ହାଇଦ୍ରାବାଦ: ଆଜିକା ସମୟରେ ପୁରୁଷମାନଙ୍କଠାରୁ ମହିଳାମାନେ କୌଣସି କାର୍ଯ୍ୟରେ ମଧ୍ୟ କମ ନୁହନ୍ତି । ଘର କାର୍ଯ୍ୟ କରିବା ସହିତ ଅଫିସ କାର୍ଯ୍ୟ ମଧ୍ୟ କରୁଛନ୍ତି । ଉଭୟ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇବା ପାଇଁ ସଫଳ ମହିଳା । ତେବେ ବୟସ ସହିତ କାର୍ଯ୍ୟ ବୃଦ୍ଧି ଯୋଗୁଁ ମହିଳାମାନେ ଥକ୍କା ଅନୁଭବ କରିଥାଆନ୍ତି । ବ୍ୟସ୍ତବହୁଳ ଜୀବନ ଏବଂ ଅତ୍ୟଧିକ କାର୍ଯ୍ୟଭାର ହେତୁ ଥକ୍କା ଅନୁଭବ କରିବା ସ୍ୱାଭାବିକ । କିନ୍ତୁ ଏହି କାର୍ଯ୍ୟଭାର ସର୍ବଦା ଥକାପଣ ସୃଷ୍ଟି କରେ ନାହିଁ । ସମସ୍ତେ ଭାବନ୍ତି କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ଅଧିକ ଥକ୍କା ଲାଗିଥାଏ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କାର୍ଯ୍ୟ ବୃଦ୍ଧି ସହିତ ଥକ୍କା ଲାଗିବାର ଆହୁରି ଅନେକ କାରଣ ଥାଇପାରେ । ଯାହାକି ଅଣଦେଖା କରିବା ଦ୍ବାରା ଅନେକ ସମସ୍ୟା ହୋଇଥାଇପାରେ ବୋଲି କୁହାଯାଇଛି ।
- ଏନିମିଆ: ମହିଳାମାନଙ୍କଠାରେ ଥକାପଣର ଏହା ଏକ ପ୍ରମୁଖ କାରଣ ଅଟେ । ରକ୍ତହୀନତା ହେତୁ ଶରୀରରେ ଲୋହିତ ରକ୍ତ କଣିକା ଉତ୍ପାଦନ କମିଯାଏ । ଏହି କାରଣରୁ ଜଣେ ଅତ୍ୟଧିକ କ୍ଲାନ୍ତ ଅନୁଭବ କରିଥାଆନ୍ତି । ରକ୍ତହୀନତା ହେତୁ ଦୁର୍ବଳ ଲାଗିବା ସହିତ ନିଦ୍ରାହୀନତା ସମସ୍ୟା ଦେଖାଯାଇଥାଏ । ଏହାସହିତ ହୃଦସ୍ପନ ବୃଦ୍ଧି ସହିତ ମୁଣ୍ଡବିନ୍ଧା ମଧ୍ୟ ହୋଇଥାଏ ।
- ଥାଇରଏଡ: ଥାଇରଏଡ କାରଣରୁ ଶରୀରର ହରମୋନରେ ଅସନ୍ତୁଳନ ଦେଖାଯାଏ । ଏହି କାରଣରୁ ଅନେକ ଗୁରୁତର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଥକାପଣ ଏବଂ ଦୁର୍ବଳତା ବ୍ୟତୀତ ଥାଇରଏଡ ଯୋଗୁଁ ମଧ୍ୟ ଶୀଘ୍ର ଓଜନ ବୃଦ୍ଧି ସହିତ କେଶ ଝଡ଼ିବା ଏବଂ ଚର୍ମ ଶୁଷ୍କ ଦେଖାଯାଇଥାଏ । ଥାଇରଏଡ ସମସ୍ୟା ଦେଖାଦେଲେ କ୍ଲାନ୍ତ ଲାଗିବା ସହିତ ମୁଡ୍ସୁଇଂ ହୋଇଥାଏ ।
- ମଧୁମେହ: ବର୍ତ୍ତମାନ ସମୟରେ ଡାଇବେଟିସ୍ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଏହା ଯୋଗୁଁ ମହିଳାମାନଙ୍କ ଠାରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ବାରମ୍ବାର ଶୋଷ ଲାଗିବା ସହିତ ପରିସ୍ରା ଲାଗିବା ସମସ୍ୟା ମଧ୍ୟ ଦେଖାଯାଇଥାଏ।
ଏହା ମଧ୍ୟ ପଢନ୍ତୁ: ସବୁବେଳ ଥକ୍କା ଲାଗିବା ସହ ନିଦ ହେଉନଥିଲେ ସାବଧାନ! ହୋଇପାରେ କିଡନୀ ସମସ୍ୟା
- ଡିପ୍ରେସନ୍: ଆଜିକା ସମୟରେ ଡିପ୍ରେସନ୍ ଏକ ମୁଖ୍ୟ ସମସ୍ୟା ହୋଇଛି । ଯେଉଁ ବ୍ୟକ୍ତି ଡିପ୍ରେସନର ଶିକାର ହୋଇଥାଆନ୍ତି ସେହି ବ୍ୟକ୍ତିଙ୍କୁ ଭୋକ ଅଧିକ ଲାଗିଥାଏ । ଏହା ସହିତ ଶରୀରରେ ନ୍ୟୁଟ୍ରେସନ ମଧ୍ୟ ଅଭାବ ଦେଖାଦେଇପାରେ । ନିଦ୍ରାହୀନତା ସମସ୍ୟା ଦେଖାଦେବା ସହିତ ନକରାତ୍ମକ ଚିନ୍ତାଧାରା ମନକୁ ଆସିଥାଏ ।
- ଭିଟାମିନ୍ ଡି'ର ଅଭାବ: ବୟସ ବଢ଼ିବା ସହିତ ଶରୀରରେ ଭିଟାମିନ ଡି'ର ଅଭାବ ଦେଖାଯାଇଥାଏ, ଯାହାକି ଥକ୍କାପଣର କାରଣ ହୋଇଥାଏ । ଏହି ଭିଟାମିନର ଅଭାବ ଯୋଗୁଁ ଶରୀରର ହାଡ଼ ଏବଂ ମାଂସପେଶୀ ଦୁର୍ବଳ ହୋଇଥାଏ ।
- ଥକ୍କାପଣ: ବାରମ୍ବାର ଥକ୍କା ଲାଗିଲେ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ଥାଇରଏଡ ଏବଂ ଏନିମିଆର ଯାଞ୍ଚ କରିବା ମଧ୍ୟ ନିହାତି ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