ETV Bharat / sukhibhava

Skin-related problems: କମାଇଥାଏ ସୌନ୍ଦର୍ଯ୍ୟତା, ଏଗୁଡିକ ହୋଇଥାଏ କାରଣ - କିପରି ନେବେ ତ୍ବଚାର ଯତ୍ନ

ସମ୍ପ୍ରତି ତ୍ବଚାର ଯତ୍ନ ଉପରେ ସମସ୍ତେ ଧ୍ୟାନ ଦେଉଛନ୍ତି । ଏଥିଲାଗି ବଜାରରେ ଅଧିକ ବ୍ୟୁଟି ପ୍ରଡକ୍ଟର ମଧ୍ୟ ବିକ୍ରି ହେଉଛି । ତେବେ ଏଥିରୁ ବର୍ତ୍ତିବା ପାଇଁ କିଛି ସାଧାରଣ କଥା ଜାଣିବା ଉଚିତ । ଏଗୁଡ଼ିକୁ ଧ୍ୟାନ ଦେଲେ କିଛି ମାତ୍ରାରେ ତ୍ବଚା ଜନିତ ସମସ୍ୟାକୁ ରୋକାଯାଇ ପାରିବ

Skin-related problems: କମାଇଥାଏ ସୌନ୍ଦର୍ଯ୍ୟତା, ଏଗୁଡିକ ହୋଇଥାଏ କାରଣ

author img

By

Published : Mar 12, 2022, 7:18 PM IST

ହାଇଦ୍ରାବାଦ: ପ୍ରତ୍ୟେକ ପୁରୁଷ ଏବଂ ମହିଳା ସୁନ୍ଦର, ଦାଗମୁକ୍ତ ଏବଂ ଉଜ୍ଜ୍ବଳ ତ୍ବଚା ଚାହାଁନ୍ତି । କିନ୍ତୁ ଅସ୍ବାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ଏଥିରେ ବାଧକ ସାଜେ । ସଠିକ ଜୀବନଶୈଳୀ ଅବଲମ୍ବନ ନ କଲେ ଏହା ଚର୍ମକୁ କ୍ଳାନ୍ତ କରାଇ ଦେଇପାରେ ଏବଂ ବ୍ରଣ, ବ୍ଲାକହେଡ୍ ଇତ୍ୟାଦି ସମସ୍ୟା ସୃଷ୍ଟି କରିପାରେ ବୋଲି ଉତ୍ତରପ୍ରଦେଶରେ ଥିବା ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଆଶା ସାକଲାନି କହିଛନ୍ତି ।

ଶରୀରର ଆଭ୍ୟନ୍ତରୀଣ କାରଣ ସହିତ କିଛି ବାହ୍ୟ କାରଣ ଏବଂ ଜୀବନଶୈଳୀ ପସନ୍ଦ ମଧ୍ୟ ଆମ ଚର୍ମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହିପରି କେତେକ କାରଣ ଗୁଡ଼ିକ ହେଉଛି:

  • ପ୍ରଦୂଷଣ

ଯେତେବେଳେ ଆମ ଚର୍ମର ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଥିବା ପରିବେଶ କାରକ ବିଷୟରେ ଆଲୋଚନା କରିବା ତେବେ ପ୍ରଦୂଷଣ ତାଲିକାର ଶୀର୍ଷରେ ରହିଥାଏ । ବାୟୁରେ ଥିବା ପ୍ରଦୂଷକ ଚର୍ମରେ ଥିବା କଣା(Pore)କୁ ବନ୍ଦ କରିଦିଏ । ଏଣୁ ଆମ ଚର୍ମରେ ବାୟୁର ଆଦାନପ୍ରଦାନ ହୋଇନଥାଏ । ପ୍ରଦୂଷିତ ବାୟୁ କେବଳ ଆମ ଚର୍ମରୁ ଆର୍ଦ୍ରତା ଆଣେ ନାହିଁ ବରଂ ଏହା ଶୁଖିଲା ଏବଂ ଦୁର୍ବଳ ଦେଖାଯିବା ସହିତ ଏଥିରେ ଥିବା ଓଜୋନ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ କଣିକା ପଦାର୍ଥ ମଧ୍ୟ କୋଲାଜେନ୍ ଏବଂ ଏଲାଷ୍ଟିନ ଫାଇବରକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ବାରା ଚର୍ମ ଲାଲ ପଡ଼ିଯିବା ସହ ଅକାଳ ବୃଦ୍ଧାବସ୍ଥା, କୁଞ୍ଚନ, ଆଲର୍ଜି, କଳା ଦାଗ, ଚର୍ମ ରୋଗ, ସୋରିୟାସିସ୍ ଏବଂ କେତେକ କ୍ଷେତ୍ରରେ ଚର୍ମ କର୍କଟ ହେବାର ଆଶଙ୍କା ମଧ୍ୟ ବଢିଥାଏ ।

  • ସୂର୍ଯ୍ୟକିରଣ

ପ୍ରଦୂଷକ ସହିତ ସୂର୍ଯ୍ୟଙ୍କ କ୍ଷତିକାରକ କିରଣ ଚର୍ମର ଅନେକ ସମସ୍ୟା ସୃଷ୍ଟି କରିଥାଏ ଯେପରିକି ହାଇପରପିଗମେଣ୍ଟେସନ୍, କୁଞ୍ଚନ, ଆଲର୍ଜି ଏବଂ ଟାନ୍ ଆଦି । Binghamton ୟୁନିଭର୍ସିଟି ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ 'ବାୟୋମେଟେରିଆଲ୍ସର ମେକାନିକାଲ୍ ଆଚରଣ' ପତ୍ରିକାରେ ପ୍ରକାଶିତ ହୋଇଛି ଯେ ସୂର୍ଯ୍ୟଙ୍କ ଅଲ୍ଟ୍ରା-ବାଇଗଣି ରଶ୍ମି ଚର୍ମ ଉପରେ ପଡ଼ିବା ଦ୍ବାରା ଚର୍ମ କର୍କଟ ହେବାର ଆଶଙ୍କା ବଢିଥାଏ ।

