ETV Bharat / sukhibhava

ବରଫ ତଳୁ 48,500 ବର୍ଷର ପ୍ରାଚୀନ ଭୂତାଣୁ ଚିହ୍ନଟ, ଚେତାବନୀ ଦେଲେ ବୈଜ୍ଞାନିକ

author img

By

Published : Nov 30, 2022, 11:29 AM IST

ସର୍ବଦା ବରଫ ଜମାଟ ବାନ୍ଧି ରହୁଥିବା ଭୂମି ଅଞ୍ଚଳ ପର୍ମାଫ୍ରଷ୍ଟରୁ 48 ହଜାର 500 ବର୍ଷର ପୂରୁଣା ଭୂତାଣୁ ଚିହ୍ନଟ କଲେ ବୈଜ୍ଞାନିକ(48500 year old zombie virus revived by scientists in Russia) । ଏହା ଭବିଷ୍ୟତରେ ବଡ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକଙ୍କ ଚେତାବନୀ । ଅଧିକ ପଢନ୍ତୁ

ବରଫ ତଳୁ 48,500 ବର୍ଷର ପ୍ରାଚୀନ ଭୂତାଣୁ ଚିହ୍ନଟ, ଚେତାବନୀ ଦେଲେ ବୈଜ୍ଞାନିକ
ବରଫ ତଳୁ 48,500 ବର୍ଷର ପ୍ରାଚୀନ ଭୂତାଣୁ ଚିହ୍ନଟ, ଚେତାବନୀ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ପର୍ମାଫ୍ରଷ୍ଟ(ଯେଉଁ ଭୂମିରେ ସର୍ବଦା ବରଫ ଜମାଟ ବାନ୍ଧି ରହେ) ମାନବ ସମାଜ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ । କାରଣ ଏହି ବରଫରୁ ହଜାର ହଜାର ବର୍ଷ ପୂର୍ବର ଭୂତାଣୁର ସନ୍ଧାନ ପାଇଛନ୍ତି ବୈଜ୍ଞାନିକ । ଅନୁସନ୍ଧାନକାରୀମାନେ ଏଠାରୁ ପ୍ରାୟ ଦୁଇ ଡଜନ ଭାଇରସ୍ ପାଇଛନ୍ତି, ଯେଉଁଥିରେ 48 ହଜାର 500 ବର୍ଷ ପୂରୁଣା ଭୂତାଣୁ ମଧ୍ୟ ରହିଛି(48500 year old zombie virus revived by scientists in Russia) । ଏହି ଭୂତାଣୁ ଗୁଡିକ ଭବିଷ୍ୟତରେ ମହାମାରୀ ରୂପ ନେଇପାରନ୍ତି ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ।

ରିପୋର୍ଟ ଅନୁସାରେ, ୟୁରୋପୀୟ ଅନୁସନ୍ଧାନକାରୀମାନେ ଋଷର ସାଇବେରିଆ ଅଞ୍ଚଳରେ ପର୍ମାଫ୍ରଷ୍ଟରୁ ସଂଗୃହିତ ପ୍ରାଚୀନ ନମୁନା ଗୁଡିକ ପରୀକ୍ଷା କରିଥିଲେ । ସେମାନେ 13 ଟି ନୂତନ ରୋଗ ସୃଷ୍ଟି କାରକ ଭୂତାଣୁକୁ ପୁନର୍ଜୀବିତ କରିଛନ୍ତି, ଯାହାକୁ 'ଜମ୍ବି ଭାଇରସ୍'(zombie virus) କୁହାଯାଉଛି । ଏକ ବରଫ ଆଚ୍ଛାଦିତ ଅଞ୍ଚଳରେ ଏକ ହଜାର ବର୍ଷ ଧରି ଫସି ରହିଥିବା ସତ୍ତ୍ବେ ସେଗୁଡ଼ିକ ଜୀବିତ ଥିବା ବୈଜ୍ଞାନିକମାନେ କହିଛନ୍ତି । ତେବେ ବୈଜ୍ଞାନିକମାନେ ଦୀର୍ଘ ଦିନରୁ ଚେତାବନୀ ଦେଇଆସୁଛନ୍ତି ଯେ, ବାୟୁମଣ୍ଡଳୀୟ ଉତ୍ତାପ କାରଣରୁ ପର୍ମାଫ୍ରଷ୍ଟରେ ଥିବା ମିଥେନ ଭଳି ଗ୍ରୀନ୍ ହାଉସ୍ ଗ୍ୟାସ୍ ମୁକ୍ତ ହୋଇଯିବ, ଯାହା ଜଳବାୟୁକୁ ଆହୁରି ଖରାପ କରିଦେବ, କିନ୍ତୁ ରୋଗ ସୃଷ୍ଟି କରୁଥିବା ଭୂତାଣୁ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏହିସବୁ ଭୂତାଣୁ ଜୀବିତ ରହିବା ସହ ବରଫ ତରଳିବା ଦ୍ବାରା ସେମାନେ ବାୟୁମଣ୍ଡଳରେ ବ୍ୟାପିବାର ସମ୍ଭାବନା ରହିଛି ।

ଋଷ, ଜର୍ମାନୀ ଏବଂ ଫ୍ରାନ୍ସର ଅନୁସନ୍ଧାନକାରୀ ଦଳ କହିଛନ୍ତି ଯେ, ସେମାନଙ୍କ ଅନୁସନ୍ଧାନରେ ଭୂତାଣୁ ପୁନର୍ଜୀବିତ ହେବାର ଏକ ଅର୍ଗାନିକ୍(ଜୈବିକ) ବିପଦ ରହିଛି, କାରଣ ଟାର୍ଗେଟ୍ ଷ୍ଟ୍ରେନ୍‌ ଗୁଡିକ ମୁଖ୍ୟତଃ ଏମିବା(Amoeba)କୁ ସଂକ୍ରମିତ କରିବାରେ ସକ୍ଷମ ହୋଇଥାଏ । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ଭୂତାଣୁର ସମ୍ଭାବ୍ୟ ପୁନରୁଦ୍ଧାର ଅତ୍ୟନ୍ତ ସମସ୍ୟାଜନକ । ଏହି ଅନୁସନ୍ଧାନକୁ ଗୁରୁତର ସହ ନେବା ଉଚିତ୍ । ନଚେତ୍ ଏହା ଭବିଷ୍ୟତରେ ବଡ ବିପଦ ସୃଷ୍ଟି କରିପାରେ । ଏ ଗୁଡିକ ପଶୁ କିମ୍ବା ମଣିଷକୁ ସଂକ୍ରମିତ କରିପାରେ । ଅଣଦେଖା କରାଗଲେ ଭବିଷ୍ୟତରେ କୋରୋନା ଭଳି ମହାମାରୀ ଆସିପାରେ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.