ହାଇଦ୍ରାବାଦ: ନୂଆ ନୂଆ ବାପା ମାଆ ହୋଇଥିବା ଦମ୍ପତି କିମ୍ବା ନବଜାତ ଶିଶୁକୁ ଧରିବାକୁ ବା ଦେଖାକରିବାକୁ ଗଲାବେଳେ କେଉଁଟା ଭୁଲ, କ’ଣ କରିବା ଉଚିତ, କ’ଣ ଅନୁଚିତ ବେଳେବେଳେ ଜାଣିହୁଏନାହିଁ । ଫଳରେ ଅନେକ ସମୟରେ ନବଜାତ ଶିଶୁଙ୍କ ଉପରେ କୁପ୍ରଭାବ ପଡିଥାଏ । ତେବେ ଜନଜାତ ଶିଶୁକୁ ଦେଖିବା ତାଙ୍କ ପରିବାରକୁ ଦେଖାକରିବାକୁ ଯିବା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପ୍ରସବ ପରେ ନବଜାତ ଶିଶୁର ଶରୀରର ତାପମାତ୍ରା ପ୍ରତି ଅଧିକ ସଜାଗ ରହିବା ଆବଶ୍ୟକ । ଶିଶୁକୁ ଆବଶ୍ୟକତା ଅନୁଯାୟୀ କପଡ଼ା ଘୋଡ଼ାଇ ରଖିବା ଉଚିତ ଅର୍ଥାତ ତାପମାତ୍ରା ବେଶି କିମ୍ବା କମ୍ ହେବା ଉଚିତ ନୁହେଁ ।
ପ୍ରସବ ଏବଂ ସ୍ତନ୍ୟପାନ ବିଶେଷଜ୍ଞ ଡାକ୍ତର ଭାନଶିକା ଗୁପ୍ତା ଅଦୁକିଆ ନବଜାତ ଶିଶୁ ଏବଂ ସେମାନଙ୍କ ପରିବାରକୁ ଦେଖା କରିବା ସମୟରେ ଏହି ୫ଟି ବିଷୟ ପ୍ରତି ଧ୍ୟାନ ଦେବାପାଇଁ କହିଛନ୍ତି ।
୧.ଆପଣ ଯିବା ପୂର୍ବରୁ ଫୋନ କରି ଯାଆନ୍ତୁ
ଆପଣଙ୍କ ପରିଦର୍ଶନ ସମୟରେ ସେମାନଙ୍କ ପାଇଁ ଅତିରିକ୍ତ ଚାପ ସୃଷ୍ଟି ନକରିବା ପାଇଁ ଫୋନ କରିଯାଆନ୍ତୁ । ମାଆଟିଏ ଶିଶୁକୁ ସ୍ତନ୍ୟପାନ କିମ୍ବା ଶିଶୁର ଅନ୍ୟ ଯତ୍ନ ନେଉଥିବା ସମୟରେ ଯଦି କେହି ବ୍ୟକ୍ତି ହଠାତ ଆସିଯାଏ ସେତେବେଳେ ମା’ର ମନରେ ଅନେକ କୁଭାବନା ଯାତ ହେବାସହ ଅଶାନ୍ତି ହୋଇଥାଏ ।
୨.ଶିଶୁକୁ ଧରି ରଖିବାକୁ ଆଶା କରନ୍ତୁ ନାହିଁ
ସାଧାରଣତଃ ନବଜାତ ଶିଶୁମାନେ ସ୍ପର୍ଶ, ଗନ୍ଧ ଏବଂ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାନ୍ତି ।ମାଆ କୋଳରେ ହିଁ ଶିଶୁଟିର ସୁରକ୍ଷିତ ସ୍ଥାନ ହୋଇଥାଏ । ଯଦି କୌଣସି ବ୍ୟକ୍ତି ନବଜାତ ଶିଶୁକୁ ଦେଖିବା ପାଇଁ ଆସିଥାନ୍ତି ତେବେ ପରିବାର ଲୋକଙ୍କର ଶିଶୁକୁ ସଂକ୍ରମଣ ହେବାନେଇ ଆଶଙ୍କା ରହିଥାଏ ।
୩. ନବଜାତ ଶିଶୁର ମାତାଙ୍କୁ ଏହା ଧ୍ୟାନ ଦେବା ଆବଶ୍ୟକ
