ETV Bharat / sukhibhava

Adenovirus Scare: ମତ୍ୟୁ ସଂଖ୍ୟା 48କୁ ବୃଦ୍ଧି, ପଶ୍ଚିମବଙ୍ଗରେ NCPCR ଟିମ୍

author img

By

Published : Mar 9, 2023, 4:22 PM IST

ପୁଣି ପଶ୍ଚିମବଙ୍ଗରେ ଏଡିନୋ ଭାଇରସ୍ ନେଲା ଆଉ 3 ଜୀବନ । 11 ଦିନରେ ମୃତ୍ୟୁସଂଖ୍ୟା 48ରେ ପହଞ୍ଚିଲା । ଅଧିକ ପଢନ୍ତୁ

Adenovirus
Adenovirus

କୋଲକାତା: ଘାତକ ହେଉଛି ଏଡିନୋ ଭାରଇସ୍ । ଦିନକୁ ଦିନ ପଶ୍ଚିମବଙ୍ଗରେ କାୟା ମେଲାଉଛି ଏହି ଭୂତାଣୁ । ଛୋଟ ପିଲାମାନଙ୍କୁ ଏଡିନୋଭାଇରସ୍ ଅଧିକ ଆକ୍ରାନ୍ତ କରୁଥିବାବେଳେ ପଶ୍ଚିମବଙ୍ଗରେ ପୁଣି ତିନି ଜଣ ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି । ନୂଆ ମୃତକଙ୍କୁ ମିଶାଇ ଗତ 11 ଦିନ ମଧ୍ୟରେ 48 ଜଣ ପିଲାଙ୍କ ଜୀବନ ନେଲାଣି ଏହି ଘାତକ ଭୂତାଣୁ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ(ଏନସିପିସିଆର)ର ଏକ ଟିମ୍ ପଶ୍ଚିମବଙ୍ଗରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି ।

କେନ୍ଦ୍ରୀୟ ଟିମ୍, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିପାରନ୍ତି ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଶିଶୁ ସୁରକ୍ଷା ଅଧିକାର କମିଶନ ଏବଂ ଆୟୋଗର ପରାମର୍ଶଦାତା ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିଥିବା ଜଣାପଡିଛି । ଗତ କିଛି ଦିନ ମଧ୍ୟରେ ଗୁରୁତର ଲକ୍ଷଣ ସହିତ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଅସୁସ୍ଥଙ୍କ ସଂଖ୍ୟା ହ୍ରାସ ପାଇଥିବା ସେମାନେ କହିଛନ୍ତି । ତେବେ କହି ରଖୁଛୁ ଯେ, କୋଲକାତା ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ଏବଂ ବିସି ରୟ ଚିଲ୍ଡ୍ରେନ୍ ହସପିଟାଲ୍‌ରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ଘଟିଛି । ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ଟିମ୍ ଏହି ଦୁଇ ହସ୍ପିଟାଲ ଗସ୍ତ କରିଛନ୍ତି ।

ଫ୍ଲୁ ଭଳି ଲକ୍ଷଣରେ ଆକ୍ରାନ୍ତ ଶିଶୁମାନଙ୍କର ବିଶେଷ ଯତ୍ନ ନେବାକୁ ଡାକ୍ତରମାନେ ବିଶେଷ କରି ଶିଶୁରୋଗ ବିଶେଷଜ୍ଞଙ୍କମାନେ ପରାମର୍ଶ ଜାରି କରିଛନ୍ତି । ବିଶେଷକରି ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ପିଲାମାନେ ଏଡିନୋଭାଇରସ୍‌ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ । ଉଦ୍‌ବେଗଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ୍ କରି ଦେଇଛନ୍ତି । ସ୍ୱତନ୍ତ୍ର ଶିଶୁ ୟୁନିଟ୍ ସହିତ ରାଜ୍ୟ ପରିଚାଳିତ ଡାକ୍ତରଖାନା ଗୁଡ଼ିକରେ ସ୍ୱତନ୍ତ୍ର ଆଉଟଡୋର ୟୁନିଟ୍ ଖୋଲାଯାଇଛି ।

ଚର୍ମ ସଂସ୍ପର୍ଶରେ, କାଶ, ଛିଙ୍କ ଦ୍ୱାରା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଷ୍ଟୁଲ(ମଳ) ମାଧ୍ୟମରେ ଏହି ଭୂତାଣୁ ବ୍ୟାପୁଥିବାରୁ ପିଲାଙ୍କ ଉପରେ ଅଧିକ ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହି ରୋଗ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ଅନୁମୋଦିତ ଔଷଧ କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ହୋଇନାହିଁ । ରୋଗକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ସଂକ୍ରମିତ ସଂସ୍ପର୍ଶରେ ଆସିବା ପରେ ଆଖି, ନାକ ଏବଂ ପାଟିକୁ ନ ଛୁଇଁବା । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବା । ଥଣ୍ଡା ଆଦି ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ହେଲେ ମଧ୍ୟ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.