ETV Bharat / sukhibhava

IISC ବୈଜ୍ଞାନିକଙ୍କ ସଫଳତା, ଏଣିକି କହୁଣୀ ଯନ୍ତ୍ରଣା କାରଣ ଖୋଜିବ AI

author img

By ETV Bharat Odisha Team

Published : Dec 25, 2023, 5:29 PM IST

AI Tool for Detecting Elbow Pain: କହୁଣୀ ଯନ୍ତ୍ରଣାର କାରଣ ଖୋଜିବାରେ ଏଣିକି ହେବନି ସମସ୍ୟା । ବୈଜ୍ଞାନିକ ବିକଶିତ କଲେ ନୂଆ ଏଆଇ ଟୁଲ।

କାର୍ପେଲ ଟନେଲ ସିଣ୍ଡ୍ରୋମ
କାର୍ପେଲ ଟନେଲ ସିଣ୍ଡ୍ରୋମ

ନୂଆଦିଲ୍ଲୀ: ସମୟ ସହିତ ଉନ୍ନତ ହେଉଛି ଟେକ୍ନୋଲୋଜି। ସବୁ କ୍ଷେତ୍ରରେ ଏହାର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସମୟରେ ହିଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାରି ଭିତରେ ଆର୍ଟଫିସିଆଲ ଇଣ୍ଟେଲିଜେନ୍ସକୁ ଆଉ ଏକ ସଫଳତାର ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (IISC) ବେଙ୍ଗାଲୁରୁର ବୈଜ୍ଞାନିକମାନେ ଏକ ଆର୍ଟିଫିସିଆଲ ଟୁଲ ବିକଶିତ କରିଛନ୍ତି। ଯାହା ସ୍ନାୟୁଗତ ବ୍ୟାଧି ସହିତ କାର୍ପେଲ ଟନେଲ ସିଣ୍ଡ୍ରୋମକୁ (CTS) ଚିହ୍ନଟ କରିବାରେ ସାହାଯ୍ୟ କରିବ। ବେଙ୍ଗାଲୁରୁର ଆଷ୍ଟର ସିଏମଆଇ ହସ୍ପିଟାଲ ଏହି ପ୍ରୟାସକୁ ସମର୍ଥନ ଜଣାଇଛି।

ପ୍ରକାଶଥାଉକି, କାର୍ପେଲ ଟନେଲ ସିଣ୍ଡ୍ରୋମ ଏକ ସ୍ନାୟୁଗତ ବ୍ୟାଧି ଅଟେ। ଏହା ଦ୍ବାରା ହାତର ଅଗ୍ରଭାଗରୁ ହାତର ପାପୁଲି ସହିତ ସଂଯୋଗ ହୋଇଥିବା ଶିରା ଚାପି ହୋଇଯାଇଥାଏ କିମ୍ବା ବ୍ଲକେଜ ହୋଇଯାଇଥାଏ। ଏହା ଦ୍ବାରା ଜଣେ ବ୍ୟକ୍ତି ଦୁର୍ବଳ ଅନୁଭବ କରିବା ସହିତ ହାତ ଏବଂ ଗୋଡରେ ଯନ୍ତ୍ରଣା ହୋଇଥାଏ।ଏହାସହ ଆଙ୍ଗୁଠି ମଧ୍ୟ ଫୁଲି ଯାଇଥାଏ। ଏହି ବ୍ୟାଧି ସାଧାରଣତଃ ଯେଉଁମାନେ କମ୍ପ୍ୟୁଟର କିବୋର୍ଡ ସହିତ କାର୍ଯ୍ୟ କରିଥାଆନ୍ତି, ଖେଳାଳୀ ଏବଂ ଫ୍ୟାକ୍ଟରିରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ମଧ୍ୟ ସ୍ନାୟୁ ସହିତ ଜଡିତ ସମସ୍ୟା ବା ରୋଗ ଚିହ୍ନଟ ପାଇଁ ବର୍ତ୍ତମାନ ଡାକ୍ତରମାନେ ଅଲଟ୍ରାସାଉଣ୍ଡ ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଏକ୍ସରେ ଏବଂ ଏମଆରଆଇ ଭଳି ସଠିକ ଫଳାଫଳ ଦେଇପାରେ ନାହିଁ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର ପୂର୍ବତନ ଏକ୍ସ ଛାତ୍ର କରନ ଗୁଜରାଟୀ ।

ଏହା ମଧ୍ୟ ପଢନ୍ତୁ: Breast Cancer: କମ ହେବ ରେଡିଓଲୋଜିର କାର୍ଯ୍ୟଭାର, ବ୍ରେଷ୍ଟ କ୍ୟାନ୍ସର ଚିହ୍ନଟ କରିବ AI

ଅଲଟ୍ରାସାଉଣ୍ଡରେ ମଧ୍ୟ ସ୍ନାୟୁକୁ କଚିରେ ଦେଖି ପାରିବା ସମ୍ଭବ ଅଟେ । କିନ୍ତୁ ଏହା ଯେତେବେଳେ କହୁଣୀ ପର୍ଯ୍ୟନ୍ତ ବିସ୍ତାର ହୋଇଯାଏ, ତାହେଲେ ଏହା ଅନ୍ୟ ସ୍ନାୟୁ ସହିତ ମିଶିବା ଦ୍ବାରା ଅସ୍ପଷ୍ଟ ବା ଚିହ୍ନଟ କରିବାରେ ସମସ୍ୟା ହୋଇଥାଏ। ତେବେ ଏହାକୁ ସଠିକ ଭାବେ ଚିହ୍ନଟ କରିବା ପାଇଁ ଗବେଷକମାନେ ଚାଟଜିପିଟି ପରି ଏକ ସିନ୍ ଲର୍ନିଂ ମଡେଲ ଟୁଲ ବ୍ୟବହାର କରିଥିଲେ। ୟୁଟ୍ୟୁବ ଭିଡିଓରୁ ମଲ୍ଟିପଲ ଅବଜେକ୍ଟ ଆବିଷ୍କାର କରିବା ପାଇଁ ଏହି ମଡେଲ ପୂର୍ବରୁ ବ୍ୟବହାର କରାଯାଇଥିବା ନେଇ ବୈଜ୍ଞାନିକମାନେ ମତ ଦେଇଛନ୍ତି। ତେବେ ମଧ୍ୟ ସ୍ନାୟୁକୁ ଚିହ୍ନଟ କରିବାରେ ଏହା 95 ପ୍ରତିଶତ ସଠିକତା ପ୍ରଦାନ କରିଥିଲା। ଫଳରେ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହେବା ନେଇ ମଧ୍ୟ ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.