ETV Bharat / sukhibhava

4 Plant-Based Foods: ପ୍ରତି ସପ୍ତାହରେ ଖାଆନ୍ତୁ ଏହି ୪ଟି ଉଦ୍ଭିଦଜାତ ଖାଦ୍ୟ

author img

By

Published : Jan 6, 2022, 7:58 PM IST

ଉଦ୍ଭିଦ ଜାତୀୟ ଖାଦ୍ୟଗୁଡ଼ିକ ସୁସ୍ଥ ପୋଷକ ତତ୍ତ୍ବର ଉତ୍ତମ ଉତ୍ସ । ଏଥିରେ ବିଭିନ୍ନ ପ୍ରକାରର ଡାଏଟାରୀ ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ବିଭିନ୍ନ ପ୍ରକାରର ଫାଇଟୋନ୍ୟୁଟ୍ରିଏଣ୍ଟ୍ ଅନ୍ତର୍ଭୁକ୍ତ । ଉଦ୍ଭିଦଗୁଡିକ ଏଗୁଡ଼ିକୁ ଜୀବାଣୁ ଏବଂ କୀଟନାଶକରୁ ନିଜକୁ ରକ୍ଷା କରିବା ପାଇଁ ଉତ୍ପାଦନ କରିଥାନ୍ତି । ଏଗୁଡ଼ିକ ଆମ ଶରୀର ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ । ତେବେ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ ଥିବା 4ଟି ଉଦ୍ଭିଦ ଜାତ ଖାଦ୍ୟ ସମ୍ପର୍କରେ ଜାଣନ୍ତୁ

Pant-Based Foods: ପ୍ରତି ସପ୍ତାହରେ ଖାଆନ୍ତୁ ଏହି ୪ଟି ଉଦ୍ଭିଦଜାତ ଖାଦ୍ୟ

ହାଇଦ୍ରାବାଦ: ଉତ୍ତମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଉଦ୍ଭିଦଜାତ ଖାଦ୍ୟ ଉପକାରୀ ହୋଇଥାଏ । ଏହା ଉପରେ ଗତ ୨୦୨୧ ମେ ମାସରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ନେଇ ଏକ ଗବେଷଣା ହୋଇଛି । ଗବେଷଣାରେ ସାମିଲ ହୋଇଥିବା ଲୋକେ ପ୍ରାୟ ୨୫ ବର୍ଷ ଧରି ଉଦ୍ଭିଦଜାତ ଦ୍ରବ୍ୟକୁ ଖାଦ୍ୟ ଭାବେ ଗ୍ରହଣ କରିଥିଲେ । ଗବେଷଣାରୁ ଜଣାପଡ଼ିଛି ଯେଉଁ ବ୍ୟକ୍ତିମାନେ ଏହି ଉଦ୍ଭିଦଜାତ ଖାଦ୍ୟକୁ ନିଜ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିଛନ୍ତି ସେମାନେ କମ ରୋଗରେ ପୀଡ଼ିତ ହେଉଥିବା ବେଳେ ଦୀର୍ଘାୟୁ ମଧ୍ୟ ହୋଇଛନ୍ତି ।

ତେବେ କେଉଁ ୫ଟି ଉଦ୍ଭିଦଜାତ ଖାଦ୍ୟକୁ ଆମେ ସବୁବେଳେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ ଏବଂ କିପରି ଏଗୁଡିକ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ଆସନ୍ତୁ ଜାଣିବା....

