ETV Bharat / sukhibhava

Eating Habits: କିଶୋର ଅବସ୍ଥାରେ ସୁସ୍ଥ ରହିବାର ଉପାୟ, ଆପଣାନ୍ତୁ ଏହି ୬ ଖାଦ୍ୟଭ୍ୟାସ

author img

By

Published : Jul 16, 2022, 4:20 PM IST

ଆଧୁନିକ ଜୀବନଶୈଳୀ ମଧ୍ୟରେ କିଶୋର ବର୍ଗ ଖାଦ୍ୟ ପ୍ରତି ସଚେତନ ହେବା ଆବଶ୍ୟକ । ମାରାତ୍ମକ ରୋଗରୁ ନିଜ ଶରୀରକୁ ରକ୍ଷା କରିବାକୁ ହେଲେ ପ୍ରଥମେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ଦରକାର । ଏଥିଲାଗି ଆମକୁ ସୁସ୍ଥ ଖାଦ୍ୟ ଅଭ୍ୟାସ ଅନୁସରଣ କରିବା ଉଚିତ୍‌ । ସୁସ୍ଥ ରହିବାକୁ ହେଲେ ଆପଣାନ୍ତୁ ଏହି ୬ଟି ଖାଦ୍ୟ ଅଭ୍ୟାସ । ଅଧିକ ପଢନ୍ତୁ

Eating Habits: କିଶୋର ଅବସ୍ଥାରେ ସୁସ୍ଥ ରହିବା ଉପାୟ, ଆପଣାନ୍ତୁ ଏହି ୬ ଖାଦ୍ୟାଭ୍ୟାସ

ହାଇଦ୍ରାବାଦ: ସମ୍ପ୍ରତି ଯୁବାବସ୍ଥାରେ ମଧ୍ୟ ମାଡ଼ି ବସୁଛି ଅନେକ ରୋଗ । ପୂର୍ବକାଳେ ବୃଦ୍ଧାବସ୍ଥାରେ ଲୋକେ ରୋଗାଗ୍ରସ୍ତ ହେଉଥିଲେ । ହେଲେ ଆଜିର ଯୁଗରେ ନବଜାତ ଶିଶୁ ମଧ୍ୟ ମାରାତ୍ମକ ରୋଗର ଶିକାର ହେଉଛି । ହେଲେ ପ୍ରତ୍ୟେକ ରୋଗରୁ ବର୍ତ୍ତିବା ଲାଗି ସୁସ୍ଥ ଖାଦ୍ୟଭ୍ୟାସ ଏକ ମୂଳମନ୍ତ୍ର ହୋଇଥାଏ । ସଠିକ ସମୟରେ ସୁସ୍ଥ ଖାଦ୍ୟ ଖାଇବା ଦ୍ବାରା ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଭାରତୀୟ ଗ୍ରାହକ ବଜାରରେ ସବୁଠାରୁ ଅଧିକ ସଂଖ୍ୟାରେ ରହିଛନ୍ତି କିଶୋର ବର୍ଗୀୟ ବ୍ୟକ୍ତି । ଏମାନେ ସୁସ୍ଥ ଖାଦ୍ୟ ଅପେକ୍ଷା ଅନହେଲ୍‌ଦି ବା ଉତ୍ତମ ସ୍ବାସ୍ଥ୍ୟ ଅନୁପଯୋଗୀ ଖାଦ୍ୟକୁ ଆପଣାଉଛନ୍ତି । କାରଣ ସେମାନେ ସୁସ୍ଥ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନ ନୁହଁନ୍ତି । ଯଦି ଆପଣ ପୋଷକଯୁକ୍ତ ଖାଦ୍ୟ ଖାଇ ଶରୀରରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ନିମ୍ନଲିଖିତ ଖାଦ୍ୟ ଅଭ୍ୟାସକୁ ଅନୁସରଣ କରିବା ଉଚିତ ।

