ଝାରସୁଗୁଡା: ଭିଜିଲାନ୍ସ ପଞ୍ଝାରେ ବେଣୁଧର ଛଞ୍ଚାଣ। ଝାରସୁଗୁଡା ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ବେଣୁଧରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏକକାଳୀନ 4ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ।
ତାଙ୍କର ବଢେଇମୁଣ୍ଡା ବାସଭବନ ସମେତ କୋଲାବିରା ବ୍ଲକର ଅଇତାପଡା ଗାଁରେ ଥିବା ପୈତୃକ ଘର, ଶଶୁର ଘର ସମ୍ବଲପୁରର ଗୁଡେସିଙ୍ଗା ଏବଂ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ଚଢାଉ । ପୂର୍ବରୁ ସେ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଥିବାବେଳେ, ଏହି ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି।
ତେବେ ତାଙ୍କର କେତେ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି, ତାହାର ଆକଳନ କରିବା ପରେ ଜଣାପଡିବ ବୋଲି ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି କିରାଣି ବେଣୁଧର ଛଞ୍ଚାଣ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