ଶିଶୁକୁ ରୋଗ ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ହେଲେ ଯେତେ କମ୍ ଲୋକ ତା’ସଂସ୍ପର୍ଶରେ ଆସିବେ ସେତେ ଭଲ। ଶିଶୁକୁ ଧରିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇ ନିଅନ୍ତୁ ଓ ପରିଷ୍କାର ଲୁଗା ପିନ୍ଧନ୍ତୁ । ଥଣ୍ଡା,ଜ୍ୱର ଆଦିରେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ଶିଶୁଙ୍କୁ ଦୂରେଇ ରଖନ୍ତୁ । ଜନ୍ମ ହେବାର ତିନି ମାସ ଯାଏ କେବେ ବି ଶିଶୁକୁ ଚୁମ୍ବନ ଦେବା ଉଚିତ୍ ନୁହେଁ । ବଜାର କିମ୍ବା ଅଧିକ ଲୋକ ଥିବା ସ୍ଥାନକୁ ପିଲାଙ୍କୁ ସବୁବେଳେ ନିଅନ୍ତୁ ନାହିଁ ।
4.ଏହି ସମୟରେ କୌଣସି ସାହାଯ୍ୟ ପରିବର୍ତ୍ତେ ସହାୟତାର ହାତ ବଢାନ୍ତୁ
ଆପଣଙ୍କ ପାଇଁ ଯତ୍ନ ନେବା ପାଇଁ ଏହା ଏକ ସମୟ ନୁହେଁ । ଏହା ପରିବର୍ତ୍ତେ ଆପଣ କିଭଳି ସେମାନଙ୍କୁ କିଛି ମାତ୍ରାରେ ସାହାଯ୍ୟ କରିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପରିଦର୍ଶନ ସମୟରେ ସ୍ନାକ୍ସ, ବିସ୍କୁଟ ଏବଂ କିଛି ମିଠାଇ ନେଇ ଯାଆନ୍ତୁ । ସେଠାରେ ସେମାନଙ୍କ ଠାରୁ କିଛି ଖାଦ୍ୟ ଆଶା ନକରି ସେମାନଙ୍କୁ ଓଲଟା ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରନ୍ତୁ ।
୫.ଏକ ଶିଶୁର ଚାରିପାଖରେ ଥିବା ମୌଳିକ ବିଷୟରେ ଧ୍ୟାନ ଦିଅନ୍ତୁ
ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ପରିଦର୍ଶନ କରନ୍ତୁ ନାହିଁ । ଅନ୍ୟଥା ଆପଣଙ୍କ ପାଇଁ ମାଆ ଏବଂ ଶିଶୁ ରୋଗାଗ୍ରସ୍ତ ହେବେ । ଶିଶୁଙ୍କ ପାଖକୁ ଯିବା ସମୟରେ କୌଣସି ସୁଗନ୍ଧିତ ଦ୍ରବ୍ୟ, କୋଲନେଜ୍, ଅତ୍ୟଧିକ ସୁଗନ୍ଧିତ କ୍ରିମ୍ ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଶିଶୁକୁ ଧରିବାକୁ ଚାହୁଁଛନ୍ତି ତେବେ ହାତ ଭଲ ଭାବରେ ଧୋଇ ଦିଅନ୍ତୁ । ଧିରେ କଥାବାର୍ତ୍ତା କରନ୍ତୁ । ଶିଶୁକୁ କେବେ ଚୁମ୍ବନ ଦିଅନ୍ତୁ ନାହିଁ । ପିତାମାତାଙ୍କ ଅନୁମତି ବିନା କୌଣସି ଫଟୋ ଉଠାନ୍ତୁ ନାହିଁ ଏବଂ ଶିଶୁର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେବେବି ପୋଷ୍ଟ କରନ୍ତୁ ନାହିଁ ।