ETV Bharat / sukhibhava

ଯୁବପିଢିଙ୍କୁ ଅଧିକ ଗ୍ରାସୁଛି ଆପେଣ୍ଡିସାଇଟ୍ସ, ଏହି ସବୁ ଲକ୍ଷଣକୁ ଆଦୌ କରନ୍ତୁନି ଅବହେଳା - ହେଲ୍‌ଥ ଟିପ୍ସ

ଆପେଣ୍ଡିସାଇଟ୍ସ ଏକ ଏପରି ସମସ୍ୟା, ଯାହା ବର୍ତ୍ତମାନର ଯୁବପିଢିଙ୍କୁ ଅଧିକ ଗ୍ରାସ କରୁଛି । ଜାଣନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ଏହାର ଲକ୍ଷଣ କଣ ରହିଥାଏ ଏବଂ ନିରାକରଣ କିପରି କରିବେ । ଅଧିକ ପଢ଼ନ୍ତୁ

appendicitis
appendicitis
author img

By

Published : Feb 6, 2023, 12:29 PM IST

ହାଇଦ୍ରାବାଦ: ଖାଦ୍ୟପେୟର ସାମାନ୍ୟ ଅବହେଳା ଘଟିଲେ ପେଟ ସମସ୍ୟା ଦେଖାଯାଏ । ଆମ ମଧ୍ୟରେ ଅଧିକାଂଶ ଲୋକେ ଏହିପରି ସାଧାରଣ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହେଲେ ସମସ୍ତ ପେଟ ସମସ୍ୟା ସାଧାରଣ ହୋଇନଥାଏ । ବେଳେବେଳେ ସାମାନ୍ୟ ପରି ଲାଗୁଥିବା ଯନ୍ତ୍ରଣା ଆପେଣ୍ଡିସାଇଟ୍ସ ପରି ଭୟାନକ ରୋଗ ହୋଇପାରେ । ବର୍ତ୍ତମାନର ଯୁବପିଢିଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଉଛି, ଜାଣନ୍ତୁ ଏହାର କାରଣ ଓ ନିରାକରଣ ବାବଦରେ...

ଆପେଣ୍ଡିକ୍ସ କଣ ଏବଂ ଏହାର କାରଣ:- ଆପେଣ୍ଡିକ୍ସ ହେଉଛି ଏକ ଆଙ୍ଗୁଠି ଆକୃତିର ଥଳି ଯାହା ପେଟର ତଳ ଭାଗ ଡାହାଣ ପାର୍ଶ୍ୱରେ ଥିବା କୋଲନରୁ ବାହାରିଥାଏ । ଏହି ଅବସ୍ଥା ଥିବା ବ୍ୟକ୍ତି ଡାହାଣ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଦୂଷିକ ଖାଦ୍ୟ କିମ୍ବା ସଂକ୍ରମଣ କାରଣରୁ ରୋଗ ଆରମ୍ଭ ହୁଏ । 20 ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ ଆପେଣ୍ଡିସାଇଟ୍ସ ଦେଖାଯାଏ । ଯଦିଓ ଏହି ରୋଗ ସାଧାରଣତଃ ପେଟର ଅସ୍ୱାଭାବିକତା ସହିତ ଜଡିତ, ତଥାପି ପେଟ ଭାଗ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ତେଣୁ ଦୀର୍ଘ ସମୟ ଧରି ପିଠିରେ ଯନ୍ତ୍ରଣା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।

ଆପେଣ୍ଡିସାଇଟ୍ସର ଜଟିଳତା ଏବଂ କେଉଁମାନେ ଏଥିରେ ଅଧିକ ସଂକ୍ରମିତ ହୁଅନ୍ତି:- ଏହି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଗ୍ରାସ କରିବାର ସମ୍ଭାବନା ଅଧିକ । 20 ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବୟସରେ ଏହା ଆକ୍ରାନ୍ତ କରିପାରେ । ଯଦି ଆପେଣ୍ଡିସାଇଟ୍ସ ଚିକିତ୍ସା କରା ନ ଯାଏ ତେବେ ଏହା ଫାଟିଯାଇପାରେ । ଫଳରେ ଏହା ଜଟିଳ ସମସ୍ୟା ସୃଷ୍ଟି କରିପାରେ ।

ଆପେନଡିକ୍ସର ଲକ୍ଷଣ:- ପେଟରେ ଲଗାତାର ଯନ୍ତ୍ରଣା ସାଙ୍ଗକୁ ପିଠି ଯନ୍ତ୍ରଣା । ନାଭିର ତଳ ଭାଗରେ ହଠାତ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇଥାଏ । ବାନ୍ତି ହେବା, ଭୋକ ନଲାଗିବା, କୋଷ୍ଠ କାଠିନ୍ୟ ସମସ୍ୟା ଦେଖାଦେବା, ପରିସ୍ରା ସମୟରେ ପୋଡାଜଳା ଅନୁଭବ କରିବା ଓ ଜ୍ବର ହେବା, ପେଟ ଫୁଲିଯିବା ପରି ଅନୁଭବ କରିବା, ପେଟ ଗ୍ୟାସ ସମସ୍ୟା, ପେଟରେ ଭାରି ଅନୁଭବ ।

ଚିକିତ୍ସା :- ଯେତେ ସମ୍ଭବ ଅଧିକରୁ ଅଧିକ ପାଣି ପିଅନ୍ତୁ, ଖାଦ୍ୟରେ ଅଧିକ ପରିମାଣର ଫାଇବର ଖାଆନ୍ତୁ, ପ୍ରତିଦିନ ତାଜା ଫଳ ଏବଂ ପନିପରିବା ଖାଆନ୍ତୁ, ବାଦାମ, ମସୁର ଡାଲି ଏବଂ ସୁଜିରେ ତିଆରି ସ୍ନାକ୍ସ ଖାଆନ୍ତୁ, ବାହାର ଖାଇବାଠାରୁ ଦୂରେଇ ରୁହନ୍ତୁ, ସଫା ଏବଂ ପରିଷ୍କାର ଖାଦ୍ୟ ଖାଆନ୍ତୁ, ପରିଷ୍କାର-ପରିଚ୍ଛନତା ଅବଲମ୍ବନ କରନ୍ତୁ, ପିଲାମାନଙ୍କୁ ଫଳ ଏବଂ ସବୁଜ ପତ୍ରଯୁକ୍ତ ପନିପରିବା ଖାଇବାକୁ ଦିଅନ୍ତୁ, ପେଟରେ କୋଷ୍ଠକାଠିନ୍ୟକୁ ରୋକନ୍ତୁ, ପ୍ରତ୍ୟେକ ଦିନ କ୍ଷୀର ପିଇବାର ଅଭ୍ୟାସ କରନ୍ତୁ, ସକାଳୁ ଉଠି ଉଷୁମ ପାଣି ପିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.