୧. ଟମାଟୋ:-

ଟମାଟୋ
ଟମାଟୋ
  • ଟମାଟୋ ସାଧାରଣତଃ ପରିବା ତାଲିକାରେ ଅନ୍ତର୍ଭୁକ୍ତ ହୁଏ ନାହିଁ । ଏହି ଉଦ୍ଭିଦଜାତ ଖାଦ୍ୟଟି ଭିଟାମିନ 'C' ଓ ଲାଇକୋପିନରେ ଭରପୂର ହୋଇଥାଏ । ଲାଇକୋପିନ ହେଉଛି ଏକ କ୍ୟାରୋଟିନଏଡ଼(carotenoid) । କ୍ୟାରୋଟିନଏଡ଼ ହେଉଛି ଏକ ପ୍ରକାର ରଙ୍ଗ, ଯାହାକି ଉଦ୍ଭିଦଜାତ ଦ୍ରବ୍ୟର ଉଜ୍ଜ୍ବଳ ରଙ୍ଗ(bright colour) ପାଇଁ ଦାୟୀ ହୋଇଥାଏ । କିଛି ଲୋକଙ୍କୁ ୬ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ୧-୧.୫ କପ୍‌ ଟମାଟୋ ରସକୁ ଖାଇବା ପାଇଁ କୁହାଯାଇଥିଲା । ଏପରି କରୁଥିବା ବ୍ୟକ୍ତିଙ୍କ ଟ୍ରାଇଗ୍ଲିସେରାଇଡ଼ (Triglyceride)ର ପରିମାଣ ହ୍ରାସ ହୋଇଥିଲା । ଏହି ଟ୍ରାଇଗ୍ଲିସେରାଇଡ଼ ଶରୀରରେ ବୃଦ୍ଧି ପାଇଲେ ହାର୍ଟ ପ୍ରତି ବିପଦ ହୋଇଥାଏ । ଏହାସହିତ କୋଲେଷ୍ଟ୍ରୋଲ(cholesterol level) ମଧ୍ୟ କମିଥିବା ଦେଖିବାକୁ ମିଳିଛି ।
  • ଏହି ଟମାଟୋ ଜାତୀୟ ଖାଦ୍ୟ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହୁଥିବା ଦେଖିବାକୁ ମିଳିଛି । ୨ ଲକ୍ଷ ୬୦ ହଜାର ଲୋକଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ଅଧିକ ଟମାଟୋ ଜାତୀୟ ରନ୍ଧା ଖାଦ୍ୟ, ଟମାଟୋ ସସ୍‌ ଖାଉଛନ୍ତି ସେମାନଙ୍କ କ୍ଷେତ୍ରରେ prostate cancer(ପୁରୁଷଙ୍କ ପ୍ରଜନନ ଅଙ୍ଗରେ ଦେଖାଯାଉଥିବା କର୍କଟ) କମ ହେଉଥିବା ଦେଖିବାକୁ ମିଳିଛି ।

୨. କଖାରୁ(Pumpkin):-

କଖାରୁ
କଖାରୁ
  • କଖାରୁରେ ବିଟା-କ୍ୟାରୋଟିନ(beta-carotene) ଅଧିକ ପରିମାଣରେ ରହିଥାଏ । ଏହା ମଧ୍ୟ ଏକପ୍ରକାର କ୍ୟାରୋଟିନଏଡ଼(plant pigment) । ଏହା ଶରୀରକୁ ଗଲେ vitamin Aରେ ପରିଣତ ହୋଇଥାଏ । ଏହା ଶରୀରରେ ଆଣ୍ଟିବଡ଼ି ତିଆରି କରିବାରେ ସାହାଯ୍ୟ କରିଥାଏ, ଯାହାକି ସଂକ୍ରମଣ ବିରୋଧରେ ଲଢିଥାଏ । ଏହାସହିତ ଆଖି, ଚର୍ମ, ଫୁସଫୁସ ଓ ଗଟ୍‌(ପାକସ୍ଥଳୀଠାରୁ ମଳାଶୟ ପର୍ଯ୍ୟନ୍ତ ଅଙ୍ଗ)କୁ ସୁସ୍ଥ ରଖିଥାଏ ।
  • ଯେଉଁ ବ୍ୟକ୍ତିମାନେ ଅଧିକ beta-carotene ଥିବା ଖାଦ୍ୟ( ଯେପରିକି କଖାରୁ, ଗାଜର, କନ୍ଦମୂଳ ଓ ଶାଗ) ଖାଇଥାନ୍ତି ସେମାନଙ୍କ ଆଭ୍ୟନ୍ତରୀଣ ଅଙ୍ଗଗୁଡିକ ସୁସ୍ଥ ରହିଥାଏ । ଏହାସହିତ ହୃତପିଣ୍ଡ ଜନିତ ରୋଗ, ହୃଦଘାତ ଆଦି କମ ହୋଇଥାଏ । ପ୍ରାୟ ୧୦ ବର୍ଷ ଧରି ଲୋକଙ୍କୁ ନେଇ ଗବେଷଣା କରିବା ପରେ ଏହି ମତ ପ୍ରକାଶ ପାଇଛି ।

