ETV Bharat / state

ନିର୍ବାଚନୀ ଇସ୍ତାହାର ନେଇ ମଇଦାନରେ କଂଗ୍ରେସ - ଇସ୍ତାହାର

ଏଆଇସିସି ଦ୍ବାରା ଅନୁମୋଦିତ ହୋଇଛି କଂଗ୍ରେସର ନିର୍ବାଚନୀ ଇସ୍ତାହାର । ଯାହାକୁ ନେଇ ବର୍ତ୍ତମାନ ଭୋଟରଙ୍କୁ ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖାଇବାରେ ଲାଗିଛନ୍ତି କଂଗ୍ରେସ କର୍ମୀ । ଏନେଇ ଓଡିଶା ଆସି ଦଳ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 10, 2019, 7:05 PM IST

ଭୁବନେଶ୍ବର: ଏଆଇସିସି ଦ୍ବାରା ଅନୁମୋଦିତ ହୋଇଛି କଂଗ୍ରେସର ନିର୍ବାଚନୀ ଇସ୍ତାହାର । ଯାହାକୁ ନେଇ ବର୍ତ୍ତମାନ ଭୋଟରଙ୍କୁ ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖାଇବାରେ ଲାଗିଛନ୍ତି କଂଗ୍ରେସ କର୍ମୀ । ସମସ୍ତ ବର୍ଗର ଭୋଟରଙ୍କୁ ମନେଇବା ପାଇଁ ଚାଲିଛି ଦଳୀୟ ଇସ୍ତାହାରର ବ୍ୟବହାର । ଏନେଇ ଓଡିଶା ଆସି ଦଳ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଆଇସିସି ଦ୍ବାରା ଦଳୀୟ ଇସ୍ତାହର ଅନୁମୋଦିତ ହେବା ପରେ ଦଳର ବଛା ବଛା 24ଜଣ ନେତାଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଏହି କ୍ରମରେ ଓଡିଶା ଆସି ଦଳର ବିଭିନ୍ନ ଯୋଜନା ସମ୍ପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଛନ୍ତି ଦଳ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ । ତେବେ ଏହି ଇସ୍ତାହାରରେ ରହିଛି ସମସ୍ତ ଗରିବ ପରିବାରକୁ ମାସିକ 6ହଜାର ଟଙ୍କା, ମହିଳା ସଂରକ୍ଷଣ ବିଲ୍‌, ଚାଷୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଓ ବେକାର ଯୁବକ ଯୁବତୀଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଆଦି ପ୍ରସଙ୍ଗ ।

ଏହି ଇସ୍ତାହାର ବର୍ତ୍ତମାନ କେବଳ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଓଡିଶା କଂଗ୍ରେସ ଏହାର ଇସ୍ତାହାର ରାଜ୍ୟବାସୀଙ୍କ ପାଖକୁ ଆଣିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ କଂଗ୍ରେସ ଦେଖାଇଛି ପ୍ରତିଶ୍ରୁତି ର ଗୋଲାପି ଚିତ୍ର। ସବୁ ବର୍ଗର ଲୋକଙ୍କୁ ଖୁସି କରି ଭୋଟ ହାତେଇବା ଚକରରେ ରହିଛି ଦଳ। AICC ଦ୍ୱାରା ନିର୍ବାଚନ ଇସ୍ତାହାର ଅନୁମୋଦନ ହେବା ପରେ ଏବେ ସବୁ ରାଜ୍ୟ ବୁଲି କେନ୍ଦ୍ରୀୟ ନେତୃତ୍ୱ ତାର ପ୍ରଚାର ପ୍ରସାର କରୁଛନ୍ତି। ବରିଷ୍ଠ ତଥା ଅଭିଜ୍ଞ ବଛା ବଛା 24 ନେତାଙ୍କୁ ବିଭିନ୍ନ ରାଜ୍ୟକୁ ଯାଇ ଏହାର ପ୍ରଚର ପ୍ରସାର ଦାୟିତ୍ବ ଦିଆଯାଇଛି। ଏହି କ୍ରମରେ ଓଡିଶା ଆସି କେନ୍ଦ୍ରୀୟ ଇସ୍ତାହାର ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚକ୍ରବର୍ତ୍ତି। ବିଶେଷକରି ସବୁ ଗରିବ ପରିବାରକୁ ମାସକୁ 6 ହଜାର ଟଙ୍କା, ମହିଳା ସଂରକ୍ଷଣ ବିଲ, ଚାଷୀ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ବେକାର ଯୁବକ ଯୁବତୀଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ପ୍ରସଙ୍ଗ ମୁଖ୍ୟ ଏଜେଣ୍ଡାରେ ରହିଛି। ତେବେ ଏହା କେବଳ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଛି। ଖୁବଶୀଘ୍ର ଓଡିଶା କଂଗ୍ରେସ ତାର ଇସ୍ତାହାର ରାଜ୍ୟବାସୀଙ୍କ ପାଖକୁ ଆଣିବା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Body:ବାଇଟ- ପ୍ରିୟଙ୍କା ଚତୁର୍ବେଦୀ, କଂଗ୍ରେସ ମୁଖପାତ୍ର
ବାଇଟ: ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.