ETV Bharat / sukhibhava

ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ ଲିପଷ୍ଟିକ ଲଗାଉଛନ୍ତି କି ? ହୋଇପାରେ ବଡ ସମସ୍ୟା - ଲିପଷ୍ଟିକରୁ ହେଉଥିବା ରୋଗ

ଲିପଷ୍ଟିକରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ ଆଲର୍ଜି, ଜ୍ବଳନ ଏବଂ ଓଠ ଏବଂ ଆଖପାଖରେ ଆଲର୍ଜି ହୋଇଥାଏ । ତେବେ ଜାଣନ୍ତୁ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡିଥାଏ ।

Harmful effects of wearing lipstick
Harmful effects of wearing lipstick
author img

By

Published : Jun 18, 2023, 9:20 AM IST

ହାଇଦ୍ରାବାଦ: ଲିପଷ୍ଟିକ୍ ଲଗାଇବା ପ୍ରାୟତଃ ମହିଳାଙ୍କୁ ପସନ୍ଦ । ଲିପଷ୍ଟିକ୍ ମେକଅପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲିପଷ୍ଟିକ ବିନା ମେକଅପ କିଟ ଅସମ୍ପୁର୍ଣ୍ଣ । କାରଣ ଲିପଷ୍ଟିକ୍ ପ୍ରୟୋଗ କରି ଓଠର ସୌନ୍ଦର୍ଯ୍ୟ ବଢିଥାଏ। କୁହାଯାଏ କିଛି ମହିଳା ଲିପଷ୍ଟିକ ଲଗାଇବା ଦ୍ବାରା ସେମାନଙ୍କର ଆତ୍ମବିଶ୍ବାସ ସ୍ତର ବୃଦ୍ଧି ପାଇଥାଏ । କେବଳ ଏତିକି ନୁହେଁ, ଲିପଷ୍ଟିକ୍ ଆପଣଙ୍କ ବ୍ୟକ୍ତିତ୍ୱରେ ଗ୍ଲାମର ଯୋଡିବା ପାଇଁ ମଧ୍ୟ କାମ କରେ । କିନ୍ତୁ ଏହା ଓଠ ବା ଶରୀର ପାଇଁ ମଧ୍ୟ କ୍ଷତିକାରକ କହିଲେ ଅତ୍ୟୁକ୍ତି ହେବନାହିଁ ।

ବାସ୍ତବରେ ପ୍ରୟୋଗ ବା ଲଗାଉଥିବା ଲିପଷ୍ଟିକ୍ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଯେପରିକି ଲେଡ ଏବଂ କ୍ରୋମିୟମ୍ ତିଆରି ହୋଇଥାଏ । ଏହା କେବଳ ଆପଣଙ୍କ ଓଠର ପ୍ରାକୃତିକ ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତିକାରକ । ଅନେକ ଥର ମହିଳାମାନେ ଲିପଷ୍ଟିକ୍ ପ୍ରୟୋଗ କରି କିଛି ଖାଆନ୍ତି କିମ୍ବା ପିଇଥାନ୍ତି, ଯାହା ସହିତ ସେମାନେ ଲିପଷ୍ଟିକର କିଛି ଅଂଶ ମଧ୍ୟ ପେଟ ଭିତରକୁ ଯାଇଥାଏ । ଯାହାକି ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ଲିପଷ୍ଟିକ ଲଗାଇବାର କ୍ଷତି: ଲିପଷ୍ଟିକରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ ଆଲର୍ଜି, ଜ୍ବଳନ ଏବଂ ଓଠ ଏବଂ ଆଖପାଖରେ ଆଲର୍ଜି ହୋଇଥାଏ । ଏହା ବ୍ୟତୀତ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ କର୍କଟ ରୋଗ ହେବାର ଆଶଙ୍କା ଥାଏ ।

1. ପେଟରେ ଟ୍ୟୁମର ଏବଂ କିଡନୀ ଫେଲ ହେବାର ଆଶଙ୍କା ରହିଥାଏ

2. ମସ୍ତିଷ୍କ ବିକାଶ ଉପରେ ଖରାପ ପ୍ରଭାବ

3. କର୍କଟ ରୋଗ ହେବାର ଆଶଙ୍କା

4. ସ୍ନାୟୁ ପ୍ରଣାଳୀ ପାଇଁ କ୍ଷତିକାରକ

5. ଶରୀରରେ ବିଷାକ୍ତ ପଦାର୍ଥ ବୃଦ୍ଧି ପାଇଥାଏ

ଏହା ମଧ୍ୟ ପଢନ୍ତୁ: Bathing Soap Side Effects: ପ୍ରତିଦିନ ସାବୁନରେ ସ୍ନାନ କରୁଥିଲେ ସାବଧାନ, ହୋଇପାରେ ଏହି ରୋଗ

ଲିପଷ୍ଟିକରୁ ହେଉଥିବା ସମସ୍ୟାରୁ କେମିତି ବର୍ତ୍ତିବେ:

1. ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଓଠରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ । ଏହା ଲିପଷ୍ଟିକର କ୍ଷତିକାରକ ପ୍ରଭାବକୁ ହ୍ରାସ କରିପାରେ ।

2. ଲିପଷ୍ଟିକ୍ ହେଉଛି ଏକ ମେକଅପ୍ ପ୍ରଡକ୍ଟ, ଏହାକୁ କେବଳ ବିଶେଷ ସମୟରେ ପ୍ରୟୋଗ କରନ୍ତୁ । ପ୍ରତିଦିନ ବ୍ୟବହାର କରିବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ ।

3. ଲାଇଟ ସେଡ ଲିପଷ୍ଟିକ ଲଗାନ୍ତୁ ।

4. ଲିପଷ୍ଟିକ୍ କିଣିବାବେଳେ ଏହାର ଉପାଦାନ ପଢନ୍ତୁ

5. ରାତିରେ ଶୋଇବା ପୂର୍ବରୁ ଲିପଷ୍ଟିକ ଛଡାଇ ଶୋଇବା ଉଚିତ

ତେବେ ଲିପଷ୍ଟିକ ଲଗାଇବା ଦ୍ବାରା କିଛି ଫାଇଦା ମଧ୍ୟ ହୋଇଥାଏ

1. ଲିପଷ୍ଟିକ୍ ଲଗାଇବା ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟ ବଢିଥାଏ

2. ଲିପଷ୍ଟିକରେ ଥିବା SPF ସୂର୍ଯ୍ୟ କିରଣ ବିରୁଦ୍ଧରେ ଓଠରେ ଏକ ପ୍ରତିରକ୍ଷା ସ୍ତର ସୃଷ୍ଟି କରିବାକୁ କାର୍ଯ୍ୟ କରେ

3. ଲିପଷ୍ଟିକ୍ ହସକୁ ଚମକଦାର ଏବଂ ସୁନ୍ଦର କରିଥାଏ

4. ଲିପଷ୍ଟିକ୍ ଲଗାଇବା ଦ୍ୱାରା ମହିଳାମାନେ ଆତ୍ମବିଶ୍ୱାସୀ ଏବଂ ଶକ୍ତିଶାଳୀ ଅନୁଭବ କରନ୍ତି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.