ETV Bharat / sukhibhava

ଜୀବନରେ ୫ଟି କାର୍ଯ୍ୟ କଲେ ଦୂର ହୋଇପାରିବ ମାନସିକ ରୋଗ

author img

By

Published : Jan 26, 2022, 8:42 PM IST

ଡିମେନ୍ସିଆ ବା ମାନସିକ ରୋଗ କଥା ଶୁଣି ଶୁଣି କେତେକ ବ୍ୟକ୍ତି ବିଚଳିତ ହୋଇଯାଆନ୍ତି । କିନ୍ତୁ ସଠିକ୍ ଖାଦ୍ୟ, ପାନୀୟ ଗ୍ରହଣ ଦ୍ବାରା ଏହାକୁ ରୋକାଯାଇପାରିବ । ଏହି ୫ଟି କାମ କରିବା ଦ୍ବାରା ଡିମେନ୍ସିଆ ହେବାର କମ୍ ଆଶଙ୍କା ଥାଏ, କଣ ଜାଣନ୍ତୁ ।

ଜୀବନରେ ୫ଟି କାର୍ଯ୍ୟ କଲେ ଦୂର ହୋଇପାରିବ ମାନସିକ ରୋଗ
ଜୀବନରେ ୫ଟି କାର୍ଯ୍ୟ କଲେ ଦୂର ହୋଇପାରିବ ମାନସିକ ରୋଗ

ହାଇଦ୍ରାବାଦ: ପାଖାପାଖି ୫ ଲକ୍ଷ ଅଷ୍ଟ୍ରେଲିଆ ଲୋକେ ଡିମେନ୍ସିଆ, ପାଗଳାମି ବା ମାନସିକ ରୋଗରେ ପୀଡିତ । ଯଦି କୌଣସି ନିରାକରଣ କରାନଯାଏ ଏହି ସଂଖ୍ୟା ୨୦୫୮ ସୁଦ୍ଧା ୧୧ ଲକ୍ଷରେ ପହଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ଡିମେନ୍ସିଆ ଉଚ୍ଚ ରକ୍ତଚାପ, ରକ୍ତରେ ଶର୍କରା ପରିମାଣ ବୃଦ୍ଧି, ଓଜନ ବୃଦ୍ଧି ଏବଂ ଅତ୍ୟଧିକ ମଦ୍ୟପାନ କରିବା ଦ୍ବାରା ହୋଇଥାଏ । ଏହା ରକ୍ତ ନଳୀକୁ କ୍ଷତି ପହଞ୍ଚାଇଥାଏ ଏବଂ ମସ୍ତିଷ୍କକୁ ରକ୍ତ ଏବଂ ଅମ୍ଳଜାନର ପ୍ରବାହକୁ ହ୍ରାସ କରିଥାଏ ।

ପର୍ଯ୍ୟାପ୍ତ ଅମ୍ଳଜାନ ବିନା ମସ୍ତିଷ୍କ କୋଷଗୁଡ଼ିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିନପାରି ନଷ୍ଟ ହୋଇଯାଏ । ଫଳରେ ରକ୍ତ ପ୍ରବାହ ହ୍ରାସ ଘଟି ପାଗଳାମି ଲକ୍ଷଣ ଦେଖା ଦେଇଥାଏ । କିନ୍ତୁ କେତେକ ଅଭ୍ୟାସକୁ ପରିବର୍ତ୍ତନ କରିବା ଦ୍ବାରା ଡିମେନ୍ସିଆର ବିପଦକୁ ହ୍ରାସ କରିପାରିବା । ଜୀବନଶୈଳୀରେ ୫ଟି ପରିବର୍ତ୍ତନ ଦ୍ବାରା ଆମେ ଡିମେନ୍ସିଆରୁ ମୁକ୍ତି ପାଇପାରିବା ।

ପ୍ରତି ସପ୍ତାହରେ ୨୩ଥର ତେଲିଆ ମାଛ ସେବନ କରନ୍ତୁ:-

ତେଲିଆ ମାଛ, ଯେପରିକି ସଲମାନ, ସାର୍ଡିନ ଏବଂ ମାକେରେଲ ପରି ଓମେଗା -3 ପଲିଅନସଚୁରେଟେଡ୍ ଫ୍ୟାଟି ଏସିଡରେ ଭରପୂର ଥିବା ମାଛଗୁଡିକୁ ସେବନ କରନ୍ତୁ । ଓମେଗା-3 ର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପ୍ରଭାବ ରହିଛି ଏବଂ ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ । ଆମ ମସ୍ତିଷ୍କ କୋଷଗୁଡ଼ିକର ଗଠନ ଏବଂ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଓମେଗା-3 ଆବଶ୍ୟକୀୟ ପୁଷ୍ଟିକର ।

