ETV Bharat / sukhibhava

Fat Problem In India: ରକ୍ତଚାପ ଏବଂ ମଧୁମେହ ପରେ ବୃଦ୍ଧି ପାଉଛି ମେଦବହୁଳତା - ରକ୍ତଚାପ ଏବଂ ମଧୁମେହ ପରେ ବୃଦ୍ଧି ପାଉଛି ମେଦବହୁଳତା

ରକ୍ତଚାପ ଏବଂ ମଧୁମେହ ପରେ ବୃଦ୍ଧି ପାଉଛି ମେଦବହୁଳତା । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Fat Problem In India
Fat Problem In India
author img

By

Published : Jul 3, 2023, 1:00 PM IST

ହାଇଦ୍ରାବାଦ: ଭାରତ ବର୍ତ୍ତମାନ ଦୁଇଟି ପ୍ରମୁଖ ରୋଗର ଶିକାର ହୋଇଛି । ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଟାଇପ୍-୨ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହା ପରେ ପୁଣି ଏକ ରୋଗର ଚିନ୍ତାର କାରଣକୁ ଦ୍ବିଗୁଣିତ କରିଛି । ମେଦବହୁଳତା ବା ମୋଟାପଣ ବୃଦ୍ଧି ପାଉଛି । ଦ ଲାନସେଟ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଆଣ୍ଡ ହେପାଟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ମୋଟାପଣର ମାତ୍ରା ଦ୍ୱିଗୁଣିତ ହୋଇଛି । ଅନେକ ଲୋକ ମେଦବହୁଳତାର ଶିକାର ହେଉଛନ୍ତି ।

ବର୍ତ୍ତମାନ ଭାରତରେ ଲକ୍ଷ ଲକ୍ଷ ଲୋକ ଘରେ ତିଆରି ପାରମ୍ପରିକ ଖାଦ୍ୟ ଛାଡି ବାହାର ଚର୍ବିଯୁକ୍ତ ଖାଦ୍ୟ ଏବଂ ଚିନିଯୁକ୍ତ ପାନୀୟକୁ ପସନ୍ଦ କରୁଛନ୍ତି । ମଧ୍ୟମ ଆୟ ଏବଂ ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ମଧ୍ୟ ମୋଟାପଣ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ମୋଟାପଣ ଡାଇବେଟିସ୍, ହୃଦରୋଗ ଏବଂ କେତେକ କର୍କଟ ଭଳି ରୋଗ ସହିତ ସିଧାସଳଖ ଜଡିତ ବୋଲି ଅଧ୍ୟୟନକୁ ଜଣାପଡିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଅତୁଳନୀୟ ଅଗ୍ରଗତି କରିଛି, କିନ୍ତୁ ମେଦବହୁଳତାକୁ ଗୁରୁତ୍ୱ ଦେଇନାହିଁ । ଭାରତ ଏହା ଉପରେ କାର୍ଯ୍ୟ କରିବା ଉଚିତ୍ । ଅଧ୍ୟୟନରେ ଜୋର ଦିଆଯାଇଛି ଯେ ଜନସ୍ୱାସ୍ଥ୍ୟ ସଂସ୍ଥାର ଲକ୍ଷ୍ୟ ସଠିକ ଓଜନ ରଖିବାକୁ ପଡିବ । ଯାହା ସଂକ୍ରାମକ ରୋଗକୁ ହ୍ରାସ କରିପାରିବ ।

2016-2021 ପାଇଁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ତଥ୍ୟ ଅନୁଯାୟୀ, ଭାରତୀୟ ଜନସଂଖ୍ୟାର ପ୍ରାୟ 20 ପ୍ରତିଶତ ମେଦବହୁଳତାର ଶିକାର ହେଉଥିବା ବେଳେ 5 ପ୍ରତିଶତ ଲୋକ ଗମ୍ଭୀର ଭାବେ ଶିକାର ହୋଇଥାଆନ୍ତି । ପିଲାଦିନରୁ ମେଦବହୁଳତା କ୍ଷେତ୍ରରେ ତୀବ୍ର ବୃଦ୍ଧି ଘଟିଛି । ଏକ ଆକଳନ ଅନୁଯାୟୀ, ଭାରତରେ ମୋଟ ଜନସଂଖ୍ୟାର 135 ମିଲିୟନ ମୋଟା ଲୋକ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ, ନଚେତ କେବେ କମିବ ନାହିଁ ଓଜନ

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଭାରତରେ ମେଦବହୁଳତା ପାଇଁ ଖାଦ୍ୟପେୟରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି । ଭାରତରେ ଯୁବକମାନେ ଅଧିକ ପାଶ୍ଚାତ୍ୟ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ଫାଷ୍ଟଫୁଡ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଖାଦ୍ୟରେ ପ୍ରାୟତଃ ଅଧିକ ପରିମାଣର କ୍ୟାଲୋରୀ, ଚିନି ଏବଂ ଚର୍ବି ରହିଥାଏ ଯାହା ଓଜନ ବୃଦ୍ଧି ଏବଂ ମୋଟାପଣର କାରଣ ହୋଇପାରେ ।

