ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଚା' ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ତେବେ ଚା'କୁ କିଛି ଜଣ କ୍ଷତିକାରକ କହୁଥିବା ବେଳେ କିଛି ଜଣ ଲାଭଦାୟକ ବୋଲି କହନ୍ତି । ଏନେଇ ଦୀର୍ଘ ବର୍ଷ ହେଲା ତର୍କବିତର୍କ ଜାରି ରହିଛି । କିନ୍ତୁ ଚା' ପିଇବା ମଧ୍ୟ ସାଂଘାତିକ ହୋଇପାରେ କି ? ମଧ୍ୟପ୍ରଦେଶରୁ ଏଭଳି ଏକ ଖବର ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।
ଅକ ମିଡିଆ ରିପୋର୍ଟ ଅନୁସାରେ, ଏକ ଦେଢ଼ ମାସର ଶିଶୁର ଚା ପିଇବା ପରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ଚା ’ପିଇବାର କିଛି ସମୟ ପରେ ପିଲାଟି ନିଶ୍ୱାସ ନେବା ବନ୍ଦ କରିଦେଇଥିଲା, ଡାକ୍ତରଖାନା ନେବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ କିଛି ଜଣ ଚା' କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଚା ’ପିଇବା ଦ୍ବାରା ପ୍ରକୃତରେ ଛୋଟ ଛୁଆଙ୍କ ପାଇଁ ବିପଦଜ୍ଜନକ ହୋଇପାରେ କି । ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...
ଚା' ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇପାରେ ତାହା ସ୍ପଷ୍ଟ ହୋଇନାହିଁ । ଅନୁସନ୍ଧାନରୁ ଜଣାପଡିଛି ଯେ ଚା'ରେ କ୍ୟାଫିନ୍ ଥାଏ । 12 ବର୍ଷରୁ କମ୍ ପିଲାମାନଙ୍କ ପାଇଁ କ୍ୟାଫିନ୍, ଏକ ଉତ୍ତେଜକ ହୋଇଥାଏ । ଏହା ଶୋଇବାରେ ଅସୁବିଧାଠାରୁ ଆରମ୍ଭ କରି ପରିସ୍ରା, ସୋଡିୟମ୍ ଏବଂ ପୋଟାସିୟମ୍ ସ୍ତର ହ୍ରାସ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ । ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟାଗୁଡ଼ିକର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇପାରେ ।
ଏହା ମଧ୍ୟ ପଢନ୍ତୁ: Milk Tea: ଚା' ଶୀଘ୍ର ବାର୍ଦ୍ଧକ୍ୟର କାରଣ କି ? କଣ କହୁଛନ୍ତି ଏକ୍ସପର୍ଟ
ହର୍ବାଲ ଚା'ର ପ୍ରଭାବ: ବୈଜ୍ଞାନିକମାନଙ୍କର କହିବା ଅନୁସାରେ, ହର୍ବାଲ-ଚା' ଗଛର ପତ୍ର, ଚେର ଏବଂ ମଞ୍ଜିରୁ ତିଆରି ହୋଇଥାଏ। ଏଗୁଡ଼ିକରେ ସାଧାରଣତଃ କ୍ୟାଫିନ୍ ନଥାଏ । ଯାହାକି ଛୋଟ ଛୁଆଙ୍କ ଉପରେ ଏତେ ମାତ୍ରାରେ ପ୍ରଭାବ ପକାଏ ନାହିଁ । କିନ୍ତୁ ଏକ ବିଶେଷ ତଥ୍ୟ ଉପରେ ଧ୍ୟାନ ଦେବା ଉଚିତ । କାରଣ କିଛି ଛୁଆଙ୍କୁ ଚା'ରେ ରହିଥିବା ଜଡ଼ିବୁଟିରେ ଆଲର୍ଜି ହୋଇପାରେ । ଛୋଟ ଛୁଆଙ୍କ କ୍ଷେତ୍ରରେ ଆଲର୍ଜି ଏକ ଚିନ୍ତାର ବିଷୟ ଅଟେ । ଆଲର୍ଜିର ପାର୍ଶ୍ବ ପ୍ରତିକ୍ରିୟାର ଲକ୍ଷଣ ମଧ୍ୟରେ ଶ୍ୱାସକ୍ରିୟାରେ ଅସୁବିଧା ଏବଂ ଗଳା, ଓଠ, ଜିଭ, ମୁହଁ ଫୁଲି ଯାଇଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ଚେରମୂଳି ଔଷଧ କିମ୍ବା ଚା' ଛୋଟ ପିଲାମାନଙ୍କୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧିକ ଗବେଷଣା କରାଯାଇ ନାହିଁ । ସେଥିପାଇଁ ଛୋଟ ପିଲାମାନଙ୍କୁ ଚା ଦେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ଅଟେ । ଆୟୁର୍ବେଦର କିଛି ରିପୋର୍ଟରୁ ଜଣାପଡିଛି ଯେ କାଢ଼ା ପିଇବା ଦ୍ବାରା କାଶ ଥଣ୍ଡା ଦୂର କରିବାରେ ସାହାଯ୍ୟ କରିଥାଏ କିନ୍ତୁ ଛୋଟ ଛୁଆଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