ETV Bharat / sukhibhava

ବଢୁଛି ହୃଦ୍‌ଘାତଜନିତ ମୃତ୍ୟୁ, ହାଇଦ୍ରାବାଦରେ ସ୍ଥାପନ ହେବ 1400 ଡେଫିବ୍ରିଲେଟର୍ସ୍ - ହାଇଦ୍ରାବାଦରେ ସ୍ଥାପନ ହେବ ଡେଫିବ୍ରିଲେଟର୍

ହୃଦ୍‌ଘାତ ଜନିତ ସମସ୍ୟା ରୋକିବାକୁ ତେଲେଙ୍ଗାନା ସରକାରଙ୍କ ନୂଆ ପ୍ରୟାସ । ସର୍ବସାଧାରଣ ସ୍ଥାନରେ ସ୍ଥାପନ ହେବ 1400 ଡେଫିବ୍ରିଲେଟର୍ସ, ତାଲିମ ନେବେ ଏକ ଲକ୍ଷରୁ ଅଧିକ ଲୋକ । ଅଧିକ ପଢନ୍ତୁ

Surgeon is helping patient with an automated external defibrillator

author img

By

Published : Mar 2, 2023, 9:44 PM IST

ହାଇଦ୍ରାବାଦ: ସହରରେ ଆଗାମୀ ଦିନରେ 1400 ଡେଫିବ୍ରିଲେଟର୍ସ ସ୍ଥାପନ ହେବ । ବଢୁଥୁବା ହୃଦ୍‌ଘାତ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର । ରାଜ୍ୟରେ କମ୍ ବୟସର ପିଲା ହଠାତ୍ ଚେତା ହରାଇବା ସହ ହୃଦ୍‌ଘାତର ଶିକାର ହେଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଘୂରି ବୁଲିବା ପରେ ଡେଫିବ୍ରିଲେଟର୍ସ ସ୍ଥାପନ ଉପରେ ଗୁରୁତ୍ବ ଦେଇଛନ୍ତି । ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍(ସିପିଆର) ପାଇଁ ଏକ ଲକ୍ଷ ଲୋକଙ୍କୁ ତାଲିମ ଦିଆଯିବା ସହ ସର୍ବସାଧାରଣ ସ୍ଥାନରେ 1400 ଟି ଡେଫିବ୍ରିଲେଟର ସ୍ଥାପନ କରାଯିବ ।

ଜିଭିକେ ଏମର୍ଜେନ୍ସି ମ୍ୟାନେଜମେଣ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (EMRI) ସହଯୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଟି ହରିଶ ରାଓ ଏବଂ ପୌରାଞ୍ଚଳ ଓ ସହରବିକାଶ ମନ୍ତ୍ରୀ କେ.ଟି ରାମା ରାଓଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି । ରାଜ୍ୟରେ ହୃଦ୍‌ଘାତରେ ପୀଡିତ ଲୋକଙ୍କ ସଂଖ୍ୟା ବଢୁଥିବାରୁ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରାମା ରାଓ କହିଛନ୍ତି ଯେ, 24 ବର୍ଷୀୟ ପୋଲିସ୍ କନଷ୍ଟେବଳ ଜିମ୍‌ରେ କାମ କରୁଥିବା ସମୟରେ ହୃଦ୍‌ଘାତର ଶିକାର ହେବା ଦୃଶ୍ୟ ଏବଂ ଅନ୍ୟଜଣେ 19 ବର୍ଷୀୟ ନାଚିବା ସମୟରେ ହଠାତ୍ ତଳେ ପଡ଼ିଯିବା ଘଟଣା ଚକିତ କରିଥିଲା । 10 ଦିନ ମଧ୍ୟରେ ତେଲେଙ୍ଗାନାରେ ଏହିପରି ଚାରୋଟି ମାମଲା ସାମ୍ନାକୁ ଆସି ଥିବାବେଳେ କେବଳ ହାଇଦ୍ରାବାଦରେ ତିନି ଜଣଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ:- ହୃଦଘାତରେ ଏହି ସିଣ୍ଡ୍ରୋମ୍ ହୋଇଥାଏ ବିପଜ୍ଜନକ, ଜାଣନ୍ତୁ କଣ

ସେ କହିଛନ୍ତି ଯେ, ଯଦି ଲୋକଙ୍କୁ CPR(କାର୍ଡିଓପୁଲମୋନାରୀ ରିସ୍ୟୁସିଟେସନ୍)ରେ ତାଲିମ ଦିଆଯାଏ, ତେବେ ସେମାନେ ଏଭଳି ଜରୁରୀକାଳୀନ ପରିସ୍ଥିତିରେ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିପାରିବେ । ବସ୍, ରେଳ ଷ୍ଟେସନ୍, ମଲ୍ ଏବଂ ସରକାରୀ କାର୍ଯ୍ୟାଳୟ ପରି ସର୍ବସାଧାରଣ ସ୍ଥାନରେ ସିପିଆର ତାଲିମପ୍ରାପ୍ତ ଲୋକଙ୍କୁ ନିୟୋଜିତ କରାଯିବ । ଏହିସବୁ ସ୍ଥାନରେ 1400ଟି ସ୍ଥାନରେ ଡେଫିବ୍ରିଲେଟର ମଧ୍ୟ ଇନଷ୍ଟଲ୍ କରାଯିବ ।

ପରିସଂଖ୍ୟାନ ଅନୁସାରେ, ପ୍ରତିଦିନ 4,000 ଲୋକ ହଠାତ୍ ହୃଦ୍‌ଘାତରେ ଆକ୍ରାନ୍ତ ହେଉଛନ୍ତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, କାର୍ଡିଆର୍କ ଆରେଷ୍ଟର ସମ୍ମୁଖୀନ ହେଉଥିବା ପ୍ରତି 10 ଜଣଙ୍କ ମଧ୍ୟରୁ 9 ଜଣଙ୍କୁ ସିପିଆର୍ ଭଳି ପଦ୍ଧତି ଏବଂ ଡେଫିବ୍ରିଲେଟର ବ୍ୟବହାର କରି ରକ୍ଷା କରାଯାଇପାରିବ ବୋଲି ହରିଶ ରାଓ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦର 1400ଟି ସ୍ଥାନରେ ଡେଫିବ୍ରିଲେଟର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ଡେଫିବ୍ରିଲେଟର କଣ ?

ଡେଫିବ୍ରିଲେଟରଗୁଡ଼ିକ ହେଉଛି ଏକ ଉପକରଣ, ଯାହା ହୃଦ୍‌ସ୍ପନ୍ଦନକୁ ନର୍ମାଲ୍ କରିବା ପାଇଁ ସହାୟକ ହୋଇଥାଏ । ଏଗୁଡିକ ଏରିଥମିଆକୁ ରୋକିବାରେ ବ୍ୟବହୃତ ହୁଏ । ଏରିଥ୍‌ମିଆ ଏକ ହୃଦୟଜନିତ ସମସ୍ୟା, ଏହି ସମୟରେ ହୃଦସ୍ପନ୍ଦନ ଅତ୍ୟଧିକ ଧୀର କିମ୍ବା ଅତ୍ୟଧିକ ଦ୍ରୁତ ହୋଇଯାଏ । ହଠାତ୍ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲେ, ଡେଫିବ୍ରିଲେଟର ହାର୍ଟବିଟ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବାରେ ସାହାଯ୍ୟ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.