟରେ ମଧ୍ୟ ଯନ୍ତ୍ରଣା ଅନୁଭବ, ହାତ ଏବଂ ପାଦରେ ଦୁର୍ବଳତା ହୋଇପାରେ ।

ଘରୋଇ ଉପଚାର: ଏଥିପାଇଁ କିଛି ପ୍ରାଥମିକ ଘରୋଇ ଉପଚାର କରାଯାଇପାରିବ । ଯଦି ପିଠି ଯନ୍ତ୍ରଣା ହୁଏ, ତେବେ ଉଷୁମ ପାଣିରେ ଫୋମେଣ୍ଟେସନ୍ କରିପାରିବେ । ଗରମ ମଲମ ବ୍ୟବହାର କରାଯାଇପାରେ । ଫୁଲା କମାଇବା ପାଇଁ ଏକ ଟାବଲେଟ୍ କିମ୍ବା ଆଣ୍ଟି-ଇନଫ୍ଲାମେଟୋରୀ ଜେଲ୍ ପ୍ରୟୋଗ କରିପାରିବେ । ଯଦି ସମସ୍ୟା କ୍ରମାଗତ ଭାବେ ବଢୁଛି, ତେବେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପେନ୍ କିଲର୍ ଉପରେ ଭରସା କରନ୍ତୁ ନାହିଁ: ଯଦି ଯନ୍ତ୍ରଣା ସମସ୍ୟା ଜାରି ରହେ, ନିୟମିତ ଯନ୍ତ୍ରଣାଦାୟକ ଔଷଧ(ପେନ୍‌ କିଲର୍) ସେବନଠାରୁ ଦୂରେଇ ରୁହନ୍ତୁ । ଏସବୁ ଔଷଧ କ୍ଷଣିକ ପାଇଁ ଆରାମ ଦେଇଥାଏ । ମାତ୍ର ନାନା ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରେ । ଯନ୍ତ୍ରଣାଦାୟକ ଔଷଧ ସେବନ କରିବା କିଡନୀ ସ୍ବାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ସେଥିପାଇଁ ପ୍ରଥମେ ଡାକ୍ତରୀ ଚିକିତ୍ସା କରିବା ପରେ ପଦକ୍ଷେପ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.