ETV Bharat / sukhibhava

ହୃଦଘାତର ଶିକାର ହୋଇଥିବା ଶ୍ରେୟସଙ୍କ ହେଲା ଆଞ୍ଜିଓପ୍ଲାଷ୍ଟି, ଜାଣନ୍ତୁ ଏହା କଣ

Angioplasty: ହୃଦଘାତର ଶିକାର ହୋଇଥିବା ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି । ତେବେ ଜାଣନ୍ତୁ କଣ ଏହି ପ୍ରକ୍ରିୟା

author img

By ETV Bharat Odisha Team

Published : Dec 15, 2023, 1:50 PM IST

Angioplasty
Angioplasty

ହାଇଦ୍ରାବାଦ: ହୃଦରୋଗ ଏବଂ ଏହାର କାରଣ ଯୋଗୁଁ ହେଉଥିବା ଜଟିଳତା ସମୟାନୁକ୍ରମେ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଅର୍ଥାତ ଗତ ଗୁରୁବାର ଦିନ ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର ହୋଇଛନ୍ତି । ଏହାପରେ ତାଙ୍କୁ ମୁମ୍ବାଇର ଅନ୍ଧେରୀ ୱେଷ୍ଟ ସ୍ଥିତ ବେଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିଥିବା ସୂଚନା ରହିଛି । ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି ।

ତେବେ ଚିନ୍ତାର ବିଷୟ ହେଉଛି, ଗତ କିଛି ବର୍ଷ ମଧ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ହୃଦଘାତର ମାମଲା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଯୁବପୀଢୀଙ୍କୁ ହାର୍ଟକୁ ନେଇ ସଚେତନ ରହିବା ରହିବ ହୃଦଘାତ ସମ୍ବନ୍ଧୀୟ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ପାଇଁ ସୁପାରିସ କରିଛନ୍ତି । ତେବେ ଜାଣନ୍ତୁ ହୃଦଘାତ ହେଲେ କେତେକ କ୍ଷେତ୍ରରେ କାହିଁକି କରାଯାଏ ଆଞ୍ଜିଓପ୍ଲାଷ୍ଟି ? ଏହା କଣ ? କେଉଁ ପରିସ୍ଥିତିରେ କରାଯାଏ ଆଞ୍ଜିଓପ୍ଲାଷ୍ଟି ?

ଆଞ୍ଜିଓପ୍ଲାଷ୍ଟି କଣ? : ହାର୍ଟକୁ ରକ୍ତ ପହଞ୍ଚାଉଥିବା ଧମନୀରେ ବ୍ଲକେଜ୍‌ ବା ଅବରୋଧ ଦେଖାଗଲେ ହୃଦଘାତ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆଞ୍ଜିଓପ୍ଲାଷ୍ଟି ଏପରି ଏକ ପ୍ରକ୍ରିୟା ଯେଉଁଥିରେ ବ୍ଲକେଜ ହୋଇଥିବା କୋରୋନରୀ ଧମନୀକୁ ମୁକ୍ତ କରିବାରେ ସହାୟକ ହୋଇଥାଏ । ଓପନ ହାର୍ଟ ସର୍ଜରୀର ବିନା ଏହି ପ୍ରକ୍ରିୟା ଦ୍ବାରା ହୃଦୟ ମାଂସପେଶୀକୁ ରକ୍ତ ଯୋଗାଇବାରେ ସକ୍ଷମ ହୋଇଥାଏ । ତେବେ ହୃଦଘାତ ସମୟରେ ଆଞ୍ଜିଓପ୍ଲାଷ୍ଟି ସାହାଯ୍ୟରେ ଜୀବନ ରକ୍ଷା କରାଯାଇଥାଏ । ତେବେ ହାର୍ଟଆଟାକ୍‌ ଆସିବା ପୂର୍ବରୁ ଅନେକ ପ୍ରକାର ଲକ୍ଷଣ ଦେଖାଯାଇଥାଏ । ଏହାକୁ ଧ୍ୟାନ ବା ଗୁରୁତ୍ୱ ଦେଇ ଏହାର ଚିକିତ୍ସା କରାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ

ହାର୍ଟ ଆଟାକର ଲକ୍ଷଣ: ବ୍ୟକ୍ତିଙ୍କ ଅନୁସାରେ, ହୃଦଘାତର ଲକ୍ଷଣ ଭିନ୍ନଭିନ୍ନ ହୋଇଥାଏ । କେତେକ କ୍ଷେତ୍ରରେ ଲକ୍ଷଣ ସାଧାରଣ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହା ଗମ୍ଭୀର ମଧ୍ୟ ହୋଇଥାଏ । ତେବେ ସାମାନ୍ୟ ଲକ୍ଷଣ ଦେଖାଗଲେ ହିଁ ଡାକ୍ତରଙ୍କ ପରାମର୍ଶ ଜରୁରୀ ଅଟେ ।

  • ଛାତିରେ ବ୍ଲକେଜ, ଯନ୍ତ୍ରଣା ହେବା
  • ଛାତିରେ ହେଉଥିବା ଯନ୍ତ୍ରଣା କାନ୍ଧ, ବାହୁ, ପିଠି, ଏବଂ ଥୋଡି ପର୍ଯ୍ୟନ୍ତ ଆସିବା
  • ଦେହ ଥଣ୍ଡା ଲାଗିବା ସହିତ ଝାଳ ବାହାରିବା
  • ଛାତିରେ ଜ୍ବଳନ ହେବା
  • ଚକ୍କର ଆସିବା
  • ବାନ୍ତି ଲାଗିବା
  • ନିଶ୍ବାସ ନେବାରେ ସମସ୍ୟା

ମହିଳାଙ୍କ ଠାରେ ଅଲଗା ଦେଖାଯାଏ ଲକ୍ଷଣ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପୁରୁଷଙକ ଅପେକ୍ଷା ମହିଳାଙ୍କ ଠାରେ ଏହାର ଲକ୍ଷଣ ଭିନ୍ନ ହୋଇଥାଏ । ହାର୍ଟଆଟାକ ସମୟରେ କେତେକ ମହିଳାଙ୍କ ପିଠିର ଉପରି ଭାଗରେ ଯନ୍ତ୍ରଣା ହୋଇଥାଏ । ଏହାସହିତ ନିଶ୍ବାସ ନେବାରେ ସମସ୍ୟା, ମୁଣ୍ଡ ବୁଲାଇବା ଏବଂ ବୋହୋସ ମଧ୍ୟ ହେଉଥିବା ଦେଖାଯାଏ । ଯେଉଁ ବ୍ୟକ୍ତିମାନଙ୍କର ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟ୍ରଲର ସମସ୍ୟା ଥାଏ ତାହାଲେ ସାବଧାନ ରହିବା ଜରୁରୀ । ଅନ୍ୟପଟେ ମଧୁମେହ ରୋଗୀ ମଧ୍ୟ ସାବାଧାନତା ଅବଲମ୍ବନ କରିବା ଜରୁରୀ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.