ପ୍ରତି ଭୋଜନରେ ପନିପରିବା ଖାଆନ୍ତୁ:-

ପ୍ଲାଣ୍ଟ ଖାଦ୍ୟ ଯେପରିକି ସବୁଜ ପତ୍ରଯୁକ୍ତ, ଅଲିଭ୍ ତେଲ, ବ୍ଲୁବେରି, ବାଦାମ ଏବଂ ଡାଲି - ପଲିଫେନୋଲ୍, ଫ୍ଲାଭୋନାଏଡ୍, କାରୋଟିନଏଡ୍, ଭିଟାମିନ-ସି ଏବଂ ଭିଟାମିନ-ଇ ସହ ଅନ୍ୟାନ୍ୟ ଭିଟାମିନ୍ ଏବଂ ମିନେରାଲ୍ସ ଧାରଣ କରିଥିବା ସବୁଜ ପନିପରିବା ଖାଦ୍ୟ ଖାଇବା ଉଚିତ୍ । ଉଦ୍ଭିଦଜାତ ଖାଦ୍ୟ ବା ପନିପରିବା ଅତ୍ୟଧିକ ଖାଇବା ଦ୍ବାରା ରକ୍ତଚାପ, ଗ୍ଲୁକୋଜ୍ ନିୟନ୍ତ୍ରଣ ଏବଂ ଶରୀର ଗଠନରେ ଉନ୍ନତି ଆଣିବାରେ ସାହାଯ୍ୟ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖେ ଏବଂ ଡିମେନ୍ସିଆ ଭଳି ରୋଗରୁ ରକ୍ଷା କରେ ।

ମସଲା ଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ:-

ସନ୍ତୁଳିତ ଚର୍ବି, ବିଶୋଧିତ କାର୍ବୋହାଇଡ୍ରେଟ୍, ଲାଲ ଏବଂ ଅତ୍ୟଧିକ ମସଲାଯୁକ୍ତ ମାଂସ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ, ଟାଇପ୍ 2 ଡାଇବେଟିସ୍ ଏବଂ ମୋଟାପଣ ବୃଦ୍ଧି କରିଥାଏ । ଏହି ଖାଦ୍ୟକୁ ଅଧିକ ଖାଇବା ଅର୍ଥ ଅନ୍ୟ ଖାଦ୍ୟର ପ୍ରଭାବ କମ୍ ପଡିବାର ସମ୍ଭାବନା ରହିଛି । ତେଣୁ ସମ୍ପୂର୍ଣ୍ଣ ଶସ୍ୟ (ଓଟସ୍, ରାଇ, ବକୱାଟ୍ ଏବଂ ବାର୍ଲି ପରି) ଫାଇବର, ଭିଟାମିନ୍ ବି, ଇ, ମ୍ୟାଗ୍ନେସିୟମ୍ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଭଳି ଖାଦ୍ୟ ଖାଇବା ଉଚିତ୍ ।

ଶାରୀରିକ ପରିଶ୍ରମ କର ଏବଂ ସର୍ବଦା ଖୁସିରେ ରୁହନ୍ତୁ:-

ଶାରୀରିକ ପରିଶ୍ରମ କରିବା ଦ୍ବାରା ଶରୀରରୁ ମସ୍ତିଷ୍କକୁ ଅଧିକ ଅମ୍ଳଜାନ ପ୍ରେରଣ କରିବାରେ ସାହାଯ୍ୟ କରିଥାଏ । ସ୍ମରଣ ଶକ୍ତିରେ ଉନ୍ନତି ଏବଂ ଡିମେନ୍ସିଆରୁ ରକ୍ଷାକରେ ଶାରୀରିକ ପରିଶ୍ରମ । ବିଶେଷ କରି ବୟସ୍କମାନେ ଅଧିକାଂଶ ଦିନରେ ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେବା, ନିଷ୍କ୍ରିୟତାରୁ ବିରତି ନେବା ସହ କିଛି ଦୈନିକ ବ୍ୟାୟାମ କରିବା ଉଚିତ୍ । ତେବେ ପ୍ରତିଟି ଶାରୀରିକ ପରିଶ୍ରମ ମନ ପସନ୍ଦର ଧିରେ ଧିରେ ଆରମ୍ଭ କରିବା ଉଚିତ୍ । ଶାରୀରିକ କାର୍ଯ୍ୟକଳାପ ମଧ୍ୟରେ ବଗିଚାରେ କିଛି କାମ କରିବା, ଚାଲିବା ଏବଂ ଘର କାମ କରିପାରିବେ ।

ଧୂମପାନରୁ ଦୂରେଇ ରୁହନ୍ତୁ:-

ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରୁନଥିବା ବ୍ୟକ୍ତିଙ୍କ ତୁଳନାରେ ଡିମେନ୍ସିଆରେ ପୀଡିତ ହେବାର ୬୦ ପ୍ରତିଶତ ଅଧିକ ଆଶଙ୍କା ଥାଏ । କାରଣ ଧୂମପାନ, ଅକ୍ସିଡେଟିଭ୍ ଚାପକୁ ବୃଦ୍ଧି କରିଥାଏ, ଯାହା ଆମ ରକ୍ତ ସଞ୍ଚାଳନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ତେଣୁ ତୁରନ୍ତ ଧୂମପାନରୁ ନିବୃତ୍ତ ରହିବା ଉଚିତ୍ । ଧୂମପାନ କରୁନଥିବା ବ୍ୟକ୍ତି ଡିମେନ୍ସିଆର ଶିକାର ହେବାର ଆଶଙ୍କା ଖୁବ୍ କମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.