ETV Bharat / sukhibhava

ଡରାଇଲାଣି କୋରୋନା, ଏହି ଉପାୟରେ ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

author img

By

Published : Dec 24, 2022, 7:58 AM IST

ଚୀନରେ ପୁଣି ଥରେ ଡରାଇଲାଣି ଓମିକ୍ରନର ନୂଆ ଭାରିଏଣ୍ଟ । ଶୀତଦିନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହିସବୁ ଖାଦ୍ୟ (Immunity boosting foods) । ଅଧିକ ପଢନ୍ତୁ

Immunity boosting foods
Immunity boosting foods

ହାଇଦ୍ରାବାଦ: ରୋଗ ପ୍ରତିରୋଧକ ଶକ୍ତି ଥିଲେ କୌଣସି ରୋଗ କିମ୍ବା ସଂକ୍ରମଣ ଶୀଘ୍ର ଆକ୍ରାନ୍ତ କରିପାରେ ନାହିଁ । ବାସ୍ତବରେ କୋରୋନା ସଂକ୍ରମଣ ରୋଗ ପ୍ରତିରୋଧକ ଶକ୍ତିର ଆବଶ୍ୟକତାକୁ ପ୍ରତିଟି ବ୍ୟକ୍ତିଙ୍କୁ ହୃଦବୋଧ କରାଇପାରିଛି । ମହାମାରୀ ପରବର୍ତ୍ତୀ ସମୟରେ ଅଧିକାଂଶ ଲୋକେ ଇମ୍ୟୁନିଟି ବୁଷ୍ଟ୍ ପାଇଁ ଅନେକ ସପ୍ଲିମେଣ୍ଟ ଗ୍ରହଣ କରିବା ଆରମ୍ଭ କରି ଦେଇଛନ୍ତି । ମାତ୍ର ଅନୁସନ୍ଧାନକାରୀମାନେ କହନ୍ତି ଯେ, ଇମ୍ୟୁନିଟି ବୃଦ୍ଧି ପାଇଁ ସପ୍ଲିମେଣ୍ଟ ଖାଇବା ଅପେକ୍ଷା ଖାଦ୍ୟ ଉପରେ ଧ୍ୟାନ ଦେବା ଅଧିକ ଲାଭଦାୟକ ହୋଇପାରେ । ତେବେ କେଉଁ ଖାଦ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ ଜାଣନ୍ତୁ(Immunity boosting foods)...

ଭିଟାମିନ୍-ସିରେ ଭରପୂର ଖାଦ୍ୟ ଖାଆନ୍ତୁ:-

ପ୍ରତିରକ୍ଷା ପ୍ରଣାଳୀ ପାଇଁ ଭିଟାମିନ୍-ସି ସବୁଠାରୁ ଜରୁରୀ ଏବଂ ଉପକାରୀ ବୋଲି ବିବେଚନା କରାଯାଏ । ଶ୍ବେତ ରକ୍ତ କଣିକାର ଉତ୍ପାଦନ ବୃଦ୍ଧିରେ ଏଗୁଡିକ ସହାୟକ ହୋଇଥାଏ, ଯାହା ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ । ପ୍ରାୟ ସମସ୍ତ ସାଇଟ୍ରସ୍ ଫଳ ଗୁଡ଼ିକରେ ଭିଟାମିନ୍-ସି ଭରପୂର ଥାଏ । କମଳା, ଲେମ୍ବୁ, ଧଣିଆ ପତ୍ର ପରି ଫଳ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବାରେ ତଥା ଗୁରୁତର ରୋଗର ବିପଦରୁ ରକ୍ଷା କରିବାରେ ସହାୟକ ହୋଇପାରେ ।

ଖାଦ୍ୟରେ ସବୁଜ ପତ୍ରଯୁକ୍ତ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ:-

ପାଳଙ୍ଗ, ବ୍ରୋକଲି ପରି ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ପନିପରିବାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍(ଏ, ସି, ଇ), ମିନେରାଲ୍ସ ଏବଂ ଫାଇବର ଭରପୂର ଥାଏ । ଏହି ପୋଷକ ତତ୍ତ୍ୱ ସଂକ୍ରମଣ ପ୍ରତିରୋଧ ପାଇଁ ଆମର ପ୍ରତିରକ୍ଷା ପ୍ରଣାଳୀର କ୍ଷମତାକୁ ବଢାଇଥାଏ । ଶରୀର ଦ୍ୱାରା ଆବଶ୍ୟକ ହେଉଥିବା ଅଧିକାଂଶ ପୋଷକ ତତ୍ତ୍ୱ ସବୁଜ ପନିପରିବା ଖାଇବା ଦ୍ୱାରା ସହଜରେ ମିଳିପାରିବ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଅଧିକ ସବୁଜ ପନିପରିବା ଖାଉଛନ୍ତି, ସେମାନଙ୍କର ଅସୁସ୍ଥ ହେବାର ଆଶଙ୍କା କମ୍ ଥାଏ ।

ମସଲା ଦ୍ରବ୍ୟ ବଢାଏ ରୋଗ ପ୍ରତିରୋଧକ ଶକ୍ତି:-

ତରକାରି ପ୍ରସ୍ତୁତ ପାଇଁ ବ୍ୟବହୃତ ମସଲା, ଯେପରିକି ହଳଦୀ, ଲବଙ୍ଗ, ଗୋଲମରିଚ, ଡାଲଚିନି ଇତ୍ୟାଦି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ବେଶ୍ ପ୍ରଭାବୀ । ଏଗୁଡ଼ିକ ଶରୀରକୁ ଶୁଦ୍ଧ କରିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇଥାଏ । ହଳଦୀରେ ମିଳୁଥିବା କର୍କ୍ୟୁମିନ୍ ଶରୀରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଭାବ ପକାଇଥାଏ । କର୍କ୍ୟୁମିନ୍ ଏକ ପ୍ରତିରକ୍ଷା ବୃଦ୍ଧିକାରୀ ଭାବରେ ବିବେଚନା କରାଯାଏ ଏବଂ ଏହା ଏକ ଆଣ୍ଟିଭାଇରାଲ୍ ଭାବରେ ମଧ୍ୟ କାର୍ଯ୍ୟ କରେ ।

ଦୁଗ୍ଧଜାତ ଦ୍ରବ୍ୟ ଅଧିକ ସେବନ କରନ୍ତୁ:-

ଦହି, କ୍ଷୀର, ପନିର ପରି ଦୁଗ୍ଧଜାତ ଦ୍ରବ୍ୟରେ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଦହି ପ୍ରୋବାୟୋଟିକ୍ସର ଏକ ଉତ୍ତମ ଉତ୍ସ ଭାବରେ ଜଣାଶୁଣା, ଯାହା ହଜମ ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରିଥାଏ । କମ୍ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ଖାଇବା ଦ୍ୱାରା ପ୍ରୋବୋଟିକ୍ସ, ପ୍ରୋଟିନ୍ ଏବଂ ଭିଟାମିନ୍ ଯୋଗାଇ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସହାୟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.