  1. ଖାଦ୍ୟର ତାଲିକା ବନାନ୍ତୁ:- ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରିବା ଏବଂ ତା'ପରେ ଏହାକୁ ଅନୁସରଣ କରିବା ଦ୍ବାରା ଏହା ଆପଣଙ୍କ ସୁସ୍ଥ ଖାଇବା ଅଭ୍ୟାସକୁ ବଜାୟ ରଖିବାରେ ସାହାଯ୍ୟ କରିବ । ଅଭ୍ୟାସକୁ ବଜାୟ ରଖିବା ଲାଗି ଏକ ଡାଏରୀ ନିଅନ୍ତୁ ଏବଂ ଆପଣଙ୍କ ପେଟକୁ ଯାଉଥିବା ପ୍ରତିଟି ଖାଦ୍ୟକୁ ଲେଖନ୍ତୁ । ଆପଣଙ୍କୁ କେତେ କ୍ୟାଲୋରୀ ଆବଶ୍ୟକ କରନ୍ତି ଏବଂ କେତେ ଖର୍ଚ୍ଚ କରୁଛନ୍ତି ତାହାର ତାଲିକା ପ୍ରସ୍ତୁତ କରନ୍ତୁ । ଏପରି କରିବା ଦ୍ବାରା ଏହା ଆପଣଙ୍କ ଡାଏଟ ପ୍ଲାନକୁ ସଫଳ କରିବ । ୨୧ ଦିନ ମଧ୍ୟରେ ଆପଣଙ୍କ ଖାଇବା ଅଭ୍ୟାସରେ ଏକ ଯଥେଷ୍ଟ ପରିବର୍ତ୍ତନ ପାଇବ ।
  2. ମିଲ୍‌କୁ ସ୍କିପ୍‌ କରନ୍ତୁ ନାହିଁ: - ନିଜର ଲାଇଫଷ୍ଟାଇଲ ଏବଂ ବୃତ୍ତି ଅନୁଯାୟୀ ଲୋକଙ୍କ ଖାଦ୍ୟ ଗ୍ରହଣ ମଧ୍ୟ ଭିନ୍ନ ହୋଇଥାଏ । ଆପଣଙ୍କ ଶରୀରରେ କେତେ କ୍ୟଲୋରୀ ଆବଶ୍ୟକ ତାହା ଜାଣିବା ପରେ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । ବ୍ୟସ୍ତତା ମଧ୍ୟରେ ଖାଦ୍ୟକୁ କେବେ ହେଲେ ସ୍କିପ କରନ୍ତୁ ନାହିଁ । ଭୋକ ହେଉଥିଲେ ଭୋଜନ ନ କରିପାରିଲେ ସ୍ନାକ୍ସ କରିବାରେ କୌଣସି କ୍ଷତି ନାହିଁ । କୌଣସି ଫ୍ରାଏଡ଼ ଫୁଡ୍ସ, ଚିପ୍ସ, ଡାର୍କ ଚକୋଲେଟ୍ ଖାଇବା ଦ୍ବାରା ଏହା ବିଶେଷ ଭାବରେ ଶରୀରକୁ କ୍ଷତି ପହଞ୍ଚାଉ ନଥିବାବେଳେ ସ୍ନାକ୍ସର ଆବଶ୍ୟକତାକୁ ପୂରଣ କରିଥାଏ ।
  3. ଖାଦ୍ୟକୁ ବୁଦ୍ଧିମତାର ସହିତ ବାଛନ୍ତୁ:- କିଶୋର ବର୍ଗ ନିର୍ଦ୍ଦିଷ୍ଟ ଜୀବନଶୈଳୀ ଏବଂ କାର୍ଯ୍ୟପ୍ରଣାଳୀକୁ ଅନୁସରଣ କରନ୍ତି । ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ବିକଳ୍ପ ସର୍ବୋତ୍ତମ ନୁହେଁ କିନ୍ତୁ ତଥାପି ଆପଣ କୌଣସି ପାର୍ଟିକୁ ଯାଉଥିଲେ ବା ୱିକେଣ୍ଡ୍ ଭ୍ରମଣରେ ବୁଦ୍ଧିମାନ ଭାବେ ନିଜ ଖାଦ୍ୟ ବାଛି ପାରିବେ । ଯାହାକି ଆପଣଙ୍କ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ବଜାୟ ରଖିବ । ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରହିବା ଏବଂ ମେନୁରେ ଉପଲବ୍ଧ ସ୍ବାସ୍ଥ୍ୟକର ବିକଳ୍ପଗୁଡିକ ବାଛିବା ହେଉଛି ସ୍ମାର୍ଟ ୱାର୍କ । କୋଲ୍ଡ ଡ୍ରିଙ୍କସ ଏବଂ ମଦ୍ୟପାନ କରିବା ମଧ୍ୟ ଆପଣଙ୍କ ତାଲିକାରୁ ଦୂରେଇ ରହିବା ଉଚିତ । କାରଣ ଏହି ଦୁଇଟି ଜିନିଷ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।
