ETV Bharat / sukhibhava

ଆଲଝେଇମର ଡିମେନସିଆ ଓ ଏରୋବିକ୍ସ

author img

By

Published : Mar 2, 2021, 7:50 AM IST

ଆଲଝେଇମର ଡିମେନସିଆ ରୋଗରେ ପୀଡିତ ବୟସ୍କ ଲୋକଙ୍କ ଠାରେ ଏକ ପରୀକ୍ଷା କରାଯାଇଥିଲା । ଯେଉଁମାନେ ଏରୋବିକ୍ସ ବ୍ୟାୟାମ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ସ୍ମରଣଶକ୍ତି ହ୍ରାସକୁ କମାଇବାରେ ସହଯୋଗ କରିବ ।

ଆଲଝେଇମର ଡିମେନସିଆ ଓ ଏରୋବିକ୍ସ
ଆଲଝେଇମର ଡିମେନସିଆ ଓ ଏରୋବିକ୍ସ

ଏରୋବିକ୍ ବ୍ୟାୟାମ କଲେ ଆଲଝେଇମର ଡିମେନସିଆ ରୋଗରେ ପୀଡିତ ବୟସ୍କ ଲୋକଙ୍କ ସ୍ମରଣ ଶକ୍ତି ହ୍ରାସ ଧୀମେଇଯିବ । ଏକ ନୂଆ ଗବେଷଣାରୁ ଏହା ଜଣାପଡିଛି । ଗବେଷଣାରୁ ଜଣାପଡିଛି ଯେ, ୬ ମାସ ଧରି ଏରୋବିକ ବ୍ୟାୟାମ କଲେ ଆଲଝେଇମର ଡିମେନସିଆ ରୋଗରେ ପୀଡିତ ବୟସ୍କ ଲୋକଙ୍କ ସଂଜ୍ଞାନାତ୍ମକ ହ୍ରାସ ସ୍ବାଭାବିକ ହାରଠାରୁ ଅପେକ୍ଷାକୃତ କମ ଗତିରେ ହୁଏ । ତେବେ ଷ୍ଟ୍ରେଚିଂ ଠାରୁ ଅଧିକ ପ୍ରଭାବଶାଳୀ ଏରୋବିକ ବ୍ୟାୟାମ କ’ଣ ହୋଇପାରିବ, ତାହା ଗବେଷଣାରୁ ଜଣାପଡିନାହିଁ ।

ଆଲଝେଇମର ଡିମେନସିଆରେ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଏରୋବିକ ବ୍ୟାୟାମର ପ୍ରତିକୂଳ ପ୍ରଭାବ ବହୁତ କମ୍ । ପରୀକ୍ଷା ନିରୀକ୍ଷାରୁ ଏହା ଜଣାପଡିଛି ବୋଲି ଆରିଜୋଆନା ବିଶ୍ବବିଦ୍ୟାଳୟର ଗବେଷକ ଫାଙ୍ଗ୍ ୟୁ କହିଛନ୍ତି । ସଂଜ୍ଞାନାତ୍ମକ ହ୍ରାସ ଉପରେ ଏହାର ପ୍ରଭାବ ଯାହା ହେଉ ନା କାହିଁକି ଆଲଝେଇମର ରୋଗ ପାଇଁ ସାମଗ୍ରିକ ଭାବେ ଏରୋବିକ ବ୍ୟାୟାମ ଥେରାପି ଭାବେ ବେଶ୍ ଉପେଯାଗୀ ବୋଲି ୟୁ କହିଛନ୍ତି ।

ଆଲଝେଇମର୍ସ ଡିଜିଜ୍ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ରିସର୍ଚ୍ଚ ଟିମରେ ମଧ୍ୟମ ଭାବେ ଆଲଝେଇମର ଡିମେନସିଆ ରୋଗରେ ପୀଡିତ ଜଣେ ୯୬ ବର୍ଷିୟ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ପାଇଲଟ୍ ରାଣ୍ଡୋମାଇଜଡ୍ କଂଟ୍ରୋଲ ଟ୍ରାଏଲରେ ତାଙ୍କୁ ସାମିଲ କରାଯାଇଥିଲା ।

ଟ୍ରାଏଲରେ ଭାଗ ନେଇଥିବା ପୀଡିତମାନଙ୍କୁ ୬ ମାସ ଯାଏଁ ରାଣ୍ଡୋମାଇଜ୍‌ଡ ସାଇକ୍ଲିଂ ବା ଷ୍ଟ୍ରେଚିଂ ଇଂଟରଭେନସନ୍‌ରେ ରଖାଯାଇଥିଲା । ଆଲଝେଇମର୍ସ ଡିଜିଜ୍ ଆସେସମେଂଟ୍ ସ୍କେଲ-କଗନିସନ ( ଏଡିଏସ-ସିଓଜି ) ପ୍ରୟୋଗ କରାଯାଇ ସଂଜ୍ଞାନାତ୍ମକ ହ୍ରାସ ଅନୁଧ୍ୟାନ କରାଯାଇଥିଲା । ଏହି ଟ୍ରାଏଲ ସଫଳ ରହିଥିବା ଦାବି କରାଯାଇଛି । ଟ୍ରାଏଲର ଫଳାଫଳ ବେଶ ଉତ୍ସାହଜନକ ବୋଲି ଗବେଷକମାନେ କହିଛନ୍ତି । ଆଲଝେଇମର୍ସ ଡିମେନସିଆରେ ପୀଡିତ ଲୋକଙ୍କ ସ୍ମରଣଶକ୍ତି ବଜାୟ ରଖିବା ପାଇଁ ଏରୋବିକ ବ୍ୟାୟାମର କ୍ଲିନିକାଲ ପ୍ରାସଙ୍ଗିକତାକୁ ଟ୍ରାଏଲ ସପୋର୍ଟ କରିଛି ବୋଲି ସେମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.