ETV Bharat / sukhibhava

ଆପଣଙ୍କ ବସିବା ଶୈଳୀ ଠିକ୍ କି ? - ବସିବା ଶୈଳୀ

ଆପଣଙ୍କ ବସିବା ଶୈଳୀ ହିଁ ଦୀର୍ଘକାଳିନ ଭାବେ ଆପଣଙ୍କ ବ୍ୟକ୍ତିତ୍ୱ ନିରୁପଣ କରିବ । ଆମର ବସିବା ଶୈଳୀ ଠିକ୍ ହେବା କାହିଁକି ଜରୁରୀ , ସେ ନେଇ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଫିଜିଓଥେରାପିଷ୍ଟ ଡକ୍ଟର ଜାହ୍ନଭୀ କଥ୍ରାନିଙ୍କ ସହ ଆଲୋଚନା କରାଯାଇଥିଲା । ଗୋଟିଏ ଜାଗାରେ ବସିବା ବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଅଧିକ ଖବର ପଢନ୍ତୁ...

ଆପଣଙ୍କ ବସିବା ଶୈଳୀ ଠିକ୍ କି ?
ଆପଣଙ୍କ ବସିବା ଶୈଳୀ ଠିକ୍ କି ?
author img

By

Published : Oct 25, 2020, 1:47 PM IST

ଆଜିକାଲି ନିଜ ନିଜର ଅଫିସ କାର୍ଯ୍ୟ, ଅନଲାଇନ୍ ଅଧ୍ୟୟନ,ଏପରିକି ଟିଭି ଦେଖିବା ଓ ଆରାମ କରିବା ସମୟରେ ଜଣକୁ ଘଣ୍ଟା ଘଣ୍ଟା ଧରି ବସିବାକୁ ପଡିଥାଏ । ଆପଣଙ୍କ ବସିବା ଶୈଳୀ ହିଁ ଦୀର୍ଘକାଳିନ ଭାବେ ଆପଣଙ୍କ ବ୍ୟକ୍ତିତ୍ୱ ନିରୁପଣ କରିବ । ବଜାରରେ ଅନେକ ପ୍ରକାର ଚେୟାର ଓ ସୋଫା ଉପଲବ୍ଧ ହେଉଛି । ଆମେ ସେଗୁଡିକ ବାବଦରେ ଅବଗତ ହେବା ଦରକାର । ଆମକୁ ବିଶେଷ ଭାବେ ଦରକାର ହେଉଥିବା ଚେୟାର ବା ସୋଫା ହିଁ ଆମେ କିଣିବା ଦରକାର । ଏର୍ଗୋନୋମିକାଲ ଭାବେ ଡିଜାଇନ ହୋଇଥିବା ବା ଅଲଟ୍ରା କମ୍ଫର୍ଟବଲ୍ ଚେୟାର ବା ସୋଫା ଆବଶ୍ୟକତା ଅନୁସାରେ କିଣି ବ୍ୟବହାର କରିବା ଆବଶ୍ୟକ । ଆମର ବସିବା ଶୈଳୀ ଠିକ୍ ହେବା କାହିଁକି ଜରୁରୀ , ସେ ନେଇ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଫିଜିଓଥେରାପିଷ୍ଟ ଡକ୍ଟର ଜାହ୍ନଭୀ କଥ୍ରାନିଙ୍କ ସହ ଆଲୋଚନା କରାଯାଇଥିଲା । ଗୋଟିଏ ଜାଗାରେ ବସିବା ବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ ।

୧. ଆପଣଙ୍କ ପାଦକୁ ଚଟାଣ ବା ଅନ୍ୟ ସପୋର୍ଟରେ ରଖନ୍ତୁ

୨. ଆଂଠୁ ୯୦ ଡିଗ୍ରୀରୁ ଅଧିକ ଯେପରି ନଇଁବ ନାହିଁ

୩. ଆଂଠୁଯୋଡାଠାରୁ ଅଂଟାକୁ ସାମାନ୍ୟ ଉପରେ ରଖନ୍ତୁ । ତଳେ ଯେମିତି ଫୋମ୍ ଓ ଦୃଢ ସପୋର୍ଟ ଥିବ ,ତାହା ନିଶ୍ଚିତ କରିବା ଦରକାର ।

୪. ପିଠିର ନିମ୍ନ ଭାଗ ଆରାମଦାୟକ ସ୍ଥିତିରେ ରହିବା ଦରକାର ।

୫. ବେକ ଓ ଦୃଷ୍ଟି ଭୂମିରୁ ସମାନ୍ତରାଳ ଭାବେ ରହିବା ଦରକାର । ଏ ଅନୁସାରେ ଡେସ୍କ ଓ କଂପ୍ୟୁଟର ସ୍କ୍ରିନକୁ ଆଡଜଷ୍ଟ କରିବା ଆବଶ୍ୟକ ।

