ETV Bharat / sukhibhava

ଭିଟାମିନ ଥିବା ଏହି ସବୁ ଖାଦ୍ୟ ଗ୍ରହଣ କରନ୍ତୁ, ଦୃଢ ରହିବ ପ୍ରତିରକ୍ଷା ପ୍ରଣାଳୀ

author img

By

Published : Feb 11, 2023, 1:40 PM IST

ଯେ କୌଣସି ରୋଗ ହେଉ ଅବା ସ୍ବାସ୍ଥ୍ୟ ସମସ୍ୟା ପ୍ରତିରକ୍ଷା ପ୍ରଣାଳୀ ଦୃଢ ଥିଲେ ଉପଶମ ସହଜ ହୋଇଥାଏ । କେଉଁ ଖାଦ୍ୟରେ ପୋଷକ ତତ୍ତ୍ବ ମିଳିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରେ, ଜାଣନ୍ତୁ

vegitables
vegitables

ହାଇଦ୍ରାବାଦ: ସାଧାରଣ ରୋଗ ହେଉ ଅବା ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପ୍ରତିରୋଧକ ଶକ୍ତି ଥିଲେ ଜଣେ ବ୍ୟକ୍ତି ନିଶ୍ଚିତ ରୂପେ ଏଥିରୁ ରକ୍ଷା ପାଇପାରିବେ । ସ୍ବାସ୍ଥ୍ୟ ପାଇଁ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତା କେତେ ରହିଛି, ତାହା କୋଭିଡ ମହାମାରୀ ସୂଚାଇ ଦେଇଛି । ତେଣୁ ସର୍ବଦା ଏପରି ଖାଦ୍ୟ ଗ୍ରହଣ କରିବା ଉଚିତ୍ ଯାହା ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବ । ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା କୌଣସି କ୍ଷତ ଶୀଘ୍ର ପୁନଃଉଦ୍ଧାର ହୋଇଥାଏ ଏବଂ ଶକ୍ତି ରକ୍ଷଣାବେକ୍ଷଣରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଭିଟାମିନ୍ ଯୁକ୍ତ ଖାଦ୍ୟ ଗ୍ରହଣ ସହ ଯୋଗ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ନିମ୍ନରେ କେତେକ ଭିଟାମିନ୍ ଯୁକ୍ତ ଖାଦ୍ୟ ବାବଦରେ ବର୍ଣ୍ଣନା କରାଯାଇଛି, ଯାହା ଇମ୍ୟୁନିଟି ବୁଷ୍ଟ୍ କରିଥାଏ...

ସାଇଟ୍ରସ୍ ଫଳ:- ଶରୀର ନିଜେ ଭିଟାମିନ୍ ସି ତିଆରି କରିପାରେ ନାହିଁ, ଏହା ଖାଦ୍ୟ ମାଧ୍ୟମରେ ମିଳିଥାଏ । ତେଣୁ ଭିଟାମିନ୍ ସି ଧାରଣ କରୁଥିବା ଖାଦ୍ୟ ସେବନ ନିହାତି ଜରୁରୀ । କମଳା ଏବଂ ଲେମ୍ବୁ ପରି ଅନ୍ୟ ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସିର ଉତ୍ତମ ଉତ୍ସ । ନିୟମିତ ଭାବରେ ଏହି ସବୁ ଖାଦ୍ୟ ଗ୍ରହଣ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ବ୍ରୋକୋଲି: ବ୍ରୋକୋଲିରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ । ଭିଟାମିନ୍ ଏ, ସି, ଇ, ଫାଇବର ଏବଂ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ ବ୍ରୋକଲିରେ ।

ଚା': ଏଥିରେ ହାଇ ଅକ୍ସିଡାଣ୍ଟ ଥାଏ । ଏକ କପ୍ ବ୍ଲାକ୍ ଟି ମନୋବଳକୁ ଦୃଢ କରିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଦୃଢ କରିଥାଏ । ଗ୍ରୀନ୍ ଟି, ଆନିସ୍ ଟି ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ପାନୀୟ ଭଳି ଅନେକ ପ୍ରତାର ଚା' ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଅନିସ୍ ଚା'ରେ ପଲିଫେନୋଲ୍ ଏବଂ ଫ୍ଲାଭୋନାଏଡ୍ ଥାଏ । କାମୋମାଇଲ ଚା', ଲାଭେଣ୍ଡର ଚା' ମଧ୍ୟ ପିଇପାରିବେ ।

ଲାଲ୍ କ୍ୟାପ୍ସିକମ୍: ଏଥିରେ କମଳା ଭଳି ଭିଟାମିନ୍ ସି ଗୁଣ ରହିଥାଏ । ଏହା ସହିତ, ଏଥିରେ ଅନେକ ବିଟା କାରୋଟିନ୍ ମଧ୍ୟ ଥାଏ । ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ସହିତ ଭିଟାମିନ୍ ସି ସୁସ୍ଥ ଚର୍ମର ରକ୍ଷଣାବେକ୍ଷଣକୁ ସପୋର୍ଟ କରିପାରେ । ଶରୀର ବିଟା କାରୋଟିନକୁ ଭିଟାମିନ୍ ଏରେ ପରିଣତ କରେ, ଯାହା ଚର୍ମ ଏବଂ ଆଖିର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଦୁଗ୍ଧଜାତ ଦ୍ରବ୍ୟ ଅଧିକ ସେବନ କରନ୍ତୁ: ଦହି, କ୍ଷୀର, ପନିର ପରି ଦୁଗ୍ଧଜାତ ଦ୍ରବ୍ୟରେ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଦହି ପ୍ରୋବାୟୋଟିକ୍ସର ଏକ ଉତ୍ତମ ଉତ୍ସ ଭାବରେ ଜଣାଶୁଣା, ଯାହା ହଜମ ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରିଥାଏ । କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ପ୍ରୋବୋଟିକ୍ସ, ପ୍ରୋଟିନ୍ ଏବଂ ଭିଟାମିନ୍ ଯୋଗାଇ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସହାୟକ

ଅମୃତଭଣ୍ଡା: ଭିଟାମିନ୍ ସି ଥିବା ଅନ୍ୟ ଏକ ଫଳ ହେଉଛି ଅମୃତଭଣ୍ଡା । ଏଥିରୁ ମିଳୁଥିବା ଯଥେଷ୍ଟ ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫୋଲେଟ୍ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ, ଏହା ସୁସ୍ଥତା ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ ।

ସୂର୍ଯ୍ୟମୁଖୀ ମଞ୍ଜି: ସୂର୍ଯ୍ୟମୁଖୀ ମଞ୍ଜିରେ ଅନ୍ତର୍ଭୁକ୍ତ ଅନେକ ଖଣିଜ ପଦାର୍ଥ ମଧ୍ୟରେ ଫସଫରସ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି-6 ଏବଂ ଇ ରହିଛି । ପ୍ରତିରକ୍ଷା ପ୍ରଣାଳୀର ନିୟନ୍ତ୍ରଣ ଏବଂ ରକ୍ଷଣାବେକ୍ଷଣ ଭିଟାମିନ୍ ଇ ଉପରେ ନିର୍ଭର କରେ । ସୂର୍ଯ୍ୟମୁଖୀ ମଞ୍ଜି ଏହାର ଏକ ଉତ୍ତମ ଉତ୍ସ । ରୋଗ ପ୍ରତିରୋଧକ ଶକ୍ତି ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ବଢାଇବା ପାଇଁ ଏହି ସୁସ୍ବାଦୁ ଏବଂ ପୁଷ୍ଟିକର ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.