3. ଛତୁ(Mushroom):-

ଛତୁ
ଛତୁ
  • ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହିତ ଛତୁ ପୁଷ୍ଟିକର ପରିମାଣରେ ଭରପୂର ହୋଇଥାଏ । ଆମ ଶରୀରରେ ଚାଲୁଥିବା ସାଧାରଣ ପ୍ରକ୍ରିୟା ଅକ୍ସିଡେଟିଭ୍ ଚାପ(oxidative stress) ସୃଷ୍ଟି କରେ । ଏହାପରେ ଶରୀରରେ ରେଡିକାଲ୍(free radicals) ସୃଷ୍ଟି ହୋଇଥାଏ । ରେଡିକାଲ ହେଉଛି ଛୋଟ କଣିକା ଯାହା କୋଷର କାନ୍ଥ(cell wall)କୁ ନଷ୍ଟ କରିଦିଏ ଏବଂ କୋଷଗୁଡ଼ିକ ମରିଯାଏ । ଏଗୁଡିକ ଶରୀରରେ ବାର୍ଦ୍ଧକ୍ୟ ଏବଂ କିଛି କର୍କଟ ରୋଗର ବିକାଶର କାରଣ ହୋଇଥାନ୍ତି ।
  • ଛତୁ ଏବଂ ସ୍ବାସ୍ଥ୍ୟ ଉପରେ ହୋଇଥିବା 17ଟି ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ଅଧିକ ଛତୁ ଖାଇଥାନ୍ତି, ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା 34% କମ୍ ରହିଥାଏ । ସ୍ତନ କର୍କଟ(breast cancer) ପାଇଁ ଏହି ବିପଦ 35% କମ୍ ହୋଇଥାଏ । ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଛତୁ ଅଧିକ ଖାଇଲେ ଏହା ଏକ ବଟନ୍ ମୂଷା (ପ୍ରାୟ 18 ଗ୍ରାମ) ଖାଇବା ସହିତ ସମାନ ହୋଇଥାଏ ।

ଓଟ୍ସ(Oats):-

ଓଟ୍ସ
ଓଟ୍ସ
  • ଶସ୍ୟ ତୁଳନାରେ ଓଟ୍ସ କର୍ଣ୍ଣଲ(ଓଟ୍ସର ମଧ୍ୟଭାଗ), ରୋଲ୍ଡ ଓଟ୍ସ ଓ ଶୀଘ୍ର ତିଆରି ହୋଇଯାଉଥିବା ଓଟ୍ସ ଖାଇବା ଦ୍ବାରା ରକ୍ତରେ ଶର୍କରା ଏବଂ ଇନସୁଲିନ ସ୍ତର ଉପରେ ଏହାର ପ୍ରଭାବକୁ ନେଇ ୧୦ଟି ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣାପଡ଼ିଛି ଯେ ଓଟ୍ସ କର୍ଣ୍ଣଲ ଏବଂ ଥିକ୍‌ ରୋଲ୍ଡ ଓଟ୍ସ ଖାଇବା ଦ୍ବାରା ରକ୍ତ ଗ୍ଲୁକୋଜ ଏବଂ ଇନସୁଲିନ ସ୍ତରରେ ଉଲ୍ଲେଖନୀୟ ହ୍ରାସ ଘଟିଥଲା । କିନ୍ତୁ ଶୀଘ୍ର ତିଆରି ହୋଇଯାଉଥିବା ଓଟ୍ସ ଖାଇବା ପରେ ଏପରି ହୋଇନଥାଏ ।
  • ଏହି ଶୀଘ୍ର ତିଆରି ହେଉଥିବା ଓଟ୍ସ ବା Thick rolled oatକୁ ହଜମ କରିବା ଆମ ଶରୀରକୁ ଅଧିକ ସମୟ ଲାଗିଥାଏ । ଏଥିଲାଗି ଏହି ଥିକ୍‌ ରୋଲ୍ଡ ଓଟ୍ସ ଅପେକ୍ଷା ଓଟ୍ସର ପୁରା ଶସ୍ୟ(whole grain oats) ଯାହାକୁ ଗ୍ରୋଟ୍ସ(groats) କୁହଯାଏ, ଏହି ଓଟ୍ସ ଖାଇବା ଭଲ । ଓଟ୍ସ ହେଉଛି ବିଟା-ଗ୍ଲୁକାନ(beta-glucan)ର ଏକ ଉତ୍ତମ ଉତ୍ସ । ଏହା ଏକ ଦ୍ରବୀଭୂତ ଫାଇବର(soluble fiber) ଯାହାକି ରକ୍ତ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • 58ଟି ଅଧ୍ୟୟନରେ ଜଣାପଡିଛି ଯେ ଯେଉଁ ଲୋକମାନେ ଦିନକୁ ପ୍ରାୟ 3.5 ଗ୍ରାମର ବିଟା-ଗ୍ଲୁକାନ ଥିବା ଓଟ୍ସ ଖାଇଛନ୍ତି ସେମାନଙ୍କ କୋଲେଷ୍ଟ୍ରଲ ସ୍ତର ଯଥେଷ୍ଟ କମ୍ ରହିଛି । ଏହି ଓଟ୍ସ ଖାଇବା ଦ୍ବାରା ଶରୀରର ରକ୍ତଚାପ କମ ରହୁଥିବା ପ୍ରାୟ ୫ଟି ଅଧ୍ୟୟନରୁ ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.