ETV Bharat / sukhibhava

ANDROPAUSE: ପୁରୁଷଙ୍କ ସେକ୍ସ ଡ୍ରାଇଭ୍‌କୁ କରିପାରେ ପ୍ରଭାବିତ ! - ପୁରୁଷଙ୍କ ମଧ୍ୟରେ ଆଣ୍ଡ୍ରୋପଜର ଲକ୍ଷଣ

ମହିଳାଙ୍କ କ୍ଷେତ୍ରରେ ହେଉଥିବା ମେନୋପଜ(ନିର୍ଦ୍ଦିଷ୍ଟ ବୟସ ପରେ ଋତୁସ୍ରାବ ବନ୍ଦ ହୋଇଯିବା) ସମ୍ପର୍କରେ ପ୍ରାୟ ସମସ୍ତେ ଅବଗତ । କିନ୍ତୁ ଆପଣ ଜାଣନ୍ତି କି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ମେନୋପଜ ଦେଖାଦିଏ । ମହିଳାଙ୍କ ମେନୋପଜ ଭଳି ପୁରୁଷଙ୍କ ଆଣ୍ଡ୍ରୋପଜ୍‌(Andropause) ପରେ ସେମାନଙ୍କ ପ୍ରଜନନ କ୍ଷମତା ଶେଷ ହୋଇଥାଏ । ଅଧିକ ପଢନ୍ତୁ

ANDROPAUSE: ପୁରୁଷଙ୍କ ସେକ୍ସ ଡ୍ରାଇଭ୍‌କୁ କରିପାରେ ପ୍ରଭାବିତ !

author img

By

Published : Mar 21, 2022, 5:10 PM IST

ହାଇଦ୍ରାବାଦ: ମହିଳାଙ୍କ ମେନୋପଜ ପରେ ସେମାନେ ଗର୍ଭଧାରଣ କରିପାରନ୍ତି ନାହିଁ । ସେହିପରି ପୁରୁଷଙ୍କ ଆଣ୍ଡ୍ରୋପଜ୍‌ ପରେ ସେମାନଙ୍କ ପ୍ରଜନନ କ୍ଷମତା ଶେଷ ହୋଇଥାଏ । ପୁରୁଷମାନଙ୍କ ମଧ୍ୟରେ ଦେଖାଯାଉଥିବା ଏଣ୍ଡ୍ରୋପଜ ହେଉଛି ଏପରି ଏକ ପର୍ଯ୍ୟାୟ ଯେତେବେଳେ ଟେଷ୍ଟୋଷ୍ଟେରନ୍ ସମେତ କେତେକ ହରମୋନର ସ୍ତର ୫୦ରୁ6୦ ବର୍ଷ ପରେ ହ୍ରାସ ପାଇଥାଏ । ଯେପରି ମହିଳାଙ୍କୁ ମେନୋପୋଜ ସମୟରେ ଅନେକ ଶାରୀରିକ ପରିବର୍ତ୍ତନ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଠିକ ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଦେଖାଯାଏ । ବିଶେଷକରି ଏହି ପର୍ଯ୍ୟାୟରେ ସେକ୍ସ ହରମୋନ୍ 'ଟେଷ୍ଟୋଷ୍ଟେରନ୍'ର ସ୍ତର ହ୍ରାସ ଯୋଗୁଁ ପୁରୁଷଙ୍କ ସେକ୍ସ ଡ୍ରାଇଭ୍ ବହୁତ ପ୍ରଭାବିତ ହୋଇପାରେ ।

ଆଣ୍ଡ୍ରୋପଜ୍‌ ବିଷୟରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବ(ETV Bharat Sukhi Bhava) ହରିୟାଣାର ଆଣ୍ଡ୍ରୋଲୋଜିଷ୍ଟ୍ ଡ. ଦିନେଶ ଲାଲଙ୍କ ସହ ଅଧିକ ଆଲୋଚନା କରିଥିଲା । ତେବେ ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା:-

ଆଣ୍ଡ୍ରୋପଜ୍‌ କଣ ?