୬. ଆରାମଦାୟକ ପୋଷାକ ପିନ୍ଧିବା ଭୁଲନ୍ତୁ ନାହିଁ । ସଠିକ ବସିବା ଶୈଳୀ ଦ୍ୱାରା ଆଂଠୁଗଣ୍ଠି ଯୋଡା ପୀଡା ନିୟନ୍ତ୍ରିତ ହୁଏ । ମୁଣ୍ଡକୁ ରକ୍ତ ସଂଚାଳନ ଭଲ ହୋଇଥାଏ । ତେଣୁ ମୁଣ୍ଡବ୍ୟଥା, କ୍ଲାନ୍ତି କମ୍ ହୋଇଥାଏ । ଯଦି ଯନ୍ତ୍ରଣା ହେଉଥିବ ବା କୌଣସି ଅସ୍ତ୍ରୋପଚାର ଜନିତ ସ୍ଥିତି ଥିବ, ତାହା ହେଲେ ବସିବା ଶୈଳୀରେ କିଛିଟା ପରିବର୍ତନ କରାଯାଇପାରେ ।

୧. ପିଠିର ନିମ୍ନ ଭାଗ ଓ ଗୋଡର ସପୋର୍ଟ ପାଇଁ ଫୋମ୍ ରୋଲ୍ସ ବା ତକିଆ ବ୍ୟବହାର କରନ୍ତୁ ।

୨. ସର୍ଜରୀ ପରବର୍ତୀ ସ୍ଥିତିରେ ଯଦି ବସିବା ବେଳେ ଯନ୍ତ୍ରଣା ହୁଏ, ତାହା ହେଲେ ତଳିପେଟ ପାଇଁ ଆସିଷ୍ଟାଂଟ୍ ବେଲ୍ଟ ଦରକାର ।

୩. କମ୍ଫର୍ଟଜୋନ୍ ଅନୁସାରେ ବ୍ୟାକ୍ ସପୋର୍ଟ

୪. ଯଦି ଆବଶ୍ୟକ,ତାହା ହେଲେ ମୁଣ୍ଡକୁ ଆଉଜାଇବା ଦରକାର ।

୫. ଆବଶ୍ୟକ ଅନୁସାରେ ଗୋଡକୁ ଉପରମୁହାଁ ରଖାଯାଇପାରେ । ଏର୍ଗୋନୋମିକ ଚେୟାର ଘଂଟା ଘଂଟା ଧରି ଅଫିସରେ କାମ କରୁଥିବା ବେଳେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଶୈଳୀରେ ବସିବାକୁ ପଡିଥାଏ । ତେଣୁ ପିଠି, ଆଂଠୁ ଗଣ୍ଠି ଓ

ମାଂସପେଶୀରେ ଯନ୍ତ୍ରଣା ରୋକିବାକୁ ବିଶେଷ ଧ୍ୟାନ ଦେବାକୁ ପଡିବ । ଯନ୍ତ୍ରଣା ଉପଶମ ପାଇଁ ଏର୍ଗୋନୋମିକ୍ସ ଚେୟାରର ଉପଯୋଗିତା ରହିଛି । ଏଭଳି ଚେୟାର ଆପଣଙ୍କ ସ୍ୱାଭାବିକ ବସିବା ଶୈଳୀକୁ ଦେଖି ଡିଜାଇନ କରାଯାଇଥାଏ । ଆଉ ଏଭଳି ଚେୟାର ଦ୍ୱାରା ଆପଣଙ୍କ ଶରୀରରେ ଅଯଥା ଚାପ ପଡିବ ନାହିଁ । ଚେୟାର ବ୍ୟାକ୍ ସାଧାରଣତଃ ଫୁଲ୍ ଲେଙ୍ଗ୍‌ଥ ଥାଏ । ଏର୍ଗୋନୋମିକ୍ ଚେୟାର ପ୍ରସଙ୍ଗରେ କିଛି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡିବ ।

୧. ଆପଣଙ୍କ ଶାରୀରିକ ଗଠନ ଅନୁସାରେ ଚେୟାରର ବ୍ୟାକ୍ ସପୋର୍ଟ ଆଡଜଷ୍ଟ କରିବାକୁ ପଡିବ ।

୨. କହୁଣୀ ସ୍ତର ଓ ମଣିବନ୍ଧ ସ୍ଥିତିକୁ ଦେଖି ଡେସ୍କ ବା କଂପ୍ୟୁଟର ଓ କିବୋର୍ଡକୁ ଆଡଜଷ୍ଟ କରିବାକୁ ହେବ ।

୩. ଅଂଟା ଓ ଆଂଠୁ ଅନୁପାତ , ଉଚ୍ଚତା ଅନୁସାରେ ହିଁ ଫିଟ୍ ରେଷ୍ଟ ପ୍ୟାଡଲ ସ୍ଥିତି ନିର୍ଧାରଣ କରିବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.