ETV Bharat / sukhibhava

Vegan Skin Care Routine: ଏହି ୫ଟି ଜିନିଷର କରିବେନି ବ୍ୟବହାର

ଆପଣ ଶାକାହାରୀ କି ? ତେବେ ନିଜ ଚର୍ମର ଯତ୍ନ ପାଇଁ ମଧ୍ୟ କେବଳ ଗଛଜାତ ଦ୍ରବ୍ୟର ବ୍ୟବହାର କରିବା ଉଚିତ । ଏଣୁ ଜାଣନ୍ତୁ କେଉଁ ୫ଟି ଜିନିଷର ବ୍ୟବହାର କରିବେ ନାହିଁ । ଅଧିକ ପଢନ୍ତୁ

author img

By

Published : Dec 25, 2021, 2:53 PM IST

Vegan Skin Care Routine: ଏହି ୫ଟି ଜିନିଷର କରିବେନି ବ୍ୟବହାର
Vegan Skin Care Routine: ଏହି ୫ଟି ଜିନିଷର କରିବେନି ବ୍ୟବହାର

ହାଇଦ୍ରାବାଦ: ସମ୍ପ୍ରତି କେବଳ ଶାକାହାରୀ ଖାଦ୍ୟ ନୁହେଁ, ଭେଜାନିଜିମ୍ ବା ଶାକାହାରୀ ଖାଦ୍ୟ ଗ୍ରହଣ କରିବାର ଅଭ୍ୟାସକୁ(Veganism) ମଧ୍ୟ ବହୁତ ପ୍ରୋତ୍ସାହନ ମିଳୁଛି । ଏହା କେବଳ ଡାଏଟ୍ ନୁହେଁ, ବରଂ ଏକ ଶାକାହାରୀ ଜୀବନଶୈଳୀ ବଞ୍ଚିବା ବର୍ତ୍ତମାନ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ସହିତ ଏଥିଲାଗି ଏକ ଭିନ୍ନ ଲାଇଫଷ୍ଟାଇଲ ମଧ୍ୟ ରହିଛି । ଶାକାହାରୀ ଭୋଜନ କରୁଥିବେ ନିଜ ସ୍କିନ ବା ଚର୍ମ ପାଇଁ ମଧ୍ୟ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଏହି ସମ୍ପର୍କରେ କଣ କହୁଛନ୍ତି ଚର୍ମ ବିଶେଷଜ୍ଞ ଆସନ୍ତୁ ଜାଣିବା ।

ଭେଗାନ ସ୍କିନ କେୟାର ରୁଟିନ ପାଇଁ ଏହି ୫ଟି ଜିନିଷକୁ ଅନ୍ତର୍ଭୁକ୍ତ କରିବା ଉଚିତ ନୁହେଁ:-

ଶାକାହାରୀ ଏବେ ଏକ ଜୀବନଶୈଳୀରେ ପରିଣତ ହୋଇଛି । ତେବେ ଜୀବନଶୈଳୀ ବିଷୟରେ ଆଲୋଚନା କଲେ ଚର୍ମର ଯତ୍ନ ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଯେଉଁମାନେ ଏକ ଶାକାହାରୀ ଜୀବନକୁ ଅନୁସରଣ କରନ୍ତି, ସେମାନେ ପଶୁମାନଙ୍କଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆସୁଥିବା କୌଣସି ପ୍ରକାର ଖାଦ୍ୟ, ପୋଷାକ, ଅନ୍ୟାନ୍ୟ ଦ୍ରବ୍ୟକୁ ଖାଇବା ବା ବ୍ୟବହାର କରିବା ଉଚିତ ନୁହେଁ । ଏହାର ଉଦ୍ଦେଶ୍ୟ ହେଉଛି ପଶୁମାନେ ସାମନା କରୁଥିବା ନିଷ୍ଠୁରତାକୁ ହ୍ରାସ କରିବା । ଏହାକୁ ଦୃଷ୍ଟିରେ ରଖି ଭେଗାନ ସ୍କିନ କେୟାର ଉତ୍ପାଦ(Vegan skin care products)ର ଚାହିଦା ଅଧିକ ରହିଛି ।

ଏହାସହିତ ଏହି ସ୍କିନ କେୟାର ଉତ୍ପାଦଗୁଡ଼ିକର ଶରୀର ଉପରେ ପ୍ରଭାବ ମଧ୍ୟ କମ ରହିଥାଏ । କାରଣ ଏଥିରେ ରହିଥାଏ ଗଛ, ଫଳ, ଫୁଲ ଭଳି ଅନ୍ୟାନ୍ୟ ପ୍ରାକୃତିକ ତତ୍ତ୍ବ । ନିମ୍ନରେ କିଛି ପଦାର୍ଥ ସମ୍ପର୍କରେ କୁହାଯାଇଛି, ଯାହାକୁ ଶାକାହାରୀ ଭୋଜନ ଗ୍ରହଣ କରୁଥିବା ଲୋକମାନେ ବ୍ୟବହାର କରିବା ଅନୁଚିତ ।