ଡ. ଦୀନେଶ ଲାଲ କହିଛନ୍ତି ଯେ ପୁରୁଷମାନଙ୍କ ଠାରେ ଆଣ୍ଡ୍ରୋପଜ୍‌ ବିଷୟରେ ଲୋକଙ୍କ ପ୍ରାୟତଃ କମ ଜାଣନ୍ତି । ବାସ୍ତବରେ ଉଭୟ ମେନୋପାଜ୍ କିମ୍ବା ଆଣ୍ଡ୍ରୋପୋଜ ହେଉଛି ସେହି ପର୍ଯ୍ୟାୟ ଯେଉଁଥିରେ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ଏବଂ ପୁରୁଷମାନଙ୍କ ଠାରେ ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତର କମ ହେବା ଆରମ୍ଭ କରେ । ଏଗୁଡ଼ିକ ହେଉଛି ହରମୋନ୍ ଯାହା ଯୌନ ସମ୍ପର୍କର ଇଚ୍ଛା ସହିତ ଶରୀରର ଅନେକ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।

କେବଳ ପୁରୁଷମାନଙ୍କ ବିଷୟରେ କଥା ହେଲେ, ଆଣ୍ଡ୍ରୋପଜରେ ଟେଷ୍ଟୋଷ୍ଟେରନର ଅଭାବ ବ୍ୟତୀତ ସେମାନଙ୍କ ମଧ୍ୟରେ ଆଣ୍ଡ୍ରୋଜେନ ହରମୋନ୍ ମଧ୍ୟ କମିଯାଏ । ଏହାର ଫଳସ୍ବରୂପ ପୁରୁଷମାନଙ୍କର ସେକ୍ସ ଲାଇଫ୍‌ ପ୍ରଭାବିତ ହୋଇଥିବାବେଳେ ଅନ୍ୟ କେତେକ ପ୍ରକାରର ଶାରୀରିକ ଏବଂ ମାନସିକ ସମସ୍ୟା ଉପୁଜିଥାଏ । ପୁରୁଷଙ୍କ କ୍ଷେତ୍ରରେ ଏହି ପର୍ଯ୍ୟାୟକୁ ଆଣ୍ଟ୍ରୋଜେନ ଡେଫିସିଏନ୍ସି ଅଫ ଦି ଏଜିଂ ମେଲ(ADAM)ର ବୋଲି କୁହାଯାଏ ।

ଆଣ୍ଡ୍ରୋପଜ୍‌ର ଲକ୍ଷଣ ?

ଡକ୍ଟର ଦିନେଶ କହିଛନ୍ତି ଯେ ଆଣ୍ଡ୍ରୋପଜ୍‌ର ପ୍ରତ୍ୟକ୍ଷ ଲକ୍ଷଣ ସମସ୍ତ ପୁରୁଷଙ୍କ ମଧ୍ୟରେ ଦେଖାଯାଏ । କିଛି ପୁରୁଷଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଅଧିକ ନଜର ଆସୁଥିବା ବେଳେ କିଛି ପୁରୁଷଙ୍କ କ୍ଷେତ୍ରରେ କମ ଲକ୍ଷଣ ଦେଖିବାକୁ ମିଳେ । ଏହି ଲକ୍ଷଣକୁ ଅନୁଭବ କରିପାରୁନଥିବା ପୁରୁଷଙ୍କ ଶରୀରରେ ଅନ୍ୟ ସମସ୍ୟା କାରଣରୁ ଏପରି ହୋଇଥାଏ ବୋଲି ଡ. ଦିନେଶ କହିଛନ୍ତି । ପୁରୁଷଙ୍କ ଆଣ୍ଡ୍ରୋପଜ୍‌ ସମୟରେ ନିମ୍ନଲିଖିତ ଲକ୍ଷଣ ଦେଖାଦେଇଥାଏ ।

  • ଶରୀର ଦୁର୍ବଳ ଲାଗିବା ସହିତ ଇଚ୍ଛାଶକ୍ତି ହ୍ରାସ ପାଇବା ।
  • ମେଦ ବହୁଳତା ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ହେବା ।
  • ମୁଡ ସ୍ବିଂଗ ସହ ନିଦରେ ଅଭାବ, ଆତ୍ମବିଶ୍ବାସ ହ୍ରାସ ପାଇବା, କୌଣସି କାର୍ଯ୍ୟରେ ଧ୍ୟାନ ନ ଲାଗିବା ସହ ଅବସାଦଗ୍ରସ୍ତ ରହିବା ।
  • ହିମୋଗ୍ଲୋବିନର ସ୍ତର ହ୍ରାସ ପାଇବା ।
  • ଅସ୍ଥି ଦୁର୍ବଳ ହେବା ସହ ଆଣ୍ଠୁ ଗଣ୍ଠି ଆଦି ସ୍ଥାନରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦିଏ ।
  • ବନ୍ଧ୍ୟାଦୋଷ ଭଳି ସମସ୍ୟା ହେବା ।

