ହାଇଦ୍ରାବାଦ: ପଣସ ଖାଇବା ପାଇଁ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବା ବେଳେ ଏହା ପୃଷ୍ଟିକର ମଧ୍ୟ ହୋଇଥାଏ । କିଛି ଲୋକ ଏହାକୁ କଞ୍ଚାରେ ମଧ୍ୟ ଖାଇଥାଆନ୍ତି । ଏଥିରେ ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଜିଙ୍କ, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ପଣସ ଖାଇବା ପରେ କିଛି ଖାଦ୍ୟ ଠାରୁ ଦୂରତା ବଜାୟୀ ରଖିବା ଉଚିତ୍ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପଣସରେ ଆକ୍ସଲେଟ୍ ନାମକ ଏକ ରାସାୟନିକ ଯୌଗିକ ରହିଥାଏ । ଯାହା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଦ୍ବାରା ମିଶିବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେବେ ଜାଣନ୍ତୁ ପଣସ ଖାଇବା ପରେ କେଉଁ ଫଳ ଖାଇବା ଅନୁଚିତ ଏବଂ ଶରୀର ଉପରେ ଏହାର କେଉଁ ପ୍ରଭାବ ପଡିଥାଏ ।
ଅମୃତଭଣ୍ଡା: ପଣସ ଖାଇବା ପରେ ଅମୃତଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଆକ୍ସଲେଟ୍ ନାମକ ଏକ ରାସାୟନିକ ଯୌଗିକ ପଣସରୁ ମିଳିଥାଏ । ଆକ୍ସାଲେଟ୍ ଅମୃତଭଣ୍ଡାରେ ରହିଥିବା କ୍ୟାଲସିୟମ ସହିତ ମିଶି କ୍ୟାଲସିୟମ୍ ଆକ୍ସଲେଟ୍ ସୃଷ୍ଟି କରେ । ଏହା କ୍ୟାଲସିୟମର ଅବଶୋଷଣ କ୍ଷମତା ହ୍ରାସ କରେ ଯାହା ହାଡକୁ କ୍ଷତି ପହଞ୍ଚାଇପାରେ । ତେଣୁ ପଣସ ଖାଇବାର 2ରୁ 3 ଘଣ୍ଟା ଯାଏଁ ପଣସ ଖାଇବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।
ପାନ: ଅନେକ ଲୋକଙ୍କର ଖାଦ୍ୟ ଖାଇବା ପରେ ପାନ ଚୋବାଇବାର ଅଭ୍ୟାସ ରହିଥାଏ । ପାନ ଖାଇବା ଦ୍ବାରା ହଜମ କ୍ରିୟାରେ ଉନ୍ନତି ଆସିଥାଏ । କିନ୍ତୁ ପଣସ ଖାଇବା ସଙ୍ଗେସଙ୍ଗେ ପାନ ଖାଇବା ଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି । ଏହା ଶରୀରରେ ରିଆକ୍ସନ ବା ପ୍ରତିକ୍ରିୟା କରିପାରେ ।
ଏହା ମଧ୍ୟ ପଢନ୍ତୁ: Jackfruit Seed: ସ୍ବାସ୍ଥ୍ୟ ପାଇଁ ହିତକର ପଣସ ମଞ୍ଜି, ଜାଣନ୍ତୁ 5ଟି ଉପକାରିତା
ଭେଣ୍ଡି: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପଣସ ସହିତ ଭେଣ୍ଡି ଖାଇବା ଦ୍ବାରା ଶରୀରକୁ କ୍ଷତି ପହଞ୍ଚିଥାଏ । କାରଣ ଭେଣ୍ଡି ଏବଂ ପଣସରେ ଏପରି କିଛି ଗୁଣ ରହିଛି ଯାହା ଚର୍ମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଭେଣ୍ଡିରେ ରହିଥିବା କେତେକ ଯୌଗିକ ପଣସର ଆକ୍ସଲେଟ ସହ ମିଶି ପ୍ରତିକ୍ରିୟା କରିପାରେ । ଯାହା ଚର୍ମରୋଗ, କୁଞ୍ଚନ ଏବଂ ଦାଗ ଭଳି ସମସ୍ୟା ସୃଷ୍ଟି କରିପାରେ । ତେଣୁ ପଣସ ଖାଇବା ପରେ ଭେଣ୍ଡି ଖାଇବା ପାଇଁ ବାରଣ କରାଯାଇଥାଏ ।
କ୍ଷୀର: ପଣସ ଖାଇବା ପରେ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଚର୍ମରେ ଧଳା ଦାଗ କିମ୍ବା ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ପଣସ ଖାଇବା ପରେ ତୁରନ୍ତ କ୍ଷୀର ପିଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।