ETV Bharat / sukhibhava

Air Pollution Effects: ମଧୁମେହର କାରଣ ସାଜୁଛି ବାୟୁ ପ୍ରଦୂଷଣ !

author img

By ETV Bharat Odisha Team

Published : Nov 2, 2023, 3:23 PM IST

ମଧୁମେହର କାରଣ ସାଜୁଛି ବାୟୁ ପ୍ରଦୂଷଣ ! ନିକଟରେ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏଭଳି ମତ ପୋଷଣ କରିଛନ୍ତି। ଅଧିକ ପଢନ୍ତୁ

Air Pollution Effects
Air Pollution Effects

ହାଇଦ୍ରାବାଦ: ବିଶ୍ୱରେ ମଧୁମେହ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ପ୍ରତ୍ୟେକ ବର୍ଷ ମଧୁମେହ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବୟସ୍କ, ଯୁବକଙ୍କ ସହ ଛୁଆମାନେ ମଧ୍ଯ ଏହି ରୋଗର ଶିକାର ହେଉଛନ୍ତି । ତେଣୁ ମଧୁମେହକୁ ରୋକିବା ପାଇଁ ସମସ୍ତ ଲୋକଙ୍କୁ ନିରନ୍ତର ପ୍ରୟାସ ଆବଶ୍ୟକ ବୋଲି କୁହାଯାଇଛି ।

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ମଧୁମେହ ହେବାର ସମ୍ଭାବନା ଅଧିକ ରହିଥିବା ବେଳେ ବାୟୁ ପ୍ରଦୂଷଣ ଯୋଗୁଁ ଟାଇପ-2 ଡାଇବେଟିସ ହେବାର ଆଶଙ୍କା ବୃଦ୍ଧି ପାଉଥିବା ନେଇ ନିକଟରେ ଏକ ରିସର୍ଚ୍ଚରେ ଜଣାପଡିଛି । ପ୍ରଦୂଷିତ ବାୟୁକୁ ନିଶ୍ୱାସରେ ଗ୍ରହଣ କରିବା ଦ୍ବାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡିଛି । ତେବେ ପ୍ରତିବର୍ଷ ବୃଦ୍ଧି ପାଉଥିବା ପ୍ରଦୂଷଣ ହାର ସହିତ ଯଦି ମଧୁମେହକୁ ଦେଖାଯାଏ, ତେବେ ଏହା ଏକ ପ୍ରକାର ଚିନ୍ତାଜନକ ବିଷୟ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

ପ୍ରଦୂଷଣ ଯୋଗୁଁ ଅନ୍ୟ ରୋଗ ଆଶଙ୍କା ବୃଦ୍ଧି: ତେବେ ଏହି ରିସର୍ଚ୍ଚ ଦିଲ୍ଲୀ ଏବଂ ଚେନ୍ନାଇରେ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକ ମାତ୍ରାରେ PM2.5 କଣିକା ଦ୍ୱାରା ପ୍ରଦୂଷିତ ବାୟୁରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ଏବଂ ଟାଇପ-2 ଡାଇବେଟିସ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ ବୋଲି କୁହାଯାଇଛି । ତେବେ ଏହା ସହ ଶ୍ବାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଏବଂ ହୃଦରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ତେବେ ଏହି ଅନୁସନ୍ଧାନ 2010 ମସିହାରୁ କରାଯାଉଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: Air turns silent killer: ବାୟୁ ପ୍ରଦୂଷଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

ଅଧ୍ୟୟନରେ କଣ କୁହାଯାଇଛି: ଅନୁସନ୍ଧାନକାରୀ ମାନେ 2010 ମସିହାରୁ 2017 ମସିହା ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଚେନ୍ନାଇର 12000 ପୁରୁଷ ଏବଂ ମହିଳାଙ୍କୁ ନେଇ ଅଧ୍ୟୟନ କରିଥିଲେ । ସମୟ ସମୟରେ ରକ୍ତ ଶର୍କରା ହାରକୁ ଯାଞ୍ଚ କରାଯାଉଥିଲା । ତେବେ ଏକ ମାସ PM(ପାର୍ଟିକୁଲେଟ ମ୍ୟାଟର) 2.5ରେ ରହିଥିବା ବ୍ୟକ୍ତିଙ୍କର ରକ୍ତ ଶର୍କରା ହାର ବୃଦ୍ଧି ପାଇଥିଲା । ତେବେ ଯେଉଁ ବ୍ୟକ୍ତି ଏକ ବର୍ଷ ଧରି ପ୍ରଦୂଷଣରେ ରହି ଆସିଥିଲେ ସେମାନଙ୍କ ଠାରେ ମଧୁମେହ ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଯାଇଥିଲା ।

କଣ କୁହନ୍ତି ଅନୁସନ୍ଧାନକାରୀ: ଅଧ୍ୟୟନରେ ସାମିଲ ଅନୁସନ୍ଧାନକାରୀ କହିଛନ୍ତି, ପ୍ରଦୂଷଣ ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ମଧୁମେହ ହେବାର ଆଶଙ୍କା ଅଧିକ ଅଟେ । ବାୟୁ ପ୍ରଦୂଷଣ ସହିତ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଗତ 20 ରୁ 30 ବର୍ଷ ମଧ୍ୟରେ ବିଶ୍ବରେ ମଧୁମେହ ହାର ବୃଦ୍ଧି ପାଇବାରେ ଲାଗିଛି । ଯାହା ଏକ ପ୍ରକାର ଚିନ୍ତାର ବିଷୟ ଅଟେ । ପ୍ରକାଶଥାଉକି, ବାୟୁ ପ୍ରଦୂଷଣକୁ ନେଇ ନିକଟରେ ଆଉ ଏକ ରିସର୍ଚ୍ଚ ପ୍ରକାଶିତ ହୋଇଥିଲା । ବାୟୁ ପ୍ରଦୂଷଣ କାରଣରୁ ପ୍ରତି 9 ଜଣରୁ ଜଣେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.