ଆଣ୍ଡ୍ରୋପଜ୍‌ ଓ ମେନୋପଜ୍‌ ମଧ୍ୟରେ ପାର୍ଥକ୍ୟ

ଉଭୟ ମେନୋପଜ୍ ଏବଂ ଆଣ୍ଡ୍ରୋପଜ୍‌ରେ ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଦେଖାଯାଏ । ମାନସିକ ସମସ୍ୟା ବିଷୟରେ ଆଲୋଚନା କଲେ ସାଧାରଣତଃ ବିରକ୍ତିଭାବ, ସ୍ମୃତି ଶକ୍ତି ହ୍ରାସ, ଚାପ, ମନୋବଳର ବାରମ୍ବାର ପରିବର୍ତ୍ତନ ଏବଂ ମହିଳା ଓ ପୁରୁଷଙ୍କ ଆଚରଣରେ ଅତ୍ୟଧିକ କ୍ରୋଧ ବୃଦ୍ଧି ଆଦି ଅନ୍ତର୍ଭୁକ୍ତ । ଉଭୟ ମେନୋପଜ୍ ଏବଂ ଆଣ୍ଡ୍ରୋପଜ୍‌ ମଧ୍ୟରେ ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଯେ ଯେତେବେଳେ ମହିଳାମାନଙ୍କର ପ୍ରଜନନ କ୍ଷମତା ମେନୋପଜ୍‌ ପରେ ଶେଷ ହୁଏ, ପୁରୁଷମାନେ ଆଣ୍ଡ୍ରୋପଜ୍‌ ପରେ ମଧ୍ୟ ପିତା ହୋଇପାରିଥାନ୍ତି ।

ଆଣ୍ଡ୍ରୋପଜ୍‌ ପରେ ଫଳପ୍ରଦ ହୋଇପାରେ 'TST'

ଡ.ଦିନେଶ କହିଛନ୍ତି ଯେ ପୁରୁଷଙ୍କ ଆଣ୍ଡ୍ରୋପଜ୍‌ ସମୟରେ ଟେଷ୍ଟୋଷ୍ଟେରନର ସ୍ତର ହ୍ରାସ ପାଇବାରୁ ରକ୍ଷା ପାଇଁ କିଛି ପଦ୍ଧତି ରହିଛି । ସେଥିମଧ୍ୟରୁ 'TST' ତଥା ଟେଷ୍ଟୋଷ୍ଟେରନ୍ ରିପ୍ଲେସମେଣ୍ଟ ଥେରାପି ମଧ୍ୟ ଏକ ଚିକିତ୍ସା ପଦ୍ଧତି । ଏହି ପଦ୍ଧତିରେ ପୀଡିତଙ୍କୁ ପ୍ରତି ୩ୟ ମାସରେ ଟେଷ୍ଟୋଷ୍ଟେରନ୍ ଇଞ୍ଜେକ୍ସନ୍ ଦିଆଯାଏ । କିନ୍ତୁ ଏଠାରେ ଏହା ମଧ୍ୟ ଜାଣିବା ଜରୁରୀ ଯେ ଏହି ପ୍ରକାରର ଥେରାପି ମଧ୍ୟ କିଛି ପାର୍ଶ୍ବ ପ୍ରତିକ୍ରିୟା କରାଇପାରେ । ଏହା ବ୍ୟତୀତ କମ୍ ଟେଷ୍ଟୋଷ୍ଟେରନ୍ ସମସ୍ୟାରେ ପୀଡିତ ସମସ୍ତଙ୍କ ପାଇଁ ଏହି ଥେରାପି ସୁପାରିଶ କରାଯାଏ ନାହିଁ । କାରଣ ଅନେକ ଶାରୀରିକ ରୋଗ କିମ୍ବା ପ୍ରୋଷ୍ଟେଟ୍ କର୍କଟ ଇତ୍ୟାଦି ଅବସ୍ଥାରେ ଏହି ଚିକିତ୍ସା ଜଟିଳତା ସଂଖ୍ୟା ବଢାଇପାରେ ।

ଆଣ୍ଡ୍ରୋପଜ୍‌ରୁ କିପରି ବର୍ତ୍ତିବେ ?

ଆଣ୍ଡ୍ରୋପଜ୍‌ ହେବା ପରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଆପଣ ନିଜ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ କରି ମଧ୍ୟ ଏହି ସମସ୍ୟାକୁ କମ କରିପାରିବେ । ଏଥିଲାଗି ନିଜ ଡାକ୍ତରଙ୍କ ପରାମର୍ଶକୁ ମାନିବା ଉଚିତ । ପୁରୁଷ ବନ୍ଧ୍ୟାଦୋଷ ଭଳି ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଥିଲେ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ଆବଶ୍ୟକ ।

  • ସୁସ୍ଥ ଭୋଜନ
  • ନିୟମିତ ବ୍ୟାୟାମ
  • ପର୍ଯ୍ୟାପ୍ତ ପରିମାଣରେ ଶୋଇବା
  • ଚାପମୁକ୍ତ ରୁହନ୍ତୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.