ଜେଲାଟିନ୍‌(Gelatin):-

ଅନେକ କ୍ରିମ୍ ଏବଂ ଲୋସନରେ ଜେଲାଟିନ୍ ବ୍ୟବହୃତ ହୁଏ । ଏହା ଏକ ସ୍ବଚ୍ଛ, ରଙ୍ଗହୀନ, ସ୍ବାଦହୀନ ଉପାଦାନ ଯାହା ମୁଖ୍ୟତଃ ଗ୍ଲିସେରିନ୍ ଏବଂ ପ୍ରୋଲାଇନ୍ ନାମକ ଆମିନୋ ଏସିଡ ଦ୍ବାରା ଗଠିତ ହୋଇଥାଏ । ଏହା ସାଧାରଣତଃ ହାଡ଼, ଫାଇବ୍ରସ୍ ଟିସୁ ଏବଂ ପଶୁମାନଙ୍କ ଅଂଶରୁ ତିଆରି ହୋଇଥାଏ । ଶାକାହାରୀ ଭୋଜନ କରୁଥିବା ଲୋକେ ସ୍କିନ କେୟାର ରୁଟିନ ପାଇଁ ଏଗୁଡ଼ିକ ବ୍ୟବହାର କରିବା ଅନୁଚିତ ।

ଗ୍ଲିସେରିନ(Glycerin):-

ଶୀତଦିନେ ଚର୍ମର ଯତ୍ନ ପାଇଁ ଗ୍ଲିସେରିନ୍ ବ୍ୟବହୃତ ହୁଏ । ବିଶେଷ ଭାବରେ ଏହା ଏକ ଉତ୍କୃଷ୍ଟ ମଶ୍ଚରାଇଜର । କିନ୍ତୁ ଭେଗାନ୍ ଚର୍ମର ଯତ୍ନ ପାଇଁ ଏହାକୁ ନିତ୍ୟ ବ୍ୟବହାର୍ଯ୍ୟରେ ବ୍ୟବହୃତ ହୁଏ ନାହିଁ । କାରଣ ବେଳେବେଳେ ଏହା ପଶୁ ଚର୍ବିରୁ ତିଆରି ହୋଇଥାଏ ଏବଂ ଏହାକୁ ଶୁଦ୍ଧ କରିବା ପାଇଁ ହାଡ଼ ଗୁଣ୍ଡର ବ୍ୟବହାର ହୋଇଥାଏ ।

ମହୁ(Honey)-

ଆମେ ସମସ୍ତେ ଜାଣୁ ଯେ ମହୁମାଛିରୁ ମହୁ ମିଳିଥାଏ । ଯଦିଓ ଏହା ଆମ ଚର୍ମ ପାଇଁ ଉତ୍କୃଷ୍ଟ, କିନ୍ତୁ ଭେଗାନ୍ ଚର୍ମର ଯତ୍ନ ପାଇଁ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ ।

କୋଲାଜେନ(Collagen):-

କୋଲାଜେନ୍ ଆମ ଚର୍ମରେ ପ୍ରତିଫଳିତ ହେଉଥିବା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ଧୀର କରିଥାଏ । କୋଲାଜେନ୍ ଶରୀରର ହାଡ଼, ମାଂସପେଶୀ, ଚର୍ମରେ ରହିଥାଏ । କିନ୍ତୁ ଏହା ଭେଗାନ୍ ସ୍କିନ୍ କେୟାର ରୁଟିନରେ ବ୍ୟବହୃତ ହୁଏ ନାହିଁ । କାରଣ ବ୍ୟବହୃତ ହେଉଥିବା କୋଲାଜେନ୍ ମାଛ, ଘୋଡ଼ା କିମ୍ବା ଅନ୍ୟ ପ୍ରାଣୀମାନଙ୍କଠାରୁ ମିଳିଥାଏ ।

ରେଟିନୋଲ(Retinol):-

ରେଟିନୋଲ ହେଉଛି ଭିଟାମିନ୍(ଏ)ର ଏକ ଯୌଗିକ ଏବଂ ଏହାକୁ ଭିଟାମିନ୍ (A1) ମଧ୍ୟ କୁହାଯାଏ । ଆଣ୍ଟି-ଏଜିଂ ଉତ୍ପାଦରେ ଏହା ବହୁଳ ଭାବରେ ବ୍ୟବହୃତ ହୁଏ କାରଣ ରେଟିନୋଲ୍ କୋଲାଜେନ୍ ଉତ୍ପାଦନ ବୃଦ୍ଧି ପାଇଁ କାମ କରେ । ଏହା ବ୍ୟତୀତ, ରେଟିନୋଲ୍ ପୁରୁଣା ଚର୍ମ କୋଷଗୁଡ଼ିକର ପୁନଃ ନିର୍ମାଣକୁ ତ୍ବରାନ୍ବିତ କରିବାରେ ସାହାଯ୍ୟ କରେ ଏବଂ ଚର୍ମର ଗୁଣବତ୍ତାରେ ଉନ୍ନତି ଆଣେ ।

କେଉଁ ଉତ୍ପାଦ ବ୍ୟବହାର କରିବା ଉଚିତ ?:-

ଭେଗାନ ସ୍କିନ୍‌ କେୟାର ରୁଟିନ୍‌ ପାଇଁ ଗଛ ଜାତୀୟ ଦ୍ରବ୍ୟ ଯେପରିକି ଘିକୁଆଁରୀ(Aloe Vera), ଅର୍ଗାନ ତେଲ, ଆଲମଣ୍ଡ, ୱାଲନଟ୍‌, ନିମ୍ବ, ଓଟ୍‌ମିଲ୍‌(Oatmeal), ଜୋଜୋବା ତେଲ ଆଦିର ବ୍ୟବହାର କରିବା ଉଚିତ । ବଜାରରୁ କୌଣସି ସ୍କିନ କେୟାର ରୁଟିନ ପାଇଁ ଉତ୍ପାଦ କିଣିଲେ ଏହାର ଉପାଦାନଗୁଡିକ ଦେଖି କିଣିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.