ETV Bharat / sukhibhava

କ୍ବାଲିଟି ପରୀକ୍ଷାରେ 48ଟି ଔଷଧ ଫେଲ୍, ତାଲିକାରେ ବିପି ମେଡିସିନ୍ ବି ସାମିଲ୍

ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(CDSCO) ରିପୋର୍ଟ ଅନୁସାରେ ଭାରତୀୟ ବଜାରରେ ଉପଲବ୍ଧ 48 ପ୍ରକାର ଔଷଧ ନିମ୍ନମାନର । ବିପିଠୁ ଆଲର୍ଜି ଚିକତ୍ସା ପାଇଁ ବହୁଳ ବ୍ୟବହୃତ ମେଡିସିନ୍‌ ବି ଏହି ତାଲିକାରେ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ

author img

By

Published : Apr 29, 2023, 12:40 PM IST

drugs quality test
drugs quality test

ହାଇଦ୍ରାବାଦ: ଗୁଣାତ୍ମକ(Quality) ପରୀକ୍ଷାରେ 48ଟି ଔଷଧ ବିଫଳ । କ୍ୟାଲସିୟମ, ମଲ୍ଟିଭିଟାମିନ୍, ଆଣ୍ଟିବାୟୋଟିକ୍ ସହ ଭାରତୀୟ ବଜାରରେ ଉପଲବ୍ଧ 48ଟି ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛନ୍ତି । ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(CDSCO) ଏହାର ଅନୁସନ୍ଧାନ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି । ଏଥିସହ ତୁରନ୍ତ ଏସବୁ ଔଷଧକୁ ବଜାରରୁ ପ୍ରତ୍ୟାହାର କରିବାକୁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ମାସରେ ସମୁଦାୟ 1497 ଔଷଧର ଗୁଣାତ୍ମକ ଯାଞ୍ଚ କରାଯାଇଥିଲା । ସେଥି ମଧ୍ୟରୁ 48ଟି ଔଷଧ ନିମ୍ନମାନର ବୋଲି ଚିହ୍ନଟ ହୋଇଛି । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଔଷଧ ଗୁଡିକ ମଧ୍ୟରୁ 3 ପ୍ରତିଶତ ଔଷଧ ଏପରି ଅଛି, ଯେଉଁ ଗୁଡିକ ମାନବ ବ୍ୟବହାର ଯୋଗ୍ୟ ନୁହେଁ । CDSCOର ପରୀକ୍ଷା ରିପୋର୍ଟରେ ଉତ୍ତରାଖଣ୍ଡରେ ଉତ୍ପାଦିତ 14ଟି, ହିମାଚଳ ପ୍ରଦେଶରେ 13ଟି, କର୍ଣ୍ଣାଟକରେ 4ଟି, ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀରେ 2ଟି ଏବଂ ଗୁଜୁରାଟ, ମଧ୍ୟପ୍ରଦେଶ, ସିକ୍କିମ, ଜମ୍ମୁ ଏବଂ ପୁଡୁଚେରୀରେ ଉତ୍ପାଦିତ ଔଷଧ ରହିଛି ।

ଏହି ଔଷଧ ଗୁଡିକ PSU କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସ, ଉତ୍ତରପ୍ରଦେଶର ସିନୋକେମ୍ ଫାର୍ମାସ୍ୟୁଟିକାଲ୍ସ, ହରିୟାଣା ଭିତ୍ତିକ ନେଷ୍ଟୋର ଫାର୍ମାସ୍ୟୁଟିକାଲ୍ସ, ଉତ୍ତରପ୍ରଦେଶର ଜେବିଜେଏମ୍ ପ୍ୟାରେଣ୍ଟେରାଲ୍, ସୋଲାନ୍ ଭିତ୍ତିକ ରୋନାମ୍ ହେଲଥ କେୟାର ଏବଂ ମୁମ୍ବାଇ ସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସରେ ପ୍ରସ୍ତୁତ କରାଯାଏ । CDSCO ରିପୋର୍ଟ ଅନୁଯାୟୀ, ଏହି ଔଷଧଗୁଡ଼ିକରେ ଲାଇକୋପିନ୍ ମିନେରାଲ୍ ସିରପ୍ ଭଳି ଔଷଧ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ଲୋକମାନେ ବହୁ ପରିମାଣରେ ବ୍ୟବହାର କରନ୍ତି । ଏହା ବ୍ୟତୀତ ଭିଟାମିନ୍-ସି ଇଞ୍ଜେକ୍ସନ୍, ଫୋଲିକ୍ ଏସିଡ୍ ଇଞ୍ଜେକ୍ସନ୍, ଏଲବେଣ୍ଡାଜୋଲ୍, କୌଶିକ୍ ଡକ୍-500, ନିକୋଟିନାମାଇଡ୍ ଇଞ୍ଜେକ୍ସନ୍, ଆମୋକ୍ସାନୋଲ୍ ପ୍ଲସ୍ ଏବଂ ଆଲସିଫ୍ଲକ୍ସ ଭଳି ଔଷଧ ଅଛି ।

ଏହା ମଧ୍ୟ ପଢନ୍ତୁ:- ଇମ୍ୟୁନୋଥେରାପି କଣ, ଜାଣନ୍ତୁ ଏହି ଚିକିତ୍ସା ପଦ୍ଧତିର ସମ୍ପୂର୍ଣ୍ଣ ବିବରଣୀ

ଏହି ଔଷଧଗୁଡ଼ିକ ଭିଟାମିନ୍ ଅଭାବକୁ ସଂଶୋଧନ କରିବା, ଉଚ୍ଚ ବିପି ନିୟନ୍ତ୍ରଣ କରିବା, ଆଲର୍ଜି ରୋକିବା, ଏସିଡ୍ ନିୟନ୍ତ୍ରଣ କରିବା ଏବଂ ଫଙ୍ଗଲ୍ ସଂକ୍ରମଣକୁ ଦୂର କରିବା ପାଇଁ ବ୍ୟବହୃତ ହୁଏ । ଏକ ଜଣାଶୁଣା କମ୍ପାନୀର ଟୁଥପେଷ୍ଟ ମଧ୍ୟ ଏହି ପରୀକ୍ଷଣରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ସବୁଠୁ ବଡ କଥା ହେଉଛି କି ଏହି ଟୁଥ୍‌ପେଷ୍ଟ ଅଧିକ ବହୁତ ବ୍ୟବହାର ହୋଇଥାଏ । ଏହି ଅନୁସନ୍ଧାନରେ ଫାର୍ମା କମ୍ପାନୀ ମାନ ଗୁଡିକ ଯାଞ୍ଚ ପାଇଁ ସମସ୍ତ ଡ୍ରଗ୍ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଫଳ ଔଷଧ ଗୁଡ଼ିକୁ ମଧ୍ୟ ତୁରନ୍ତ ବଜାରରୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କହି ରଖୁଛୁ ଯେ, CDSCOର କାମ ହେଉଛି ପ୍ରତି ମାସରେ ବିଭିନ୍ନ ଫାର୍ମା କମ୍ପାନୀର ଔଷଧର ନମୁନା ପରୀକ୍ଷା କରିବା । ଗତ ବର୍ଷ ନଭେମ୍ବରରେ ମଧ୍ୟ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ପ୍ରାୟ 50 ଟି ଔଷଧ ନିମ୍ନମାନର ବୋଲି ଜଣା ପଡିଥିଲା । ସେଥିମଧ୍ୟରୁ ଆଣ୍ଟିବାୟୋଟିକ୍ ଅନ୍ତର୍ଭୁକ୍ତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.