  • କମ ପାଣି ପିଇବା

ମାନବ ଶରୀରର 60% ଜଳରୁ ଗଠିତ । ଯେଉଁଥିପାଇଁ ଜଳ ସାମଗ୍ରିକ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଏ । ଏଣୁ ସ୍ବାସ୍ଥ୍ୟ ଅବସ୍ଥାର ବିକାଶ ପାଇଁ କମ ପାଇି ପିଇବା କିମ୍ବା ଡିହାଇଡ୍ରେସନ ଦାୟୀ କରାଯାଇପାରେ । ଯଦି ଆମେ ଚର୍ମ ବିଷୟରେ କଥା ହେବା ତେବେ ସଠିକ୍ ଜଳ ଗ୍ରହଣ ତ୍ବଚାକୁ ପ୍ରାକୃତିକ ଭାବରେ ହାଇଡ୍ରେଟେଡ୍ ଏବଂ ଆର୍ଦ୍ରତା ରଖିବାରେ ସାହାଯ୍ୟ କରେ । ଚର୍ମରେ ଥିବା କଣାକୁ ସଫା ରଖେ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ।

  • ନିଦର ଅଭାବ

ସମସ୍ତେ ଜାଣିଛନ୍ତି ଯେ ନିଦ୍ରାର ଅଭାବ ଡାର୍କ ସର୍କଲ ସୃଷ୍ଟି କରିବା ସହିତ ଆପଣଙ୍କ ଚେହେରାକୁ କ୍ଳାନ୍ତ କରିପାରେ । ତେଣୁ ପ୍ରତିଦିନ 7-9 ଘଣ୍ଟା ଶୋଇବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । କମ ସମୟ ଶୋଇବା ଦ୍ବାରା ରକ୍ତ ସଞ୍ଚାଳନ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏହା ସହ ବାର୍ଦ୍ଧକ୍ୟ ପ୍ରକ୍ରିୟା ଉପରେ ଏହାର ପ୍ରଭାବ ପଡେ । ନିଦ୍ରାର ଅଭାବ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରେ ଏବଂ ଚର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିପାରେ ।

  • ଚିନ୍ତାଗ୍ରସ୍ତ

ଶାରୀରିକ ସ୍ବାସ୍ଥ୍ୟ ସହିତ ଅତ୍ୟଧିକ ଚାପ ଆମ ଚର୍ମର ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହାର କାରଣ ହେଉଛି ଚାପ ଶରୀରରେ ଥିବା କର୍ଟିସୋଲ(cortisol) ନାମକ ଏକ ହରମୋନର ପରିମାଣକୁ ବଢାଇଥାଏ ଯାହା ଚର୍ମ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ । ଏହା ବ୍ରଣ, ଡାର୍କ ସର୍କଲ, ଅକାଳ ବୃଦ୍ଧାବସ୍ଥା, ଏକଜେମା ଏବଂ ସୋରିୟାସିସ୍ ହେବାର ସମ୍ଭାବନାକୁ ବଢାଇଥାଏ ।

  • ଧୂମପାନ

ଧୂମପାନ କୋଲାଜେନ୍ ଫାଇବର ଉପରେ ପ୍ରଭାବ ପକାଇଥାଏ ଏବଂ ଚର୍ମରେ ଏହା ଉତ୍ପାଦନ କରୁଥିବା ଏକ ଏନଜାଇମ୍ ଇଲେଷ୍ଟିକ୍ ଫାଇବରକୁ କ୍ଷତି ପହଞ୍ଚାଇଥାଏ । ଏଥି ସହିତ ଧୂମପାନ ଚର୍ମ ଉପରେ UV ରଶ୍ମିର ପ୍ରଭାବକୁ ମଧ୍ୟ ବଢାଇଥାଏ । ଏହା ଧମନୀଗୁଡ଼ିକର ସଂକୀର୍ଣ୍ଣତାକୁ କମାଇଥାଏ ଯାହା ଚର୍ମର ସଂଯୋଜକ ଟିସୁକୁ ଅଧିକ କ୍ଷତି ପହଞ୍ଚାଇପାରେ ।

  • ଅସ୍ବାସ୍ଥ୍ୟକାର ଖାଦ୍ୟ

ବହୁ ଜଙ୍କ୍ ଫୁଡ୍ ଖାଇବା ଦ୍ବାରା ଶରୀରରେ ବିଷାକ୍ତ ପଦାର୍ଥ ବୃଦ୍ଧି ପାଇଥାଏ । ଯଦି ଏହି ବିଷାକ୍ତ ପଦାର୍ଥ ଶରୀରରେ ଜମା ହୋଇ ରହିଥାଏ, ତେବେ ଏହା ଯକୃତକୁ ଚାପ ପକାଇପାରେ । ଫଳରେ ଏହାର ପ୍ରଭାବ ଚର୍ମ ଉପରେ ପିମ୍ପଲ୍ ଆକାରରେ ପ୍ରତିଫଳିତ ହୋଇଥାଏ । ସୁସ୍ଥ ଖାଦ୍ୟପେୟ ଗ୍ରହଣ ନକଲେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦେଖାଦେଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.