  4. କିଣିବା ବେଳେ ଖାଦ୍ୟ ଉପାଦାନ ଉପରେ ନଜର ରଖନ୍ତୁ:- ବଜାରରେ କୌଣସି ଖାଦ୍ୟ ପଦାର୍ଥ କିଣିବା ସମୟରେ ଏହା କେଉଁ କେଉଁ ଉପାଦାନରୁ ତିଆରି ତାହା ଉପରେ ନଜର ରଖନ୍ତୁ । ସୁସ୍ଥ ରହିବା ପାଇଁ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ଏଥିରେ ପୋଷକ ତତ୍ତ୍ବ କେତେ ରହିଛି, ବିଶେଷ ଭାବରେ ଫ୍ୟାଟ, ଚିନି ଓ କାର୍ବୋହାଇଡ୍ରେଟ କେତେ ପରିମାଣରେ ରହିଛି ତାହା ଉପରେ ନଜର ରଖନ୍ତୁ । ଯେଉଁ ଖାଦ୍ୟରେ ଚିନି ମିଶିଛି ସେଗୁଡିକଠୁ ଦୂରେଇ ରୁହନ୍ତୁ । ଚିନି ଖାଇବା ଦ୍ବାରା ଏହା ଅନେକ ରୋଗର କାରଣ ହୋଇଥାଏ, ଏଣୁ ଚିନି ଖାଇବାରୁ ଦୂରେଇ ରୁହନ୍ତୁ ।
  5. ଉଦ୍ଭିଦ ଜାତୀୟ ଖାଦ୍ୟ ଖାଆନ୍ତୁ:- ଉଦ୍ଭିଦ ଜାତୀୟ ଖାଦ୍ୟ ଗୁଡ଼ିକ ଏବେ ଅଧିକ ଲୋକପ୍ରିୟ ହେଉଛି । ଭେଗାନ୍ ଉତ୍ପାଦରେ ସମସ୍ତ ଜରୁରୀ ପୁଷ୍ଟିକର ଉପାଦାନ ରହିଛି । ଆମ ଶରୀରରେ ହଜମ ପ୍ରକ୍ରିୟା ବଜାୟ ରଖିବା ପାଇଁ ଏହା ସାହାଯ୍ୟ କରିଥାଏ । ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ଅନ୍ୟମାନଙ୍କ ମଧ୍ୟରେ ହୃଦଘାତ ଭଳି ଅନେକ ରୋଗ ଦୂର କରିବାକୁ ଭେଗାନ୍ ଉତ୍ପାଦଗୁଡିକ ଗ୍ରହଣ କରିବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି । ଉଦ୍ଭିଦ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ମାଂସପେଶୀର ଶୀଘ୍ର ବିକାଶ ହୋଇଥାଏ ।
  6. ରାତି ୮ଟା ପୂର୍ବରୁ କରନ୍ତୁ ରାତ୍ରି ଭୋଜନ:- ସୂର୍ଯ୍ୟାସ୍ତ ପରେ କୌଣସି ଭାରି ଖାଦ୍ୟ ଖାଇବା ଅନୁଚିତ । ଏଣୁ ଆପଣ ଦିନର ଶେଷ ଭୋଜନ ବା ରାତ୍ରି ଭୋଜନ ରାତି ୮ଟା ପୂର୍ବରୁ କରିବାକୁ ଚେଷ୍ଟା କରିବା ଉଚିତ । ଯଦି ଆପଣ ୮ଟା ପୂର୍ବରୁ ଖାଇ ପାରିବେ ନାହିଁ ତେବେ ଗ୍ରୀନ ସାଲାଡ୍ କିମ୍ବା ଏକ କପ୍ କ୍ଷୀର ବିକଳ୍ପ ଭାବରେ ଗ୍ରହଣ କରିପାରିବେ । ଶରୀରକୁ ଖାଦ୍ୟ ସଠିକ୍ ଭାବରେ ହଜମ କରିବାରେ ସାହାଯ୍ୟ କରିବା ପାଇଁ ରାତ୍ରି ଭୋଜନ ପରେ ଅତି କମରେ ୧୦-୧୫ ମିନିଟ୍ ଚାଲିବା ଆବଶ୍ୟକ ।

ସୁସ୍ଥ ଖାଦ୍ୟ ଅଭ୍ୟାସ କୌଣସି କାଠିକର ପାଠ ନୁହେଁ । ଏଥିଲାଗି ଯୋଜନା ଓ ନିଷ୍ଠା ଆବଶ୍ୟକ । ଆପଣ ଯେଉଁ ଡାଏଟ୍‌ ଚାଟ୍‌ ପ୍ରସ୍ତୁତ କରୁଛନ୍ତି ତାହାକୁ ସଠିକ ଭାବରେ ପାଳନ କରିବା ଉଚିତ । କାରଣ ଶରୀର ସୁସ୍ଥ ରହିଲେ ପ୍ରତ୍ୟେକଟି କାର୍ଯ୍ୟ ପାଇଁ ଆଗ୍ରହ ଆସିଥାଏ । ଅସୁସ୍ଥ ରହିଲେ ମନରେ ବିରକ୍ତିଭାବ ଆସିବା ସହିତ ଅଳସ ଲାଗିଥାଏ । ଏଣୁ ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ଖାଦ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.