ETV Bharat / sukhibhava

Adenovirus Alarm: ପୁଣି ଗଲା 4 ଜୀବନ, 9 ଦିନରେ 40 ମୃତ

author img

By

Published : Mar 6, 2023, 3:07 PM IST

ଶୀତଋତୁ ପରେ ବି ସଂକ୍ରମଣ ଜନିତ ରୋଗକୁ ନେଇ ବଢୁଛି ଚିନ୍ତା । ଦେଶରେ ବିଭିନ୍ନ ସ୍ଥାନରେ ଇନ୍‌ଫ୍ଲୁଏଞ୍ଜା ଏ-ସବ୍‌ଟାଇପ H3N2 ବ୍ୟାପୁ ଥିବାବେଳେ ପଶ୍ଚିମବଙ୍ଗରେ ଚିନ୍ତାରେ ପକାଉଛି ଏଡିନୋଭାଇରାସ୍ । ପୁଣି 4 ଶିଶୁଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା 40ରେ ପହଞ୍ଚିଲାଣି । ଅଧିକ ପଢନ୍ତୁ

Adenovirus
Adenovirus

କୋଲକାତା: ପଶ୍ଚିମବଙ୍ଗରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି ଏଡିନୋଭାରଇସ୍ । ଏହି ସଂକ୍ରମଣରେ ଆଉ 4 ଶିଶୁଙ୍କ ଜୀବନ ଯାଇଥିବା ନେଇ ସୂଚନା ରହିଛି । 4 ଘଣ୍ଟା ମଧ୍ୟରେ 4 ଜଣ ପିଲାଙ୍କ ଜୀବନ ଯିବା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଖବର ଅନୁସାରେ ଗତ 9 ଦିନ ମଧ୍ୟରେ ସେଠାରେ 40 ପିଲାଙ୍କ ଜୀବନ ଯାଇ ସାରିଲାଣି ।

ରବିବାର(5 ମାର୍ଚ୍ଚ) ପୂର୍ବାହ୍ନ ସୁଦ୍ଧା ବି.ସି ରୟ ଚିଲ୍ଡ୍ରେନ୍ ହସ୍ପିଟାଲରେ ଦୁଇ ଶିଶୁ ଜଣେ 18 ମାସର ଏବଂ ଆଉ ଜଣେ 4 ବର୍ଷର ପିଲାର ମୃତ୍ୟୁ ଘଟିଛି । ପୂର୍ବାହ୍ନ ପରେ ପୁନର୍ବାର ଅନ୍ୟ ଦୁଇ ପିଲାଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ମାର୍ଚ୍ଚ 1ରେ ଏହି ଡାକ୍ତରଖାନାରେ ଆଉ 4 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ମୃତକଙ୍କର ଜ୍ୱର, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ଭଳି ସାଧାରଣ ଏଡିନୋଭାଇରସ୍ ଲକ୍ଷଣ ଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିଶୁମାନଙ୍କର ଜୀବନ ଚାଲିଯାଉଛି ।

ଏହାକୁ ଦୃଷ୍ଟିରେ ରଖି ଫ୍ଲୁ ଭଳି ଲକ୍ଷଣରେ ଆକ୍ରାନ୍ତ ଶିଶୁମାନଙ୍କର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଶିଶୁମାନେ ଏଡିନୋଭାଇରସ୍‌ରେ ଆକ୍ରାନ୍ତ ହେଉଥିବାରୁ ଡାକ୍ତରଙ୍କ ପାଇଁ ବିଶେଷ କରି ଶିଶୁ ବିଶେଷଜ୍ଞଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ପରାମର୍ଶ ଜାରି କରିଛନ୍ତି । ତେବେ କହି ରଖୁଛୁ ଯେ, ଏଡିନୋଭାଇରସ୍‌ର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ଥଣ୍ଡା, ଜ୍ୱର, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା, ଗଳା ଯନ୍ତ୍ରଣା, ନିମୋନିଆ ଏବଂ ତୀବ୍ର ବ୍ରୋଙ୍କାଇଟିସ୍ ଭଳି ଫ୍ଲୁ ।

ଏହା ମଧ୍ୟ ପଢନ୍ତୁ:- ପଶ୍ଚିମବଙ୍ଗରେ ବ୍ୟାପୁଛି ଏଡିନୋଭାଇରସ୍: ଜାଣନ୍ତୁ ରୋଗର କାରଣ ଲକ୍ଷଣ ଓ ନିରାକରଣ

କେମିତି ବ୍ୟାପେ ଏଡିନୋଭାଇରସ୍ ?: ଚର୍ମ ସଂସ୍ପର୍ଶରେ, କାଶ, ଛିଙ୍କ ଦ୍ୱାରା ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ଷ୍ଟୁଲ ମାଧ୍ୟମରେ ଏହି ଭୂତାଣୁ ବ୍ୟାପିପାରେ । ଏହି ରୋଗ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ, କୌଣସି ଅନୁମୋଦିତ ଔଷଧ କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ହୋଇନାହିଁ । ତେଣୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ରୋଗକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ସଂକ୍ରମିତ ସଂସ୍ପର୍ଶରେ ଆସିବା ପରେ ଆଖି, ନାକ ଏବଂ ପାଟିକୁ ସବୁବେଳେ ନଛୁଇଁବା । ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବା । ଥଣ୍ଡା ଆଦି ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ହେଲେ ମଧ୍ୟ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଦ୍ବାରା ରୋଗକୁ ଦୂର କରାଯାଇ ପାରିବ ।

ଏଡିନୋଭାଇରସ୍ କ'ଣ ?: ଏଡିନୋଭାଇରସ୍ ଏକ ସଂକ୍ରମଣ ଜନିତ ରୋଗ । ଏହା ସାଧାରଣତଃ ସାଧାରଣ ଥଣ୍ଡା କିମ୍ବା ଫ୍ଲୁ ସୃଷ୍ଟିକରେ । ଅନୁସନ୍ଧାନକାରୀମାନେ ପ୍ରାୟ 50 ପ୍ରକାରର ଏଡିନୋଭାଇରସ୍ ଚିହ୍ନଟ କରିଛନ୍ତି, ଯାହା ମଣିଷକୁ ସଂକ୍ରମିତ କରିପାରେ । ଯଦିଓ ବର୍ଷର ବିଭିନ୍ନ ଜଳବାୟୁ ସମୟରେ ସଂକ୍ରମଣ ହୋଇପାରେ ତଥାପି ଶୀତଋତୁରେ ପ୍ରକୋପ ସାମାନ୍ୟ ଅଧିକ ଥାଏ । ଏଡିନୋଭାଇରସ୍ ଶରୀରରେ ଉଭୟ ମୃଦୁ ଏବଂ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ, ଏହି ସଂକ୍ରମଣ ମୁଖ୍ୟତଃ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.