ହାଇଦ୍ରାବାଦର ଆମୋର ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ କିଶୋର ବି ରେଡ୍ଡୀଙ୍କ କହିବା ଅନୁଯାୟୀ, "ଆମ ସମାଜର ଆଧୁନିକୀକରଣ ଏବଂ ସହରୀକରଣ ଆମ ଜୀବନରେ କିଛି ଅବାଞ୍ଛିତ ପରିବର୍ତ୍ତନ ଆଣିଛି । ଆମେ ଦେଖୁ ଯେ ଅଧିକରୁ ଅଧିକ ଲୋକ ଚର୍ବିଯୁକ୍ତ ଖାଦ୍ୟ ଖାଉଛନ୍ତି, କିନ୍ତୁ ଶାରୀରିକ କାର୍ଯ୍ୟକଳାପରେ ଯଥେଷ୍ଟ ହ୍ରାସ ଘଟିଛି। ଯେତିକି କ୍ୟାଲୋରୀର ଖାଦ୍ୟ ଖାଉଛନ୍ତି, ସେତିକି ପରିମାଣର ଶାରୀରିକ କାର୍ଯ୍ୟକଳାପ କରୁନାହାନ୍ତି । ଏହି କାରଣରୁ ଲୋକଙ୍କ ଓଜନ ବଢିବାରେ ଲାଗିଛି । ମେଦବହୁଳ ବ୍ୟକ୍ତି ଏବଂ ପରିବାର କେବଳ ସେମାନଙ୍କର ସ୍ୱାସ୍ଥ୍ୟ ସେବାରେ ଅଧିକ ଖର୍ଚ୍ଚ କରନ୍ତି ନାହିଁ ବରଂ ପରିବହନ ଭଳି କିଛି ସରଳ ଆବଶ୍ୟକତା ପାଇଁ ମଧ୍ୟ ଖର୍ଚ୍ଚ କରିଥାଆନ୍ତି ।"

ଅନେକ ଖାଦ୍ୟରେ ମିଳୁଥିବା ଚିନିର ବର୍ଦ୍ଧିତ ବ୍ୟବହାର ଅଧିକ ଓଜନ ଏବଂ ମୋଟାପଣ ସହିତ ଜଡିତ ହୋଇଛି । ଯାହା ବିଶ୍ବର ଲୋକସଂଖ୍ୟାର ପ୍ରାୟ 40 ପ୍ରତିଶତ ଏବଂ ଲକ୍ଷ ଲକ୍ଷ ପିଲାଙ୍କୁ ପ୍ରଭାବିତ କରିଥାଏ । ମୋଟାପଣ କାରଣରୁ ମଧ୍ୟ ମଧୁମେହ ରୋଗ ହୋଇପାରେ ବୋଲି କୁହାଯାଇଛି ।

ଏଥି ସହିତ, HCG ହସ୍ପିଟାଲ୍ ଅହମ୍ମଦାବାଦର ବରିଷ୍ଠ ପରାମର୍ଶଦାତା ଡାକ୍ତର ତଥା ମଧୁମେହ ବିଶେଷଜ୍ଞ ଡାକ୍ତର ମନୋଜ ଭିଥାଲାନି ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, 'ଆମେ ସରଳ ଭାବି ଖାଉଥିବା ଚିନି ଆମ ଶରୀରର ଗ୍ଲୁକୋଜ୍ ନିୟନ୍ତ୍ରଣର ସୂକ୍ଷ୍ମ ଭାରସାମ୍ୟକୁ ବ୍ୟାହତ କରିପାରେ ଏବଂ ଜଣେ ବ୍ୟକ୍ତିକୁ ରୋଗର ଶିକାର କରିପାରେ ।'

ଚଳିତ ବର୍ଷ ମାର୍ଚ୍ଚରେ, ବିଶ୍ୱ ମେଦବହୁଳତା ଦିବସ ଅବସରରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାସହ ଚେତାବନୀ ଦେଇ କୁହାଯାଇଥିଲା ଯେ, ଯଦି ମୋଟାପଣକୁ ରୋକିବା ପାଇଁ ପଦକ୍ଷେପ ନିଆ ନଯାଏ, ତେବେ 2035 ସୁଦ୍ଧା ଭାରତରେ ବାଳକ ଓ ବାଳିକାମାନଙ୍କ ଠାରେ ବାର୍ଷିକ 9.1 ପ୍ରତିଶତ ମୋଟାପଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ବିଶ୍ୱ ଓବେସିଟି ଫେଡେରେସନ୍ ଦ୍ବାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, 2020ରେ ବାଳକମାନଙ୍କ ମଧ୍ୟରେ ମୋଟାପଣର ଆଶଙ୍କା 3% ଥିଲା, କିନ୍ତୁ 2035 ସୁଦ୍ଧା ଏହି ବିପଦ 12% କୁ ବୃଦ୍ଧି ପାଇବ । 2020ରେ ଝିଅମାନଙ୍କ ପାଇଁ ସମାନ ବିପଦ 2 ପ୍ରତିଶତ ଥିଲା, କିନ୍ତୁ ଏହା 2035ରେ 7 ପ୍ରତିଶତରୁ 12 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.